ଏଣିକି ଟ୍ରେନରେ ଯାତ୍ରୀଙ୍କର ଜିନିଷ ଚୋରି ହେଲେ କ୍ଷତିପୂରଣ ଦେବ ରେଲୱେ । ହେଲେ ଆପଣଙ୍କୁ କରିବାକୁ ପଡିବ ଏହି ଗୋଟିଏ କାମ

311

ସୂଚନା ମୁତାବକ, ନବଯୁଗ ଏକ୍ସପ୍ରେସର ରିଜିର୍ଭେସନ କୋଚରେ ଜିନିଷ ଚୋରି ହେବା ମାମଲାରେ ଉପଭୋକ୍ତା ଫେରମ ପକ୍ଷରୁ ଯାତ୍ରୀଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଫୋରମ୍ ଯାତ୍ରୀଙ୍କର ହୋଇଥିବା କ୍ଷତିର ଭରଣ ପାଇଁ ୭ ପ୍ରତିଶତ ସୁଧ ସହିତ ୨୭ ହଜାର ୩୫୦ ଟଙ୍କା ଦେବାକୁ ନିର୍ଦ୍ଦେଶନାମା ଜାରି କରିଛି । ତେବେ ଉପଭୋକ୍ତା ଫୋରମର ନିର୍ଦ୍ଦେଶ ଉପରେ ରେଲୱେ ପକ୍ଷରୁ ରାଜ୍ୟ ଆୟୋଗରେ ଅପିଲ କରାଯାଇଥିଲା । ମାତ୍ର ଆୟୋଗ ରେଲୱେ ତରଫରୁ କରାଯାଇଥିବା ଏହି ଆବେଦନକୁ ଖାରଜ କରିବା ସହିତ ଫୋରମ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ବଳବତର ରଖିଥିଲା ।

ରେଲୱେ ରିକଭର କରିପାରିଲାନି ଜିନିଷ

୧୧ ଜୁନ୍ ୨୦୧୩ରେ ଜଣେ ଯାତ୍ରୀ ନବଯୁଗ ଏକ୍ସପ୍ରେସରେ ତିରୁପତିରୁ ରତଲାମ ଆସୁଥିଲେ । ଯାତ୍ରୀ ଜଣକ ଏଥିପାଇଁ ୧୪ ମାର୍ଚ୍ଚରେ ଇ-ଟିକେଟ୍ ବୁକ୍ କରିଥିଲେ । ତେବେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କ ଜିନିଷ ଚୋରି ହୋଇଯାଇଥିଲା । ଯେଉଁଥିରେ ତାଙ୍କର ପର୍ସ, ଦୁଇଟି ମୋବାଇଲ ଫୋନ, ଗୋଟିଏ ଘଂଟା, କ୍ରେଡିଟ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ ୧୩ ହଜାର ଟଙ୍କା ଚୋରି ହୋଇଥିଲା ।ଏହାପରେ ଯାତ୍ରୀ ଜଣକ ଏସଂପର୍କରେ ଉଭୟ ଟିଟିଇ ଏବଂ ରେଳବାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ କୌଣସି ଲାଭ ମିଳିନଥିଲା । ବାରମ୍ବାର ଅଭିଯୋଗ କରିବା ସତ୍ୱେ ତାଙ୍କର ଚୋରି ହୋଇଯାଇଥିବା ଜିନିଷକୁ ଖୋଜିବାରେ ଅସଫଳ ହୋଇଥିଲା ରେଳ ବିଭାଗ । ଶେଷରେ ସେ ନିରାଶ ହୋଇ ଉପଭୋକ୍ତା ଫୋରମର ଦ୍ୱାରସ୍ଥ ହୋଇଥିଲେ । ଆଉ ଯାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଫୋରମ ପଶ୍ଚିମ ରେଲୱେ, ଡିଆରିଏମଙ୍କ ବିରୋଧରେ ନିର୍ଦ୍ଦେଶ ପାରିତ କରିଛି ।

ଉପଭୋକ୍ତା ଦାଖଲ କରିପାରିବେ ଅଭିଯୋଗ

ଉଭୟ ସରକାରୀ ଏବଂ ବେସରକାରୀ କୌଣସି ବି ସଂସ୍ଥା ଦ୍ୱାରା ଉପଲବ୍ଧ କରାଯାଉଥିବା ଉତ୍ପାଦ କିମ୍ବା ସେବାରେ କୌଣସି ବି ପ୍ରକାରର ସମସ୍ୟା ହେବା ଦ୍ୱାରା ଉପଭୋକ୍ତା କିମ୍ବା ତାକୁ ଆଧାର କରି କୌଣସି ଅନ୍ୟ ବ୍ୟକ୍ତି କନଜ୍ୟୁମର ଫୋରମରେ ଅଭିଯୋଗ କରିପାରିବେ । ପଂଜିକୃତ ସଂସ୍ଥା ମଧ୍ୟ କନଜ୍ୟୁମର ଫୋରମରେ ନିଜର ଅଭିଯୋଗ କରିପାରିବେ ।

କେଉଁଠି କରିବେ ଅଭିଯୋଗ?

୨୦ ଲକ୍ଷ ଟଙ୍କା କିମ୍ବା ଏହାଠୁ କମ କ୍ଷତି ହେବା ଦ୍ୱାରା ଜିଲ୍ଲା ଫୋରମରେ ଅଭିଯୋଗ କରିପାରିବେ । ସେହିପରି ୨୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହେବା ଉପରେ ଉପଭୋକ୍ତା ରାଜ୍ୟ ଆୟୋଗ ବିରୋଧରେ ଅଭିଯୋଗ କରିପାରିବେ । କ୍ଷତି ଏକ କୋଟି ଟଙ୍କାରୁ ଅଧିକ ହେବା ଦ୍ୱାରା କନଜ୍ୟୁମର ସିଧା ରାଷ୍ଟ୍ରୀୟ ଆୟୋଗ ବିରୋଧରେ ଅଭିଯୋଗ କରିପାରନ୍ତି ।

କିଭଳି କରିବେ ଅଭିଯୋଗ?

ଉପଭୋକ୍ତା ଏକ ସାଧା କାଗଜରେ ନିଜର ସମସ୍ତ ଅଭିଯୋଗ ଲିଖିତ ଭାବରେ କରିବାକୁ ହେବ । ଏଥିସହିତ ହିଁ ଅଭିଯୋଗର ସମର୍ଥନରେ ଉପଭୋକ୍ତାଙ୍କୁ ଜିନିଷର ବିଲ ଏବଂ ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ଜମା କରିବାକୁ ପଡିବ । ଅଭିଯୋଗ ପତ୍ରରେ ଏହା ମଧ୍ୟ ଲେଖିବାକୁ ହେବ କି, ଆପଣ ସାମନା ବାଲା କଂପାନୀଠାରୁ କ୍ଷତିପୂରଣ ବାବଦକୁ କେତେ ଟଙ୍କା ଦାବି କରୁଛନ୍ତି ।