ମାତ୍ର ୧୦ ହଜାର ଟଙ୍କାରେ କିଣନ୍ତୁ ମନ ପସନ୍ଦର ଫ୍ଲାଟ୍ ! ଅନଲାଇନ ଜରିଆରେ ବି କରିପାରିବେ ବୁକିଂ, ଜାଣନ୍ତୁ ପୂରା ପ୍ରକ୍ରିୟା

291

ସାଧାରଣ ଲୋକଙ୍କର ଘର କିଣିବାର ସ୍ୱପ୍ନକୁ ସାକାର କରିବା ପାଇଁ ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ତରଫରୁ ଏକ ନୂଆ ଯୋଜନା ଘୋଷଣା କରାଯାଇଛି । ଏହି ଯୋଜନା ଅନୁସାରେ ଡିଡିଏର ପୁରୁଣା ସ୍କିମଗୁଡିକରେ ବିକ୍ରି ହୋଇନଥିବା ଘରଗୁଡିକୁ ପୁଣି ଥରେ ବିକିବାକୁ ଘୋଷଣା କରାଯାଇଛି । ଏଥିରେ ଦିଲ୍ଲୀର ବିଭିନ୍ନ ଅଂଚଳରେ ନିର୍ମାଣ ହୋଇଥିବା ଯେତିକି ବି ଫ୍ଲାଟ୍ ଏବଂ 1 BHK   ଫ୍ଲାଟ୍ ରହିଛି ତାହା ଏଥିରେ ସାମିଲ ରହିଛି । ବଡ କଥା ହେଲା କି, ଏହିସବୁ ଫ୍ଲାଟଗୁଡିକୁ ଆପଣ ଅନଲାଇନ ଜରିଆରେ ବି ବୁକିଂ କରିପାରିବେ ।

 

ପ୍ରଥମେ ଆସ ପ୍ରଥମେ ପାଓ ଆଧାରରେ ବୁକିଂ

ଡିଡିଏ ପକ୍ଷରୁ ଏହି ସମସ୍ତ ଫ୍ଲାଟଗୁଡିକର ବୁକିଂ ପାଇଁ ଆପଣ ଅନଲାଇନ ଜରିଆରେ ବି କରିପାରିବେ । ଡିଡିଏ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ସମସ୍ତ ଫ୍ଲାଟଗୁଡିକର ବୁକିଂ କୌଣସି ବି ବର୍ଗର ବ୍ୟକ୍ତି କରିପାରିବେ । ଏହି ଯୋଜନା ଅନୁସାରେ, ଜନତା ‘ପ୍ରଥମେ ଆସ,ପ୍ରଥମେ ପାଓ’ ଆଧାରରେ ବୁକିଂ କରିପାରିବେ । ତେବେ ସମସ୍ତ ଫ୍ଲାଟଗୁଡିକର ବୁକିଂ ଆପଣ www.dda.org.inରେ ଅନଲାଇନ ଜରିଆରେ କରିପାରିବେ । ଡିଡିଏ ତରଫରୁ ଯେଉଁସବୁ ଫ୍ଲାଟଗୁଡିକର ବିକ୍ରି କରାଯାଉଛି ତାହା ନରେଲା,ରାମଗଡ ଏବଂ ସିରସପୁର ଅଂଚଳରେ ଉପଲବ୍ଧ । ଡିଡିଏ ଅନୁସାରେ, ଜନତା ଫ୍ଲାଟର ବୁକିଂ ୧୦ ହଜାର ଟଙ୍କା ଏବଂ 1 BHK  ଫ୍ଲାଟର ବୁକିଂ ୧୫ ହଜାର ଟଙ୍କା ଦେଇ କରିପାରିବେ । ତେବେ ବାକି ଟଙ୍କାକୁ ଆପଣ ୩ମାସ ପରେ ପେମେଂଟ କରିପାରିବେ ।

କିଭଳି କରିବେ ବୁକିଂ

ଡିଡିଏ ତରଫରୁ ଜାରି ହୋଇଥିବା ଗାଇଡଲାଇନ୍ସ ଅନୁସାରେ, ଏହି ଯୋଜନାରେ ଫ୍ଲାଟ ନେବାକୁ ଇଚ୍ଛୁକ ବ୍ୟକ୍ତି www.dda.org.inରେ ଲଗ ଇନ କରନ୍ତୁ । ଏହାପରେ ଏହାର ବାମ ପାଶ୍ୱର ଠିକ୍ ଉପରୀ ଭାଗରେ କ୍ୟାପିଟାଲ ଲେଟରରେ HOT LINKS ନାମକ ଅପସନ ଉପରେ କ୍ଲିକ୍ କରନ୍ତୁ ।  ଏହାପରେ ଏଠାରେ ଏକ ନୂଆ ପେଜ ଖୋଲିବ । ଏହି ପେଜରେ Online Housing Scheme 2019  ଉପରେ କ୍ଲିକ୍ କରିବାକୁ ହେବ । ଏଠାରେ କ୍ଲିକ୍ କରିବା ପରେ ନୂଆ ପେଜ ଖୋଲିବ । ଏଠାରେ ଆପଣ ଆପଣଙ୍କର ଇଚ୍ଛା ଅନୁସାରେ, ନରେଲା, ରାମଗଡ ଏବଂ ସିରସପୁର ଅଂଚଳରେ ଥିବା କୌଣସି ବି ଜାଗାରେ ବିକ୍ରି ପାଇଁ ଉପଲବ୍ଧ ଫ୍ଲାଟ ସଂପର୍କିତ ସୂଚନା ନେଇପାରିବେ ।

ଏଥିସହିତ ହିଁ ଫ୍ଲାଟର ବୁକିଂ କରିପାରିବେ । ଫ୍ଲାଟର ବୁକିଂ ପାଇଁ ଆପଣଙ୍କୁ ବୁକିଂ ଆମାଉଂଟ ତୁରନ୍ତ ପେ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ୩୦ ମିନିଟର ସମୟ ଦିଆଯାଇଥାଏ । ଆଉ ପେମେଂଟ କରିବା କ୍ଷଣି ହିଁ ଆପଣଙ୍କ ନାଁରେ ଫ୍ଲାଟର ବୁକିଂ ହୋଇଯିବ । ଏଠାରେ ଆପଣ ଆପଣଙ୍କର ପସନ୍ଦ ଅନୁସାରେ ଫ୍ଲାଟର ବୁକିଂ କରିପାରିବେ ।