ଏଣିକି ‘ଆପ’ ଜରିଆରେ ଖୋଜିପାରିବେ ଆପଣଙ୍କର ହଜିଯାଇଥିବା କୌଣସି ବି ଜିନିଷ ! ଜାଣନ୍ତୁ ପୂରା ପ୍ରକ୍ରିୟା

24

ସର୍ବପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏହି ସେବାଟି ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବିଧେୟ ଅଟେ । ସୂଚନା ମୁତାବକ, ବିମାନଯାତ୍ରୀମାନେ ବିମାନ ବନ୍ଦରରେ ହଜାଇଥିବା ସାମଗ୍ରୀ ସଂପର୍କରେ ମୋବାଇଲ ଫୋନରେ ଟ୍ରାକ୍ କରିପାରିବେ। ଆଣ୍ଡ୍ରଏଡ୍ ଫୋନରେ ଉମଙ୍ଗ୍ ଆପରେ ଯାତ୍ରୀମାନେ ଏହି ସୁବିଧା ପାଇପାରିବେ ବୋଲି ସିଆଇଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏଥିପାଇଁ ‘ଲଷ୍ଟ୍ ଆଣ୍ଡ ଫାଉଣ୍ଡ୍’ ସୁବିଧାର ବିକାଶ କରାଯାଇଛି ।

ଗୁଗୁଲ୍ ପ୍ଲେ ଷ୍ଟୋରର ସିଆଇଏସଏଫ୍ ସେକ୍ସନ ଅଧୀନରେ ଉମଙ୍ଗ ଆପରେ ଏହି ସୁବିଧା ମିଳିବ। ଏହି ଆପର ବଡ଼ ସୁବିଧା ହେଲା, ଯାତ୍ରୀମାନେ ସିଧାସଳଖ ମୋବାଇଲରେ ସେମାନଙ୍କ ଅଭିଯୋଗ ପଞ୍ଜୀକରଣ କରିପାରିବା ସହିତ ଅଭିଯୋଗର ଷ୍ଟାଟସ୍ କଣ ରହିଛି ଜାଣିପାରିବେ ।

ଚଳିତମାସ ୧୦ ତାରିଖରେ ଏହି ସେବା ଆରମ୍ଭ କରାଯାଇଛି । ଏହି ଆପ୍ଲିକେସନରେ ୩ଟି ସୁବିଧା ଯଥା ‘ଲଷ୍ଟ୍ ଆଣ୍ଡ୍ ଫାଉଣ୍ଡ୍ ଆଇଟମ୍ସ ଆଟ ଏୟାରପୋର୍ଟ’, ’ଟ୍ରାକିଂ କମ୍ପ୍ଲେଣ୍ଟ/ରିକ୍ୱେଷ୍ଟ ଷ୍ଟାଟର୍ସ ଏବଂ ‘ଟେକ୍ନିକାଲ କନସଲଟାନ୍ସି ଇନ୍ ସିକ୍ୟୁରିଟି ଆଣ୍ଡ ଫାୟାର ସର୍ଭିସେସ୍’ ସୁବିଧା ପାଇପାରିବେ।