ନୋଟବନ୍ଦ ପରେ ମୁଦ୍ରାବନ୍ଦ । ଚାରୋଟି ଟଙ୍କାଶାଳରେ ମୁଦ୍ରାତିଆରି ବନ୍ଦ

28

ମୋଦି ସରକାରଙ୍କର ସତ୍ତାକୁ ଏବେ ଚାରି ବର୍ଷ ପୂରିବାକୁ ଯାଉଛି । ନିଜ କାର୍ଯ୍ୟକାଳ ମଧ୍ୟରେ ମୋଦି ସରକାର ଆର୍ଥିକ ସ୍ଥିତିରେ ଅନେକ ବଡ ଧରଣର ପରିବର୍ତ୍ତନ ଆଣିସାରିଛନ୍ତି । ଯାହାର ପ୍ରଭାବ ଏବେବି ଲୋକମାନଙ୍କଠାରେ ଦେଖାଦେଇଛି । ମୋଦିଙ୍କର ବିମୁଦ୍ରାକରଣ ଭଳି ଐତିହାସିକ ନିଷ୍ପତିକୁ ଲୋକେ ନଭୁଲୁଣୁ ଏବେ ପୁଣି ଗୋଟିଏ ସମସ୍ୟା ସୃଷ୍ଟି ହେବାକୁ ଯାଉଛି । ଆଉ ସେ ହେଉଛି ‘ମୁଦ୍ରାବନ୍ଦୀ’ ।

ନୋଟବନ୍ଦୀ ପରେ ଏବେ ମୁଦ୍ରାବନ୍ଦୀ କରିବାକୁ ଯାଉଛନ୍ତି ମୋଦି ସରକାର ଆଉ ଏନେଇ ପ୍ରସ୍ତୁତି ମଧ୍ୟ ଜୋରସୋରେ ଚଳାଇଛନ୍ତି ମୋଦି । ସୂଚନା ମୁତାବକ, ନୋଏଡା, ମୁମ୍ବାଇ, କୋଲକାତା ଏବଂ ହାଇଦ୍ରାବାଦରେ ଥିବା ମୁଦ୍ରାଶାଳରୁ ବର୍ତ୍ତମାନ ମୁଦ୍ରା ତିଆରିକୁ ଏକପ୍ରକାରେ ବନ୍ଦ କରିଦିଆଯାଇଛି । କାରଣ ଏହି ୪ଟି ସ୍ଥାନରେ ହିଁ ଭାରତୀୟ ମୁଦ୍ରା ତିଆରି କରାଯାଇଥାଏ ।

ଆରବିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ମଙ୍ଗଳବାରଠାରୁ ଏହି ମୁଦ୍ରା ତିଆରି ବନ୍ଦ କରି ଦିଆଯାଇଥିବା ଜଣାପଡିଛି । କୁହାଯାଉଛି କି, ବିମୁଦ୍ରାକରଣ ସମୟରେ ବହୁ ପରିମାଣରେ ମୁଦ୍ରା ତିଆରି କରାଯାଇଥିଲା । ତେଣୁ ଏହାକୁ ନିୟନ୍ତ୍ରଣକୁ ନେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଜାନୁଆରି ୮ ତାରିଖ ସୁଦ୍ଧା ପ୍ରାୟ ୨୫ ଶହ ମିଲିଅନ ଖଣ୍ଡ ମୁଦ୍ରା ଗଚ୍ଛିତ ରହିଛି ବୋଲି ଜଣାପଡିଛି । ତେଣୁ ପରବର୍ତ୍ତୀ ନିଷ୍ପତି ନିଆଯିବା ଯାଏଁ ଟଙ୍କାଶାଳ ବନ୍ଦ ରହିବ ବୋଲି କହିଛି ଆରବିଆଇ ପକ୍ଷରୁ ସୂଚନା ମିଳିଛି ।

ଏଠାରେ ଆମେ କହି ରଖୁଛୁ କି, ୮ ନଭେମ୍ବର, ୨୦୧୬ରେ ମୋଦି ସରକାର ନୋଟବନ୍ଦୀ ନିଷ୍ପତି ନେଇଥିଲେ । ଯାହାଦ୍ୱାରା ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ପ୍ରଚଳନକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା । ତେବେ ମୋଦିସରକାରଙ୍କ ଏଭଳି ନିଷ୍ପତି ପଛର ଏକମାତ୍ର ଉଦ୍ଦେଶ୍ୟ ରହିଥିଲା ଦେଶରୁ କଳାଧନର ମୂଳୋତ୍ପାଟକ କରିବା ।

ସୌଜନ୍ୟ: ଆଜତକ୍