କୌଣସି ବି ପରିସ୍ଥିତିରେ ଖସିପାରିବେନି ଅପରାଧି । ୫ ବର୍ଷ ଜେଲ ସହ ମିଳିବ ସର୍ବନିମ୍ନ ଦଣ୍ଡ । ନିଷ୍ପତିକୁ ବଦଳାଇ ପାରିବେନି ଖୋଦ୍ ସବୋର୍ଚ୍ଚ ନ୍ୟାୟାଳୟ

176

ଗୁରୁତ୍ୱପୂର୍ଣ୍ଣ କଥା..

• କୋର୍ଟ କହିଛି କି, ଏପରିକି ସୁପ୍ରିମକୋର୍ଟ ନିଜ ବିଶେଷାଧିକାରର ବ୍ୟବହାର କରି ବି ସର୍ବନିମ୍ନ ଦଣ୍ଡାଦେଶକୁ କମ କରିପାରିବେ ନାହିଁ

• ଏସସି-ଏସଟି ଆକ୍ଟ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିକୁ ୧୧ ଦିନ ଜେଲରେ ରଖି ଛାଡି ଦିଆଯାଇଥିଲା

• ସୁପ୍ରିମକୋର୍ଟ ଦୋଷୀକୁ ଆତ୍ମସମର୍ପଣ କରିବା ସହିତ ସର୍ବନିମ୍ନ ୬ ମାସ ଦଣ୍ଡକୁ ପୁରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ସୁପ୍ରିମକୋର୍ଟ କହିଛି କି, କୌଣସି ବି ଅପରାଧିକୁ ତାର ଅପରାଧ ପାଇଁ ଆଇନ ଅନୁସାରେ ନିର୍ଧାରିତ ସର୍ବନିମ୍ନ ଦଣ୍ଡଠାରୁ କମ ଦଣ୍ଡ ଦିଆଯିବ ନାହିଁ । ଏପରିକି ପୂର୍ଣ୍ଣ ନ୍ୟାୟ ନାଁରେ ସୁପ୍ରିମକୋର୍ଟ ବି ନିଜର ବିଶେଷାଧିକାରର ବ୍ୟବହାର କରି ଅପରାଧିକୁ ସର୍ବନିମ୍ନ ଦଣ୍ଡଠାରୁ କମ ଦଣ୍ଡ ଶୁଣାଇପାରିବେ ନାହିଁ । ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବଂ ବିଚାରପତି ହେମନ୍ତ ଗୁପ୍ତା ନିଜ ନିଷ୍ପତିରେ କହିଛନ୍ତି କି, ଯେଉଁ ଅପରାଧକୁ ଆଇନ ବ୍ୟବସ୍ଥାରେ ସର୍ବନିମ୍ନ ଦଣ୍ଡ ମିଳିବା ନେଇ ଉଲ୍ଲେଖ ରହିଛି, ଅଦାଲତ ତାଠୁ କମ ଦଣ୍ଡାଦେଶ ଶୁଣାଇପାରିବେ ନାହିଁ । ଏପରିକି ସମ୍ବିଧାନର ଅନୁଚ୍ଛେଦ-୧୪୨ (ସୁପ୍ରିମକୋର୍ଟକୁ ମିଳିଥିବା ବିଶେଷାଧିକାର)ର ବ୍ୟବହାର କରି ଉଚ୍ଚତମ ନ୍ୟାୟାଳୟ ଦୋଷୀକୁ ଧାର୍ଯ୍ୟ ସର୍ବନିମ୍ନ ଦଣ୍ଡାଦେଶକୁ କମ କରିପାରିବେ ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିବା ସହିତ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଗ୍ରହଣ କରିଛନ୍ତି । ଯେଉଁଥିରେ ହାଇକୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଂଜ କରାଯାଇଥିଲା । ହାଇକୋର୍ଟ ବିକ୍ରମ ଦାସ ନାମକ ଜଣେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଉତ୍ପୀଡନ) ଆଇନ ଅନୁସାରେ କରାଯାଇଥିବା ଅପରାଧ ପାଇଁ ମାତ୍ର ୧୧ ଦିନ ହାଜତରେ ରଖି ଛାଡିଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାର ଜରିମାନା ରାଶିକୁ ବୃଦ୍ଧି କରାଯାଇ ୩ ହଜାର ଟଙ୍କା କରିଦିଆଯାଇଥିଲା ।

ବିକ୍ରମ ବିରୋଧରେ ଅନୁସୂଚିତ ଜାତିର ଜଣେ ମହିଳାଙ୍କ ସହିତ ଜବରବସ୍ତି କରିବାର ଅଭିଯୋଗ ରହିଥିଲା । ଯେଉଁଥି ପାଇଁ ନିମ୍ନ ଅଦାଲତ ବିକ୍ରିମକୁ ଏସସି-ଏସଟି ଅଧିନିୟମର ଧାରା ୩(୧)(୧୧) ଆଧାରରେ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ସହ ୫୦୦ ଟଙ୍କା ଜରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଥିଲେ । ଏହି ବ୍ୟବସ୍ଥା ଆଧାରରେ ସର୍ବନିମ୍ନ ଦଣ୍ଡ ସ୍ୱରୂପ ୬ମାସ କାଳ ଜେଲ ଏବଂ ଜରିମାନା ବ୍ୟବସ୍ଥା ରହିଛି । ଯେବେକି ସର୍ବାଧିକ ଦଣ୍ଡାଦେଶ ୫ ବର୍ଷ ଜେଲ ବି ହୋଇପାରେ ।

କିନ୍ତୁ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତିକୁ ପରିବର୍ତ୍ତନ କରି ଜରିମାନା ରାଶି ୫୦୦କୁ ବୃଦ୍ଧି କରି ୩ ହଜାର ଟଙ୍କା କରିବା ସହ ବିକ୍ରମ ଯେହେତୁ ୧୧ ଦିନ ଜେଲରେ ରହିଛନ୍ତି ତେଣୁ ତାକୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟର ଏଭଳି ନିଷ୍ପତିକୁ ନିସ୍କ୍ରିୟ କରିବା ସହ ବିକ୍ରମକୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏଥିସହିତ ହିଁ ପାଖାପାଖି ସାଢେ ୫ ମାସ ଜେଲରେ ରହିବାକୁ ଦଣ୍ଡାଦେଶ ଶୁଣାଇଛନ୍ତି ।