ରୋଜଭ୍ୟାଲି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଖୁସିଖବର! ୨ ଲକ୍ଷ ୩୮ ହଜାରରୁ ଅଧିକ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ମିଳିବ ଟଙ୍କା, ଜାଣନ୍ତୁ କିଏ ପାଇବ କେତେ ଟଙ୍କା

1,206

କନକ ବ୍ୟୁରୋ : ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ବଡ ଖବର । ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ବଡ ରାୟ । ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା କରିଥିବା ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦେବାକୁ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଚିଟପଣ୍ଡ ଅଦାଲତ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ଏହି ରାୟ ପରେ  ମୋଟ ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀ ଟଙ୍କା ଫେରସ୍ତ ପାଇପାରିବେ ।  ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଅଦାଲତ ।

ଖାସକରି ଜମାକାରୀଙ୍କ ମଧ୍ୟରୁ ଚିହ୍ନଟ କରାଯାଇଥିବା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆରଆଇ ଓ ପଞ୍ଚାୟତ ସ୍ତରରେ ଚିହ୍ନଟ କରାଯାଇଥିବା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିବ । ଏହି ଜମାକାରୀ ମାନଙ୍କୁ ଅନଲାଇନ ମାଧ୍ୟମରେ ଟଙ୍କା ପ୍ରଦାନ କରାଯିବ । ୭ ହଜାର ଟଙ୍କାରୁ କମ ଜମାକାରୀଙ୍କୁ ସଂମ୍ପୃଣ୍ଣ ଟଙ୍କା ପ୍ରଦାନ କରାଯିବ । ୭ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ଜମାକାରୀଙ୍କୁ ବଳକା ୩ ହଜାର ଟଙ୍କାର ୫୨ ପ୍ରତିଶତ ଟଙ୍କା ପ୍ରଦାନ କରାଯିବ ।

କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଦିଆଯିବାକୁ ଥିବା ଟଙ୍କା କମ୍ପିଟେଣ୍ଟ ଅଥରୋଟି ମାଧ୍ୟମରେ ଟଙ୍କା ପ୍ରଦାନ କରିବେ । ୨୦୧୫ ମସିହାରେ ରୋଜଭ୍ୟାଲି କମ୍ପାନୀର ସମ୍ପତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ଚିଟଫଣ୍ଡ କୋର୍ଟ ।