ବାହା ହେବେ କି ରାହୁଲ ଗାନ୍ଧି? ସୋସିଆଲ ମିଡିଆରେ ରାହୁଲ- ଅଦିତିଙ୍କ ଫଟୋକୁ ନେଇ ଜୋର ଧରିଲା ଚର୍ଚ୍ଚା

123

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବାହାଘର ନେଇ ଗୁଜବ ଉଠିଛି । ରାହୁଲ ଗାନ୍ଧି ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂହଙ୍କୁ ବାହାହେଉଛନ୍ତି ବୋଲି ସୋସିଆଲ ମଡିଆରେ କିଛି ଲୋକ ଦାବି କରିଛନ୍ତି । ରାହୁଲ- ଅଦିତିଙ୍କ ଫଟୋକୁ ନେଇ ଏଭଳି ଚର୍ଚ୍ଚା ହେଉଛି ।

ଏହି ଫଟୋରେ ରାହୁଲ, ଅଦିତି ଓ ସେମାନଙ୍କ ପରିବାରର କିଛି ସଦସ୍ୟ ଅଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଓ ଫଟୋକୁ ନେଇ ଅନେକ ଦାବି କରାଯାଇଛି । ଏହି ଗୁଜବକୁ ନେଇ ମତ ରଖିଛନ୍ତି ଅଦିତି ସିଂହ । ଏଭଳି ଗୁଜବକୁ ସେ ଖଣ୍ଡନକରିଛନ୍ତି । ଅଦିତି କହିଛନ୍ତି , ସୋସିଆଲ ମିଡିଆରେ ଏଭଳି ଗୁଜବକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି । ରାହୁଲ କେବଳ ଦଳର ସଭାପତି ନୁହନ୍ତି, ତାଙ୍କ ବଡ ଭାଇ ମଧ୍ୟ । ଏଭଳି ଗୁଜବ ଉପରେ ଧ୍ୟାନ ନ ଦେବାକୁ ସେ ନିବେଦନ କରିଛନ୍ତି ।

 

ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ ଆଣିଛନ୍ତି ବିଧାୟିକା । ରାୟବରେଲି ବିଧାନସଭା ଆସନରୁ ବିଧାୟିକା ଥିବା ଅଦିତି ସିଂହ ପ୍ରିୟଙ୍କା ଗାନ୍ଧିଙ୍କ ଅତି ଖାସ ଭାବେ ଜଣାଶୁଣା । ଆମେରିକାରେ ମ୍ୟାନେଜମେଂଟ ଷ୍ଟଟିଜରେ ମାଷ୍ଟର୍ସ କରିଛନ୍ତି ଅଦିତି ସିଂହ । ୨୦୧୭ରେ ସେ ବିଧାୟିକା ଭାବେ ଉତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।