ବାପା-ମାଆଙ୍କ କଳା କାରନାମା ! ନିଜ ୧୬ ବର୍ଷର ଝିଅର ବନ୍ଧୁଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ତିଆରି କରୁଥିଲେ ଅଶ୍ଳୀଳ ଭିଡିଓ

127

ସାଧରଣତଃ ଘରର ମୁରବୀ କହିଲେ ବାପା ମାଆଙ୍କୁ ବୁଝାଇଥାଏ । ଆଉ ସେମାନେ ପିଲାମାନଙ୍କୁ ଦୁନିଆରେ ଗୋଟେ ଭଲ ମଣିଷ ହେବା ପାଇଁ ମଧ୍ୟ ବାଟ ଦେଖାଇଥାନ୍ତି । ମାତ୍ର ନିକଟରେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ବାପା ମାଆ ଭଳି ପବିତ୍ର ସଂପର୍କକୁ ଭୁଲ ବୋଲି ଚିନ୍ତା କରିବେ । ୟୁଏସରେ ଏକ ଦଂପତି ନିଜ ୧୬ ବର୍ଷ ବୟସର ଝିଅର ବନ୍ଧୁମାନଙ୍କୁ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ଅଶ୍ଳୀଳ ଭିଡିଓ ତିଆରି କରି ମାର୍କେଟରେ ବିକ୍ରି କରୁଥିବାର ଏକ ସଂଗୀନ ଅଭିଯୋଗ ଆସିଛି । ଅଭିଯୁକ୍ତ ଦଂପତି ସେମାନଙ୍କୁ ଯୌନ ସମ୍ବନ୍ଧ ରଖିବାକୁ ବାଧ୍ୟକରିବା ସହ ସେମାନଙ୍କ ଅଶ୍ଳୀଳ ଭିଡିଓ ତିଆରି କରି ବିକ୍ରି କରିବାକୁ ନିଜର ପ୍ରଫେସନ କରିଦେଇଥିଲେ । ଯାହା ଜଣା ପଡିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଡେଲି ମେଲର ଖବର ମୁତାବକ, ଏହି ଘଟଣା ୟୁଏସର ମିସିଗନ ସ୍ଥିତ ଔଟାବା କାଉଂଟି ଅଂଚଳରେ ଦେଖିବାକୁ ମିଳିଛି । ତେବେ ଅଭିଯୁକ୍ତ ଦଂପତି ହେଲା ଅନୁଜ ଚୋପଡା(୪୧ ବର୍ଷ) ଓ ଲେର୍ଲି ଚୋପଡା (୪୨ ବର୍ଷ) । ପୋଲିସର ସୂଚନା ଅନୁସାରେ, ଏହି ଦଂପତି ଅଶ୍ଳୀଳ ଫିଲ୍ମ ତିଆରି କରିବା ପାଇଁ ନିଜ ଝିଅର ଦୁଇ ବନ୍ଧୁଙ୍କୁ ଟଙ୍କାର ଲୋଭ ଦେଖାଇ ଏକ ହୋଟେଲକୁ ଡାକିଥିଲେ । ଆଉ ସେଠାରେ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଅଶ୍ଳୀଳ ଭିଡିଓ ତିଆରି କରିଥିଲେ ବୋଲି ସୂଚନା ମିଳିଛି ।

ଲେର୍ଲି ଚୋପଡାଙ୍କ ଉପରେ ମାମଲା ରହିଛି ଯେ, ସେ ସୋସିଆଲ ମିଡିଆ ଜରିଆରେ ଟଙ୍କାର ଲୋଭ ଦେଖାଇ ଝିଅର ବନ୍ଧୁଙ୍କୁ ପ୍ରଲୋଭନ ଦେଖାଇ ଥିଲେ । ତେବେ ତଦନ୍ତ ଅଧିକାରୀମାନେ ଉକ୍ତ ଅଭିଯୁକ୍ତ ଦଂପତିଙ୍କ ଫୋନ ଓ କଂମ୍ୟୁଟର ଯାଂଚ କରିଥିଲେ । ଆଉ ସେଥିରୁ ଅନେକ ଗୁରୁତ୍ୱ ପୂର୍ଣ୍ଣ ସୁରାଗ ମଧ୍ୟ ପାଇଥିଲେ । ପୋଲିସ ଏହି ଅଭିଯୁକ୍ତ ଦଂପତିଙ୍କ ଉପରେ ଦୁଇ ଦୁଇଟି ମାମଲା ରୁଜ୍ଜୁ କରିଛି । ତେବେ ଏହି ମାମଲାର ଖୁଲାସା ପରେ ଦଂପତି ଜଣକ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ପରେ ତାଙ୍କୁ ଜାମିନରେ ଛଡାଯାଇଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।