ଏଣିକି ଚାକିରିଆଙ୍କ ଦରମା ଉପରେ ବି ଲାଗିବ ଜିଏସଟି ! ଜାଣନ୍ତୁ କିପରି

36

ଆପଣଙ୍କ ଦରମା ଉପରେ ବି ପଡିପାରେ ଜିଏସଟିର ପ୍ରଭାବ । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରୁ ଆଲୋଚନା ଆରମ୍ଭ ହୋଇଗଲାଣି । ତେବେ ଇତି ମଧ୍ୟରେ ପ୍ରଶ୍ନ ଉଠିିଛି କି, ଜିଏସଟିର ପ୍ରଭାବ କଣ ସତରେ ଲୋକଙ୍କ ଦରମା ଉପରେ ପଡିପାରେ ? ଏବେ କଣ ଜନତାଙ୍କ ଦରମା ହେବା ସହିତ ଟ୍ୟାକ୍ସର ବୋଝ ବଢିଯିବ ? ଏସମସ୍ତ ପ୍ରଶ୍ନର ଉତ୍ତର ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଆଉ ଏସଂପର୍କରେ ଆମେ ବିସ୍ତାର ଭାବରେ ନିମ୍ନରେ ଆଲୋଚନା କରିଛୁ ।

ଇକୋନମିକ ଟାଇମ୍ସରେ ପ୍ରକାଶିତ ଖବର ମୁତାବକ, ଜିଏସଟିର ପ୍ରଭାବ ଏବେ ସମଗ୍ର ଦେଶରେ ଥିବା ବିଭିନ୍ନ କଂପାନୀମାନଙ୍କ ଉପରେ ପଡିଛି । ଯେଉଁ କାରଣରୁ କଂପାନୀମାନେ ଏବେ ନିଜର କର୍ମଚାରୀଙ୍କୁ ଦେଉଥିବା ଦରମା ଜରିଆରେ ଆଦାୟ କରିପାରନ୍ତି । ଖବ୍ ଶୀଘ୍ର କଂପାନୀମାନେ ନିଜର ସାଲାରୀ ଷ୍ଟ୍ରକଚରରେ ବଡ ପରିବର୍ତ୍ତନ ଆଣିପାରନ୍ତି । ଯାହା କର୍ମଚାରୀମାନଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ ।
ସୂଚନା ଅନୁସାରେ, ଜିଏସଟି ପ୍ରଭାବରେ କର୍ମଚାରୀଙ୍କୁ ମିଳୁଥିବା ଦରମାରେ ପରିବର୍ତ୍ତନ କରିପାରନ୍ତି କଂପାନୀ ମାଲିକମାନେ । ତେବେ ସପିଂ ଏବଂ ରେଷ୍ଟୁରାଂଟ ବିଲ ଉପରେ ଜିଏସଟିର ବେଶି ପ୍ରଭାବ ପଡିଛି । ଯାହାକି ସାଧାରଣ ଜନତାଙ୍କୁ ବଡ ଝଟକା ଦେଇଛି ହୋଲି କହିଲେ କିଛି ଭୁଲ ହେବନି । ସେହିପରି, ଘର ଭଡା, ଟେଲିଫୋନ ବିଲ, ଜୀବନ ବୀମା,ପରୀବହନ ଏବଂ ମେଡିକାଲ ବିଲ ଭଳି ସାଲାରି ବ୍ରେକଅପ ଯଦି ଜିଏସଟି ପରିସରରେ ଆସିଯାଏ ତେବେ କଂପାନୀମାନେ ଏହି ଟଙ୍କା କର୍ମଚାରୀଙ୍କ ଦରମାରୁ ଆଦାୟ କରିପାରନ୍ତି ।

କୁହାଯାଉଛି କି, ଏନେଇ ଟ୍ୟାକ୍ସ ଅଧିକାରୀମାନେ ମଧ୍ୟ ବିଭିନ୍ନ କଂପାନୀ ମାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଦେଲେଣି । ଏଠାରେ ଆମେ କହି ରଖୁଛୁ କି, ଅଥରିଟି ଅଫ ଆଡଭାନ୍ସ (ଏଏଆର) ତରଫରୁ ନିଆଯାଇଥିବା ଏକ ନିଷ୍ପତି ପରେ ପରେ ଏବେ କଂପାନୀମାନେ ଟ୍ୟାକ୍ସରୁ ଆଶ୍ୱସ୍ତି ପାଇବା ପାଇଁ ନିଜ କର୍ମଚାରୀଙ୍କ ଦରମାରୁ ହିଁ ଆଦାୟ କରିପାରନ୍ତି ।