ଏହି ୬ଟି କାମରେ ଆଦୌ କରନ୍ତୁନି କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ବ୍ୟବହାର ! ନଚେତ୍ ଦୁଇଗୁଣା ହୋଇଯିବ ଆପଣଙ୍କର ବିଲ୍

38

ପ୍ରାୟତଃ ଅଧିକାଂଶ ଲୋକେ ସପିଂ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ସମୟରେ ବିଲର ପେମେଂଟ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଜରିଆରେ ହିଁ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି କାର୍ଯ୍ୟ ସଂପର୍କରେ ଜଣାଇବୁ ଯେଉଁ ସମୟରେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ବ୍ୟବହାର କରିବା ଅନୁଚିତ ଅଟେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . .

• ଅଧିକାଂଶ ଲୋକେ ପେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଜରିଆରେ ହିଁ ପେମେଂଟ କରିଥାନ୍ତି । ଯାହାକି ଆଦୌ ଉଚିତ ନୁହେଁ । କାରଣ ଯଦି ଆପଣ କ୍ରେଡିଟ କାର୍ଡର ବ୍ୟବାହର କରନ୍ତି ତେବେ ଏହା ଉପରେ ଜିଏସଟି ଲାଗିବ । ଏହାଦ୍ୱାରା ଆପଣଙ୍କର ବିଲରେ ସବୁକିଛି ଯୋଡା ଯାଇ ପାଖାପାଖି ୧୮ ପ୍ରତିଶତ ପର୍ଯ୍ୟନ୍ତ ଟାକ୍ସ ଦେବାକୁ ପଡିବ ।

• ଛୋଟ ଛୋଟ ସ୍ଥାନରେ କ୍ରେଡିଟ କାର୍ଡର ବ୍ୟବହାର ଦ୍ୱାରା ଆପଣ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ଯଦି ଆପଣ କ୍ରେଡିଟ୍ କାର୍ଡକୁ ନିର୍ଧାରିତ ଲିମିଟରୁ କମରେ ସ୍ୱାଇପ୍ କରିବେ ତେବେ ପ୍ରୋସେସିଂ ଫିସ୍ ୨ ପ୍ରତିଶତ ରୁ ଅଧିକ ଦେବାକୁ ପଡିବ । ଅର୍ଥାତ୍ ଆପଣଙ୍କୁ ଟାକ୍ସ ବିଲରେ ତ ଲାଗିବ ଏଥିସହିତ ହିଁ ସ୍ୱାଇପ କରିବା ସମୟରେ ବି ଅଧିକ ଟଙ୍କା ଦେବାରୁ ପଡିବ ।

• ଲୋନ କିମ୍ବା ଋଣ ନେବା ସମୟରେ ଏହାର ପ୍ରୟୋଗ କରନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣ ନେଇଥିବା ଋଣ ପାଇଁ ତ ଟାକ୍ସ ଦେବାକୁ ପଡିବ ଏଥିସହିତ ହିଁ କ୍ରେଡିଟ୍ କାର୍ଡରୁ ବିଲ ପେମେଂଟ କରିବା ଉପରେ ବି ଅଧିକ ଟାକ୍ସ ଦେବାକୁ ପଡିବ । ସେହିପରି ଯଦି ଆପଣ ଥରକରେ କ୍ରେଡିଟ୍ କାର୍ଡର ବିଲ ପରିଶୋଧ କରିପାରୁନାହାନ୍ତି ତେବେ ପୁଣି ଥରେ ଟାକ୍ସ ଦେବାକୁ ପଡିବ ।

• କ୍ରେଡିଟ୍ କାର୍ଡରୁ ଆଡଭାନ୍ସ ଭୁଲରେ ବି ନିଅନ୍ତୁ ନାହିଁ । ଏବଂ ନା ହିଁ ଏଥିରୁ ଡେବିଟ୍ କାର୍ଡ ଆକାଉଂଟରେ ଟଙ୍କା ଉରନ୍ତୁ । କାରଣ ଏହାଦ୍ୱାରା ଆପଣ ଯେଉଁ ସୁଧ ଦେଉଛନ୍ତି ତାଠାରୁ ଦୁଇଗୁଣା ଦେବାକୁ ପଡିବ । ଏହା ଉପରେ ଟାକ୍ସ ସହିତ ହିଁ ସୁଧର ରକମ ମଧ୍ୟ ଯୋଡିଦିଆଯିବ ।

• ସେହିପରି ଯଦି ଆପଣଙ୍କର ମେଡିକାଲ ବିଲ କମ ରହିଛି ତେବେ ଆପଣ ଡେବିଟ୍ କାର୍ଡରୁ ହିଁ ପେମେଂଟ କରନ୍ତୁ । ଏହାଦ୍ୱାରା ଏକରେ ତ ଟାକ୍ସ ଅଧିକ ଦେବାକୁ ହେବ । ଏଥିସହିତ ମେଡିକାଲ ବିଲ କ୍ରେଡିଟ୍ କାର୍ଡର ଇଏମଆଇ ଉପରେ ରଖିବେ ତେବେ ଆପଣଙ୍କୁ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ସୁଧ ଦେବାକୁ ପଡିବ ।

• କିଛି ବି କିଣୁଛନ୍ତି ତେବେ ତାର ଡାଉନ ପେମେଂଟ କ୍ରେଡିଟ୍ କାର୍ଡରୁ ଆଦୌ କରନ୍ତୁ ନାହିଁ । ଏହା ପରିବର୍ତ୍ତେ ଇଏମଆଇ ନେଉଛନ୍ତି ତ ତେବେ ଅଧିକ ଭଲ ହେବ । ସପିଂ ଇତ୍ୟାଦିରେ କ୍ରେଡିଟ୍ କାର୍ଡର ବ୍ୟବହାର ଅଧିକ ଉପଯୋଗୀ ଅଟେ ।