ଏୟାର ହୋଷ୍ଟେସଙ୍କ ବାସ୍ତବତା, ଯାହା ଆପଣଙ୍କୁ ଚକିତ ବି କରିପାରେ ଆଉ ଆଘାତ ବି ଦେଇପାରେ. . .

41

ଯଦି ଆପଣ ବି ଭାବୁଥିବେ କି ଏୟାର ହୋଷ୍ଟେସ ହେବା ପାଇଁ ଖାଲି ସୁନ୍ଦର ଚେହେରା ଏବଂ ଭଲ ଇଂରାଜୀ କହିପାରୁଥିବା ଦରକାର ବୋଲି ତେବେ ଆପଣଙ୍କର ଏଭଳି ଚିନ୍ତାଧାରା ପୂରା ପୁରି ଭୁଲ ଅଟେ । ଟିଭି ଏବଂ ସିନେମାରେ ଏମାନଙ୍କ ପେଶାକୁ ନେଇ ଅନେକ କଥା ଉପସ୍ଥାପନା କରାଯାଇଥାଏ ସତ ହେଲେ ତାହା ଏମାନଙ୍କର ବାସ୍ତବତାକୁ ସଠିକ୍ ଭାବରେ ଚିତ୍ରଣ କରାଯାଇନଥାଏ । ଯାହା ସଂପର୍କରେ ଆଜି ଆମେ ଆପଣଙ୍କୁ ଜଚ୍ଚାଇବାକୁ ଯାଉଛୁ ଆଉ ଏହି ସତ୍ୟତା ଆପଣ କେବେ ଜାଣି ନଥିବେ । ତେବେ ପଢନ୍ତୁ ଏହି ରିପୋର୍ଟ. . .

• ଅଧିିକାଂଶ ଏୟାର ହୋଷ୍ଟେସ ଏକ ନିସଙ୍ଗ ଜୀବନ ବିତାଇଥାନ୍ତି । ଯଦିଓ ସେମାନେ ସବୁବେଳେ ଦେଶ-ଦୁନିଆ ବୁଲିଥାନ୍ତି ,ପ୍ରତିଦିନ ନୂଆ ନୂଆ ଲୋକଙ୍କୁ ଭେଟିଥାନ୍ତି । ହେଲେ ଖାଲି ସମୟରେ ସାଥିରେ କୌଣସି ବନ୍ଧୁ ନଥିଲେ ସମୟ କାଟିବା ଏମାନଙ୍କ ପାଇଁ ବହୁତ ମୁସ୍କିଲ ହୋଇପଡିଥାଏ ।

• ଏକ ଅଧ୍ୟୟନରୁ ଯାହା ଜଣାପଡିଛି କି, ସବୁବେଳେ ଉଚ୍ଚ ଆକାଶରେ କାମ କରିବା ଦ୍ୱାରା ଏହାର ସିଧା ପ୍ରଭାବ ମସ୍ତିସ୍କ ଉପରେ ପଡିଥାଏ । ଏହାବ୍ୟତୀତ, ସ୍ମରଣଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ । କାମ କରିବା ସମୟରେ ଏମାନେ ଖୁବ୍ କମ ପାଣି ପିଇଥାନ୍ତି । ଯାହାର ପ୍ରଭାବ କିଡନୀ ଉପରେ ବେଶି ପଡିଥାଏ ।

• ଆପଣ ଅନେକ ସମୟରେ ଦେଖି ଥିବେ କିମ୍ବା ଶୁଣି ଥିବେ କି, ଅନେକ ଯାତ୍ରୀ ଏମାନଙ୍କୁ ର୍ଦୁବ୍ୟବହାର କରିବାକୁ ମଧ୍ୟ ପଛାଇନଥାନ୍ତି ହେଲେ ଏମାନଙ୍କୁ ଏସବୁକୁ ଇଗନୋର କରିବାକୁ ପଡିଥାଏ । ଆଉ କିଛି ନହୋଇନଥିବା ଭଳି ଅନ୍ୟଙ୍କୁ ଦେଖାଇବାକୁ ପଡିଥାଏ ।

• ଏୟାର ହୋଷ୍ଟେସଙ୍କୁ ଦରକାର ପଡିଲେ ଯାତ୍ରୀଙ୍କର ବାନ୍ତି ମଧ୍ୟ ସଫା କରିବାକୁ ପଡିଥାଏ । ସବୁବେଳେ ସେମାନଙ୍କୁ ଦେଖାଇବାକୁ ପଡିଥାଏ କି ସେମାନେ ବହୁତ ଖୁସି ଅଛନ୍ତି , କୌଣସି ଚାପରେ ନାହାଁନ୍ତି ବୋଲି ।