କିଭଳି ହୋଇଥିଲା ଶ୍ରୀଫଳର ଉତ୍ପତି ? ଜାଣନ୍ତୁ ଏହା ପଛର ରହସ୍ୟ

181

ହିନ୍ଦୁ ଧର୍ମରେ ନଡିଆକୁ ଶ୍ରୀଫଳର ଆଖ୍ୟା ଦିଆଯାଇଛି । ଏବଂ ନଡିଆର ମଧ୍ୟ ବିଶେଷ ମହତ୍ୱ ରହିଛି କାରଣ ନଡିଆ ବିନା କୌଣସି ଧାର୍ମିକ କାର୍ଯ୍ୟକ୍ରମ ସଂପନ୍ନ ହୋଇ ନଥାଏ । ତେବେ ଶ୍ରୀଫଳ ତଥା ନଡିଆକୁ ନେଇ ଏକ ପୌରାଣିକ କଥା ରହିଛି ଯାହା ତା’ର ଉତ୍ପତିକୁ ଇଙ୍ଗିତ କରୁଛି । ତେବେ ଆସନ୍ତୁ ଜାଣିବା ।

ପୁରାଣ ଅନୁସାରେ, ପ୍ରାଚୀନ କାଳରେ ସତ୍ୟବ୍ରତ ନାମରେ ଜଣେ ମହାନ ଯୋଦ୍ଧା ଥିଲେ । ସେ ଜଣେ ଇଶ୍ୱର ପ୍ରେମୀ ରାଜା ମଧ୍ୟ ଥଲେ । କିନ୍ତୁ ସେ ସ୍ୱର୍ଗଲୋକରେ ରହିବାକୁ ଇଚ୍ଛା ରଖିଥିଲେ, ଯାହାକୁ ସେ କୌଣସି ରୂପେ ପୁରଣ କରିବାକୁ ଚାହୁଁଥିଲେ । ତେବେ ଏହି ସମୟରେ ଋଷି ବିଶ୍ୱାମିତ୍ର ତପସ୍ୟା ପାଇଁ ଘରଦ୍ୱାର ଛାଡି କେଉଁଆଡେ ଚାଲିଯାଇଥିଲେ । ଏବଂ ତାଙ୍କ ଯିବାପରେ ତାଙ୍କ ପରିବାରର ଭରଷପୋଷଣର ସମସ୍ତ ଦାୟିତ୍ୱ ରାଜା ସତ୍ୟବ୍ରତ ବହନ କରିଥିଲେ ।

ଏହାପରେ ଯେତେବେଳେ ଋଷି ଘରକୁ ଫେରିଥିଲେ ସେତେବେଳେ ସେ ରାଜାଙ୍କ ମହାନତା ସଂପର୍କରେ ଶୁଣିବାକୁ ପାଇଥିଲେ । ଆଉ ରାଜାଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ଏହି ପ୍ରରିପେକ୍ଷୀରେ ରାଜା ବିଶ୍ୱାମିତ୍ରଙ୍କୁ ଏକ ବର ଭିକ୍ଷା କରି ନିଜ ଇଚ୍ଛାକୁ ବ୍ୟକ୍ତ କରିଥିଲେ । ରାଜାଙ୍କ ନିବେଦନକୁ ଋଷି ଗ୍ରହଣ କରି ତାଙ୍କୁ ସ୍ୱର୍ଗଲୋକକୁ ଯିବା ପାଇଁ ମାର୍ଗ ଦର୍ଶାଇଥିଲେ । ମାତ୍ର ଯେତେବେଳେ ରାଜା ସ୍ୱର୍ଗରେ ପହଂଚିଥିଲେ ସେତେବେଳେ ଇନ୍ଦ୍ର ଦେବତା ତାଙ୍କୁ ତଳକୁ ପେଲି ଦେଇଥିଲେ । ଏବଂ ରାଜା ଋଷିଙ୍କ ନିକଟକୁ ଯାଇ ସମସ୍ତ ଘଟଣା ସଂପର୍କରେ ଜଣାଇଥିଲେ ।

Screen shot 2017-04-18 at 12.01.29 PMଏସଂପର୍କରେ ଯେତେବେଳେ ବିଶ୍ୱାମିତ୍ର ଜାଣିବାକୁ ପାଇଲେ ସେତେବେଳେ ସେ ଖୁବ୍ ରାଗି ଯାଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଦେବତାଙ୍କ ସହ ଆଲୋଚନା କରିବାରୁ ଏହାର ସମାଧାନ ମିଳିଥିଲା । ତେବେ ସମାଧାନଟି ଥିଲା କି, ରାଜାଙ୍କ ପାଇଁ ଅନ୍ୟ ଏକ ସ୍ୱର୍ଗଲୋକ ନିର୍ମାଣ କରାଯିବ ବୋଲି । ଯାହା ସ୍ୱର୍ଗ ଓ ମର୍ତ୍ତ୍ୟ ମଧ୍ୟ ଭାଗରେ ରହିବ ଏବଂ ଏହାକୁ ଏକ ଖୁଂଟ ସହାୟତାରେ ନିର୍ମାଣ କରାଯିବ । ତେବେ କୁହାଯାଏ, ପରବର୍ତ୍ତୀ ସମୟରେ ଏହି ଖୁଂଟି ଏକ ବୃକ୍ଷରେ ପରିବର୍ତ୍ତନ ହୋଇ ଯାଇଥିଲା ଏବଂ ରାଜାଙ୍କ ମସ୍ତକ ଏହାର ଫଳସ୍ୱରୂପ ହୋଇଥିଲା । ଯାହା ନଡିଆ ଏବଂ ନଡିଆ ଗଛ ନାଁରେ ଜଣାଶୁଣା ।

ଏହାସହ ମଧ୍ୟ ପଢନ୍ତୁ – ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟତବାଣୀ ! ଜାଣନ୍ତୁ କେବେ ଏବଂ କିଏ କରିବ ଏହାର ଆରମ୍ଭ