ଭୁଲରେ ବି ଖାଆନ୍ତୁ ନାହିଁ ଏହି ଦୁଇଟି ଫଳ ! ଅଚଳ ହୋଇଯିବ କିଡନୀ, ଦୂରେଇ ରହିବାକୁ ଡାକ୍ତରଙ୍କ ପରାମର୍ଶ

210

ସୂଚନା ମୁତାବକ, ଚୀନରେ ପ୍ରସ୍ତୁତ କିଛି ଭୟଙ୍କର ତଥା କ୍ଷତିକାରକ କେମିକାଲ ଏବେ ଭାରତରେ ବେଧଡକ ଭାବରେ ବ୍ୟବହୃତ ହେଉଛି । ବଡ କଥା ହେଲା ଏହି କେମିକାଲକୁ ବର୍ତ୍ତମାନ ଭାରତରେ ବ୍ୟାନ କରାଯାଇଛି । ହେଲେ ଏହା ସତ୍ୱେ ବି ବ୍ୟବସାୟୀମାନେ ଏହି କେମିକାଲକୁ ଚୋରାରେ ବିକ୍ରି କରିବା ସହ ଫଳ ପଚାଇବାରେ ବ୍ୟବହାର କରୁଛନ୍ତି ।

ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କଂଚା ଆମ୍ବ ଏବଂ କଦଳୀକୁ ପଚାଇବା ପାଇଁ ଫଳ ଦୋକାନୀମାନେ ଚୀନରୁ ଆସିଥିବା ଋଗ୍ଧଷଚ୍ଚକ୍ଷରଦ୍ଭର ଜବସକ୍ଟ୍ରବଦ୍ଭକ୍ସ ନାମକ ଏକ ରସୟାନିକ ପଦାର୍ଥର ବ୍ୟବହାର କରୁଛନ୍ତି । ଯେବେ କି କଦଳି ପାଇଁ ସଗ୍ଧଷରକ୍ଟ୍ରଷକ୍ଟଦ୍ଭବ ନାମକ ରସୟାନିକର ପ୍ରୟୋଗ କରାଯାଉଛି । ତେବେ ଏହି ଦୁଇଟି ଯାକ ରସାୟନିକ ପଦାର୍ଥ ଭାରତରେ ବ୍ୟାନ କରାଯାଇଛି ।

ଡାକ୍ତରଙ୍କ ମତରେ, ଏହି ଦୁଇ ରସାୟନିକ ପଦାର୍ଥ ଆମ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ଏହି ରସାୟନିକ ପଦାର୍ଥ ଶରୀର ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ଏହାବ୍ୟତୀତ କିଡନୀ ମଧ୍ୟ ଫେଲ ହୋଇଯିବାର ସମ୍ଭାବନା ଅଧିକ ରହିଛି । ଡାକ୍ତରଙ୍କ ସୂଚନା ମୁତାବକ, ଅଧିକାଂଶ ସମୟରେ ଲୋକେ ଦାଗ ମାଗ ଥିବା ଫଳ କିଣିବାକୁ ଆଦୌ ପସନ୍ଦ କରିନଥାନ୍ତି, କେବଳ ଆଖିକୁ ସୁନ୍ଦର ଦେଖାଯାଉଥିବା ତଥା ଚକମକ ଦେଖାଯାଉଥିବା ଫଳ କିଣିବାକୁ ହିଁ ବେଶି ପସନ୍ଦ କରିଥାନ୍ତି । ଆଉ ଏହା ହିଁ ଏହି ରସାୟନିକକୁ ଚିହ୍ନଟ କରିବାର ଏକମାତ୍ରା ଉପାୟ । କାରଣ ଏହି ଫଳଗୁଡିକର ରଙ୍ଗ ପଛରେ ରହିଛି ବ୍ୟାନ ହୋଇଥିବା କେମିକାଲ । ମାତ୍ରାଧିକ ଏଥିଲିନ ବ୍ୟବହାର ହେବା ଦ୍ୱାରା ଏହା ଆଖିକୁ ଖୁବ୍ ଆକର୍ଷଣୀୟ ଦେଖାଯାଇଥାଏ ସତ କିନ୍ତୁ ଭିତରେ ଭରି ରହିଥାଏ କେବଳ ବିଷ ହିଁ ବିଷ ।

ତେବେ କଂଚା ଆମ୍ବ ଏବଂ କଦଳିକୁ ପଚାଇବା ପାଇଁ ଆନ୍ଧ୍ର ପ୍ରଦେଶ, ୟୁପି, ବିହାର ଏବଂ ଓଡିଶାରେ ମିଳୁଥିବା ଫଳଗୁଡିକରେ ବିଶେଷ କରି ଏହି ରସାୟନିକ ପଦାର୍ଥ ବ୍ୟବହାର କରାଯାଉଛି ।ଏଫଏସଏସଏଆଇ ଦ୍ୱାରା ନିଦ୍ଧାରିତ ମାନକ ଅନୁସାରେ,ଆମ୍ବ ଏବ କଦଳିକୁ ପଚାଇବା ପାଇଁ ଏଥିଲିନ ଗ୍ୟାସର ବ୍ୟବହାର କରାଯାଇପାରେ ଏବଂ ଏହାର ମାନକ ମଧ୍ୟ ୧୦୦ପିଏମ ସ୍ଥିର କରାଯାଇଛି । କିନ୍ତୁ ଏଠାରେ ଯେଉଁଭଳି ଭାବରେଏହାକୁ ବ୍ୟବହାର କରାଯାଉଛି ତାହା ନିର୍ଧାରିତ ମାନକଠାରୁ ପାଖାପାଖି ୨୦ରୁ୩୦ ଗୁଣା ଅଧିକ ରହିଛି । ଯାହାଦ୍ୱାରା କି ଏପ୍ରକାରର ଫଳ ଖାଇବା ଶରୀର ପାଇଁ କୌଣସି ବିପଦରୁ କମ ନୁହେଁ ।