ବଡ ବଡ ରାଜନେତାଙ୍କୁ ବି ଖାତିର କରନ୍ତିନି ଏହି ଦବଙ୍ଗ ଆଇଏଏସ ଅଫିସର । ଗୋଟିଏ ଫୋନ କଲରେ ହିଁ କରିଦିଅନ୍ତି ଲୋକଙ୍କର ସବୁ ସମସ୍ୟାର ସମାଧାନ

1,317

୧୯୮୪ରେ ଜନ୍ମଲାଭ କରିଥିବା ସ୍ୱାତି ୨୨ ବର୍ଷ ବୟସରେ ୨୦୦୭ରେ ଆଇଏଏସ ପରୀକ୍ଷାରେ ପ୍ରଥମ ହିଁ ପ୍ରୟାସରେ ୨୬୦ତମ ସ୍ଥାନରେ ଉତୀର୍ଣ୍ଣ କରିଥିଲେ । ସେତେବେଳେ ଏହି ବ୍ୟାଚରେ ସ୍ୱାତି ସମସ୍ତଙ୍କଠାରୁ ବୟସରେ ବହୁତ କମ ଥିଲେ । ଜିଲ୍ଲାପାଳ ଭାବରେ ତାଙ୍କର ପ୍ରଥମ ପୋଷ୍ଟିଂ ମଧ୍ୟପ୍ରଦେଶର ମଣ୍ଡଳାରେ ୨୦୧୨ରେ ହୋଇଥିଲା । ଆଉ ଏହି ସମୟରେ ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା ।

ବିଜୁଳୀ ଭଳି କାମ କରିବାର ତରିକା ଏବଂ ନିର୍ଭିକ ବିଚାରଧାରା ରଖୁଥିବା ସ୍ୱାତି ମୀନାଙ୍କୁ ନୋ ନନସେନ୍ସ ଆଡମିନିଷ୍ଟ୍ରେଟର ରୂପରେ ବି ଜଣାଯାଏ । ସେ ନିଜର କାମ ପ୍ରତି ଏତେ ଦାୟିତ୍ୱବାନ କି ନିଜ କାମରେ କୌଣସି ବି ପ୍ରକାରର ରାଜନେତାଙ୍କର ହସ୍ତକ୍ଷେପ ଏବଂ ଦାୟିତ୍ୱହୀନ ଅଧିକାରୀଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ।

ତେବେ ସ୍ୱାତିଙ୍କ ସ୍ୱାମୀ ତେଜସ୍ୱୀ ନାୟକ ବି ଏଭଳି ଜଣେ ଅଫିସର । ଆପଣ ଜାଣି ଚକିତ ହେବେ କି ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ବି ଏହି କାରଣରୁ ଗଢିଉଠିଥିଲା । ସେ ଅଧିକାଂଶ ସମୟରେ ନିଜ କାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସ୍ୱାତି ଯେତେବେଳେ ମଧ୍ୟପ୍ରଦେଶର ଡିଏମ ଥିଲେ, ସେତେବେଳେ ତାଙ୍କୁ ନର୍ମଦାର ବାଲି ଏବଂ ମାଇନିଂ ମାଫିଆଙ୍କ ଉପରେ ପ୍ରତିବନ୍ଧକ ଲଗାଇ ବେଶ୍ ଚର୍ଚ୍ଚା ସାଉଁଟି ଥିଲେ । ଲୋକଙ୍କର ସମସ୍ୟାର ସବୁଦିନ ପାଇଁ ଦୂର କରିବା ହେଲା ତାଙ୍କର ପ୍ରଥମ କତ୍ତବ୍ୟ । କୁହାଯାଏ, ଡିଏମ ସ୍ୱାତି ନକ୍ସଲ ପ୍ରବଣ ଅଂଚଳରେ ବି ଫିଲ୍ଡକୁ ଯାଇ ଲୋକଙ୍କର ଅସୁବିଧା ସଂପର୍କରେ ବୁଝାସୁଝା କରିବା ସହ ତାର ସମାଧାନ ମଧ୍ୟ କରିବାକୁ ଚେଷ୍ଟା କରନ୍ତି ।

ସେ ତାଙ୍କ ସ୍ୱାମୀଙ୍କ ଭଳି ହିଁ ନେତାମାନଙ୍କର ଅନାବଶ୍ୟକ ହସ୍ତକ୍ଷେପକୁ ଆଦୌ ବରଦାସ୍ତ କରନ୍ତି ନାହିଁ । ସେ ନେତାଙ୍କ ଅପେକ୍ଷା ଜନତାଙ୍କର କଥାକୁ ବେଶି ଗୁରୁତ୍ୱ ଦିଅନ୍ତି । ଲୋକଙ୍କର ଅସୁବିଧାଗୁଡିକୁ ଦୂର କରିବା ପାଇଁ ସେ କୌଣସି ବି ପରିସ୍ଥିତିର ସାମ୍ନା କରିବାକୁ ପଛେଇନାହାନ୍ତି ।