ରାତାରାତି ରାସ୍ତା ଚୋରି କରି ନେଲେ ଦୁର୍ବୃତ ! ଜାଣନ୍ତୁ କିଭଳି ହେଲା ସମ୍ଭବ

30

ଭାରତରେ ସରକାରୀ ଅଧିକାରୀଙ୍କର ସଡ଼କ ଚୋରି କରିବା ଏକ ମାମୁଲି ଘଟଣା ପାଲଟିଯାଇଛି । ଯାହାର ଅର୍ଥ ହେଲା କି, ରାସ୍ତା ତିଆରି ହେଉଛି କିନ୍ତୁ ବାସ୍ତବରେ ନୁହେଁ ବରଂ ସରକାରୀ କାଗଜ କଲମ ଭିତରେ । କିନ୍ତୁ ଆମେ ଯେଉଁ ଘଟଣା ସଂପର୍କରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେ କୌଣସି କାଳ୍ପନିକ ନୁହେଁ ବରଂ ସଂପୂର୍ଣ୍ଣ ରୂପେ ସତ୍ୟ ଅଟେ ।

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଚୀନରେ । ଯେଉଁଠି ଜଣେ ଦୁର୍ବୃତ ରାତାରାତି ପାଖାପାଖି ୮୦୦ ମିଟର ଲମ୍ବାର କଂକ୍ରିଟ ସଡ଼କକୁ ତାଡି ନେଇ ଛୁ ହୋଇଯାଇଛି । ତେବେ ଘଟଣାଟି ଘଟିଛି ଗତ ୨୪ ଜାନୁୟାରୀ ତାରିଖରେ । ସ୍ଥାନୀୟ ଲୋକେ ରହସ୍ୟମୟୀ ଭାବରେ ସଡ଼କ ଚୋରି ହେବା ନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ପ୍ରଥମେ ତ ଲୋକଙ୍କୁ ଲାଗିଥିଲା କି ରାସ୍ତାର ମରାମତି କାର୍ଯ୍ୟ କରାଯାଉଛି । ମାତ୍ର ଖୁବଶୀଘ୍ର ଏହାର ପର୍ଦ୍ଦାଫାଶ କରିଥିଲା ପୁଲିସ ।

ସୂଚନା ମୁତାବକ, ‘ଝୁ’ ନାମକ ଜଣେ ବ୍ୟକ୍ତି ରାତାରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିଲା । ଯେଉଁଥିପାଇଁ ସେ ଚୋରି ଭଳି କୁଚ୍ଛିତ ମାର୍ଗକୁ ଆପଣେଇ ନେଇଥିଲା । ସେ ଗତ ୨୪ ତାରଖି ରାତିରେ ସଡ଼କ ଚୋରି କରିବା ପାଇଁ ସେ ଜଣେ ଶ୍ରମିକ ଏବଂ ଏକ ଟ୍ରକକୁ ଡାକିଥିଲା । ଯେଉଁଥିରୁ ସେ ବାହାରିଥିବା କଂକ୍ରିଟକୁ ଷ୍ଟୋନ ମ୍ୟାଟେରିଅଲ ଫ୍ୟାକ୍ଟ୍ରିକୁ ପହଂଚାଇଥିଲା । ଝୁ ରୋଜଗାରର ରାସ୍ତା ଖୋଜୁଥିଲା । ସେ ଭାବିଲା ଯେ, ସଡ଼କକୁ କାଟି କଂକ୍ରିଟ ବିକ୍ରି କଲେ ପ୍ରଚୁର ଟଙ୍କା ମିଳିବ ବୋଲି । ଝୁ’ର କହିବା ଅନୁସାରେ, ସେହି ରାସ୍ତାର ବ୍ୟବହାର ହେଉନଥିଲା । ତେଣୁ ସେ ଏହାକୁ ଚୋରି କରିବାର ଉପାୟ ପାଂଚିଥିଲା । ଏହାପରେ ସେ ସେହି କଂକ୍ରିଟକୁ ୫୧ ହଜାର ଟଙ୍କାରେ ବିକ୍ରିି କରିଥିଲା । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ କମେଂଟ ମଧ୍ୟ ଆସୁଛି ।

ଏଠାରେ ଆମେ କହି ରଖୁଛୁ କି, ଏଭଳି ଘଟଣା କୌଣସି ପ୍ରଥମ ଘଟଣା ନୁହେଁ ବରଂ ପୂର୍ବରୁ ବି ଋଷର ଏଭଳି ଘଟଣା ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ୫୦ କିଲୋମିଟର ହେବ ସଡ଼କ ଚୋରି କରିନେଇଥିଲା ।