ତୁରନ୍ତ ମୋବାଇଲରୁ ହଟାନ୍ତୁ ଏହି ଆପ୍ ! ନଚେତ୍ ଅଚଳ ହୋଇଯିବ ଆପଣଙ୍କ ଫୋନ୍

43

ଆଜି ଆମେ ଆପଣଙ୍କୁ ଏକ ଏଭଳି ଆପ୍ ସଂପର୍କରେ ଜଣାଇବାକୁ ଯାଉଛୁ ଯାହା ବାସ୍ତବରେ କୌଣସି ଆପ୍ ନୁହେଁ ବରଂ ଏକ ଭାଇରସ ଅଟେ । ଯାହାକୁ ଲକ୍ଷାଧିକ ଲୋକ ନିଜ ମୋବାଇଲ୍ ଫୋନରେ ଡାଉନଲୋଡ କରି ସାଇତି ରଖିଛନ୍ତି । ଯଦି ଆପଣଙ୍କ ମୋବାଇଲରେ ଏହି ଆପଟି ଅଛି ତେବେ ତୁରନ୍ତ ତାକୁ ଅନଇନଷ୍ଟଲ କରିଦିଅନ୍ତୁ ।

ତେବେ ଏହି ଆପଟିର ନାମ ହେଉଛି କଲରବ୍ଲକ୍ । ଏହା ଏକ ଆଣ୍ଡ୍ରଏଡ ଗେମ୍ ଆପ ଅଟେ । ସୂଚନା ଅନୁସାରେ, ଏହି ଗେମ୍ ଆପଟି ଏକ ଭୟାନକ ଟ୍ରୋଜନ (ଭାଇରସ) ଅଟେ । ଏହା ଫୋନକୁ ଅଚଳ କରିଦେଇଥାଏ । ତେବେ ଅଚଳ କରିଦେବା ପରେ ଏହି ଆପ୍ କ୍ରିଏଟର ଅନେକ ପ୍ରକାରର କୋଡ ସେଣ୍ଡ୍ କରିଥାଏ । ଏବଂ ଫୋନକୁ ହ୍ୟାକ୍ କରି ଦିଆଯାଇଥାଏ । ଏହି ଭାଇରସର ନାଁ ଡିଭିମ୍ୟାପ୍ ଅଟେ । ଏହି ଭାଇରସଟି ଫୋନରେ ପ୍ରବେଶ କରିବା କ୍ଷଣି ଏହା ଫୋନଟିକୁ ଶୀଘ୍ର ଖରାପ କରିଦେବା ସହିତ ସଂପୂର୍ଣ୍ଣ ରୂପେ ଅଚଳ କରିଦେଇଥାଏ । ତେବେ ଏହି ଆପଟିକୁ ବର୍ତ୍ତମାନ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି ।

ଏଠାରେ ଆମେ କହିରଖୁଛୁ କି, ପୂର୍ବରୁ ମଧ୍ୟ ‘ରାନସମୱେର୍’ଭାଇରସ ଏବଂ ପରେ ‘ଜୁଡି’ ନାମକ ଭାଇରସ ପେଷ୍ଟୋର ଅନେକ ଆପଗୁଡିକକୁ ଆକ୍ରମଣ କରିଥିଲା । ଯାହାଫଳରେ ବିଶ୍ୱ ପାଖାପାଖି ୩୬ ଲକ୍ଷରୁ ଅଧିକ ସିଷ୍ଟମକୁ ଅଚଳ କରିଦେଇଥିଲା ।

ଏହାସହ ମଧ୍ୟ ପଢନ୍ତୁ- ଦେବାଳିଆ ଅବସ୍ଥାରେ ଭାରତର ଏହି ବଡ ବ୍ୟାଙ୍କ ! କୌଣସି ବି ମୁହୂର୍ତ୍ତରେ ହୋଇପାରେ ବନ୍ଦ