ବିବାହ ବନ୍ଧନ । ଏକ ପବିତ୍ର ବନ୍ଧନ । ଅଗ୍ନୀକୁ ସାକ୍ଷୀ ରଖି ପତିପତ୍ନୀ ସାତ ଜନମ ପାଇଁ ମନାସିଥାନ୍ତି । ଜୀବନରେ ଯେତେ ବି ବାଧା ବିଘ୍ନ ଆସୁ ତାକୁ ଦୁହେଁ ମିଶି ସାମ୍ନା କରିବାକୁ ପଣ କରିଥାନ୍ତି । ଠିକ୍ ସେହିଭଳି ଭଲପାଇବାର ଜଣେ ମିଶାଲ ହେଉଛନ୍ତି ମଧ୍ୟପ୍ରଦେଶର ସନ୍ତୋଷ ସିଂହ । ଯାହାଙ୍କ କାହାଣୀ ଆଜି ଆମେ ନିମ୍ନରେ ଆଲୋଚନା କରିଛୁ ।

କାହାଣୀ ମଧ୍ୟପ୍ରଦେଶର ଅନୁପପୁରରେ ରହୁଥିବା ଯାଦବ ଦମ୍ପତି ସନ୍ତୋଷ ସିଂହ ଏବଂ ତାଙ୍କ ପତ୍ନୀ ପ୍ରେମା ସିଂହଙ୍କର । ବିବାହକୁ ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନେ ସନ୍ତାନ ସୁଖରୁ ବଂଚିତ । ହେଲେ ପ୍ରେମା ଦୁଇ ଦୁଇ ଥର ଗର୍ଭବତୀ ହୋଇଥିଲେ ସତ ହେଲେ ଦୁଇଟି ଯାକ ଶିଶୁ ଦୁନିଆକୁ ଆସିବା ପୂର୍ବରୁ ହିଁ ଆଖିବୁଜି ଦେଇଥିଲେ । ନିଃସନ୍ତାନ ବୋଲି ଲୋକଙ୍କର ଟାହିଟାପରା ଶୁଣିଲେ ସୁଧା ଉଭୟଙ୍କ ଭଲ ପାଇବା ଉଭୟଙ୍କ ବଂଚିବାର ଶକ୍ତି ପାଲଟିଯାଇଥିଲା । ଖାଲି ଏତିକି ନୁହେଁ ପନ୍ତୀଙ୍କ ମନସ୍କାମନା ପୁରଣ କରିବା ପାଇଁ ସନ୍ତୋଷ ପ୍ରେମାଙ୍କୁ ରିକ୍ସାରେ ବସାଇ ୪୫୦୦ କିଲୋମିଟରର ରାସ୍ତା ଟାଣି ଟାଣି ଅତିକ୍ରମ କରି ତାଙ୍କୁ ମନ୍ଦିରକୁ ଆଣନ୍ତି । ହେଲେ ଆଶ୍ଚର୍ଯ୍ୟକର କଥା ହେଲା ଏଥିରେ ସନ୍ତୋଷଙ୍କ ମୁହଁରେ କେବେବି କୌଣସି ପ୍ରକାରର ତିକ୍ତତା ନଜର ଆସିନି ।

ଦୁଇ ଦୁଇ ଥର ଗର୍ଭବତୀ ହେଲା ପରେ ବି ସନ୍ତାନ ସୁଖରୁ ବଂଚିତ ହେବା ପରେ ସେମାନଙ୍କ ଏକମାତ୍ର ଭରଷା ପାଲଟିଥିଲା ଆସ୍ଥା । ଦୁଃଖ ଓ ନିରାଶର ଘୋର ଅନ୍ଧକାର ଭିତରେ ରହୁଥିଲେ ଏହି ଦଂପତି । ଆଶା ଭରସାର ଶେଷ କିରଣ ରୂପରେ ଯଦି କିଛି ବଂଚିଥିଲା ସେ ଥିଲା ଆସ୍ଥା । ମନ ଭିତରେ ସନ୍ତାନ ପ୍ରାପ୍ତର ଇଚ୍ଛା ରଖି ଦୁହେଁ ବୈଷ୍ଣୌଦେବୀଙ୍କ ଦରବାରକୁ ପ୍ରତିବର୍ଷ ବାହାରି ପଡିନ୍ତି । ସନ୍ତୋଷ କୁମାର ଯାଦବ ଜଣେ ସାଧାରଣ ରିକ୍ସା ଚାଳକ । ହେଲେ ତାଙ୍କାର ଆସ୍ଥା ଆଉ ସଙ୍କଳ୍ପ ଶକ୍ତି ଥିଲା ଅସାଧାରଣ । ସନ୍ତୋଷ ପ୍ରତିବର୍ଷ ଶାରଦୀୟ ନବରାତ୍ରୀ ଅବସରରେ ୪୫୦୦ କିଲୋମିଟର ଚାଲି ଚାଲି ମା’ ବୈଷ୍ଣୌଦେବୀଙ୍କ ଦରବାରରେ ପହଂଚନ୍ତି । ଦେବୀଙ୍କୁ ଧନ୍ୟବାଦ ଅର୍ପଣ କରନ୍ତି, ଶ୍ରଦ୍ଧାସୁମନ ଭେଟ କରନ୍ତି । ଖାଲି ଏତିକି ନୁହେଁ ସନ୍ତୋଷ ନିଜ ପତ୍ନୀଙ୍କୁ ରିକ୍ସାରେ ବସାଇ ତାଙ୍କୁ ବି ଦେବୀଙ୍କ ଦରବାର ଯାଏଁ ଟାଣି ଟାଣି ନେଇ ଆସନ୍ତି ।

ସନ୍ତୋଷ ପାଖାପାଖି ୮ ବର୍ଷରୁ ଅଧିକ ହେବ ନିଜ ପନ୍ତୀଙ୍କୁ ରିକ୍ସାରେ ବସାଇ ସେଭଳି ଟାଣି ଟାଣି ୪୫୦୦ କିଲୋମିଟର ରାସ୍ତା ଅତିକ୍ରମ କରି ଦେବୀଙ୍କ ଦର୍ଶନ ପାଇଁ ନେଉଛନ୍ତି । ହେଲେ ଦୁର୍ବଳ ଶରୀର, ବୟସର ଅପରାହ୍ନରେ ପହଂଚିବା ସତ୍ୱେ ବି ତାଙ୍କ ମୁହଁରେ ଆସ୍ଥା, ଶ୍ରଦ୍ଧା ଏବଂ ବିଶ୍ୱାସ ସାମାନ୍ୟ ମାତ୍ର କମିନି ।