ଜନତାଙ୍କ ଦୁଃଖ ଶୁଣିବେ ମୁଖ୍ୟମନ୍ତ୍ରୀ ! ଜାରି ହେଲା ସିଏମ ହେଲ୍ପ ଲାଇନ୍ ନମ୍ବର । ଏଣିକି ଘରେ ବସି ବି ଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇପାରିବେ କଥା

59

ଏଣିକି ଆପଣ ଘରେ ବସି ବି ଆପଣଙ୍କର ସମସ୍ୟା ସରକାରଙ୍କୁ ସିଧାସଳଖ ଭାବରେ ଜଣାଇପାରିବେ । ଏଥିପାଇଁ ନା ହିଁ ଆପଣଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନା ହିଁ କାହା ପଛରେ ଦୌଡିବାକୁ ହେବ । ନିଜ ଫୋନରେ ମାତ୍ର ଗୋଟିଏ ନମ୍ବର ଡାଏଲ କରି ଆପଣ ଆପଣଙ୍କର ସମସ୍ତ ସୁବିଧା ଅସୁବିଧା ସଂପର୍କରେ ସରକାରଙ୍କ ସହ ଆଲୋଚନା କରିପାରିବେ । ବିଶ୍ୱାସ ହେଉନଥିଲେ ବି ଖବରଟି ସଂପୂର୍ଣ୍ଣ ସତ୍ୟ ଅଟେ ।

ସୂଚନା ମୁତାବକ, ଜନତାଙ୍କ ପ୍ରତି ପ୍ରଶାସନ ନିକଟତର ହେବା ଉଦ୍ଦେଶ୍ୟ ରଖି ଯୋଗୀ ସରକାର ଏଭଳି ଏକ ନିଆରା ଅଭିଯାନକୁ ଆରମ୍ଭ କରିବାକୁ ଯାଉଛନ୍ତି । ଯେଉଁଥିରେ ଲୋକେ ଘରେ ବସି ହିଁ ଚାରି ଅଙ୍କ ବିଶିଷ୍ଟ ହେଲ୍ପ ଲାଇନ୍ ନମ୍ବରରେ କଲ କରି ନିଜର ଦୁଃଖକୁ ସରକାରଙ୍କ ନିକଟରେ ପହଂଚାଇପାରିବେ । ଅର୍ଥାତ୍ ସିଏମ ହେଲ୍ପ ଲାଇନ୍ ନମ୍ବର ତଥା ୧୦୭୬ ନମ୍ବରରେ କଲ କରି ଜନତା ସେମାନଙ୍କର ଅଭିଯୋଗ ଏବଂ ସମସ୍ୟାର ସମାଧାନ ପାଇପାରିବେ । ତେବେ ଏହାର ଦାୟିତ୍ୱ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ଦିଆଯାଇଛି ଏବଂ ଏଥିପାଇଁ ରାଜ୍ୟରେ କଲ ସେଂଟର ମଧ୍ୟ ଖୋଲାଯାଇଛି । ଯେଉଁଠାରେ କି ପ୍ରତିଟି ସିଫ୍ଟରେ ୫୦୦ କର୍ମଚାରୀ କାର୍ଯ୍ୟରତ ରହିବେ । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୁବ୍ ଶୀଘ୍ର ହିଁ ଏହି ସେବାର ଉଦଘାଟନ କରିବେ ।

ସେହିପରି ଏନେଇ ରାଜ୍ୟ ମୁଖ୍ୟ ସଚିବ ମଧ୍ୟ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି କି, ପ୍ରଶାସନ ଏବଂ ପୁଲିସ ସହ ସମସ୍ତ ବିଭାଗ, ବୋର୍ଡ, ନିଗମ ଏବଂ ଆୟୋଗ ସହ ଜଡିତ ସମସ୍ୟାଗୁଡିକ ପାଇଁ ଏହି ସିଏମ ହେଲ୍ପ ଲାଇନ୍ ପ୍ରସ୍ତୁତ କରାଯାଇଛି । ଯାହାର ଟୋଲ ଫି ନମ୍ବର ରଖାଯାଇଛି ୧୦୭୬ । ଏହି ନମ୍ବରରେ କଲ କରି ଜନତା ନିଜର ସମସ୍ତ ଏବଂ ଅଭିଯୋଗ ସରକାରଙ୍କଠାରେ ପହଂଚାଇପାରିବେ ଏବଂ ଅଭିଯୋଗ କରିବା କ୍ଷଣି ହିଁ ସମ୍ବନ୍ଧିତ ବିଭାଗକୁ ଅନଲାଇନ ଜରିଆରେ ଅଭିଯୋଗ ପଠାଇ ଦିଆଯିବ । ସମ୍ବନ୍ଧିତ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ମୋବାଇଲ ମେସେଜ ଜରିଆରେ ତାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶିତ କରାଯିବ । ତେଣୁ ଏଥିପାଇଁ ଅଭିଯୋଗକାରୀଙ୍କୁ ପ୍ରଥମେ ଏହାର କଲ ସେଂଟରକୁ ଯାଇ ସୂଚନା ଦେବାକୁ ପଡିବ । ଯାହାଦ୍ୱାରା ଅଭିଯୋଗକାରୀଙ୍କୁ ଫୋନ କରି ଏସଂପର୍କିତ ସ୍ପଷ୍ଟ କରି ଦିଆଯିବ କି ସମାଧାନ ହୋଇଛି କି ନାହିଁ । ଯଦି ଅଭିଯୋଗକାରୀ ଏହି ସମାଧାନରେ ସନ୍ତୁଷ୍ଟ ନଥିବେ ତେବେ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏନେଇ ଅବଗତ କରାଯିବ । କୌଣସି କାରଣରୁ ଯଦି ସମସ୍ୟାଟି ସମାଧାନ ହୋଇନପାରେ ତେବେ ତାର କାରଣ ସ୍ପଷ୍ଟ କରିବା ସହିତ ଅଭିଯୋଗକାରୀଙ୍କୁ ସୂଚିତ ମଧ୍ୟ କରିଦିଆଯିବ ।