ମୁହୂର୍ତ୍ତକ ମଧ୍ୟରେ ଜାଣନ୍ତୁ ଆପଣଙ୍କର ପିଏଫ ବାଲାନ୍ସ ! ମିସଡ କଲ ସମେତ ଆପଣାନ୍ତୁ ୪ଟି ସରଳ ଉପାୟ

75

ଯଦି ଆପଣ ଚାକିରିଆ ତେବେ ଭବିଷ୍ୟ ନିଧି (ପିଏଫ)ଖାତାରେ ପ୍ରତି ମାସ ଆପଣଙ୍କ ଦରମାର ଗୋଟିଏ ଭାଗ ନିଶ୍ଚୟ ରୂପେ କଟୁଥିବ । ତେବେ ପିଏଫ ଆଧାରରେ ପ୍ରତି ମାସ କେତେ ଟଙ୍କା ଆପଣଙ୍କ ଦରମାରୁ କଟୁଛି ଏସଂପର୍କରେ ଆପଣ ସହଜରେ ଜାଣିପାରିବେ ।

କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ତଥା ଇପିଏଫଓ ଏଥିପାଇଁ ଏକ ପେପରଲେସ ସୁବିଧା ବାହାର କରିଛି । ଇପିଏଫଓ ନିଜର ସମସ୍ତ ସବସ୍କ୍ରାଇବରଙ୍କୁ କୌଣସି ବି ସମୟରେ ବାଲାନ୍ସ ଚେକ୍ କରିବାର ସୁବିଧା ଦେଇଛି । ଯେଉଁଥିରେ ଜଣେ କର୍ମଚାରୀ ଘରେ ବସି ମାତ୍ର କିଛି ସେକେଣ୍ଡରେ ନିଜର ବାଲାନ୍ସ ଚେକ୍ କରିପାରିବେ । ତେବେ ଜାଣନ୍ତୁ ସେସଂପର୍କରେ ।

ଇପିଏଫଓ ପୋର୍ଟାଲ

ଆପଣ ଆପଣଙ୍କର ପିଏଫ ବାଲାନ୍ସ ଇପିଏଫଓ ପୋର୍ଟାଲକୁ ଯାଇ ଚେକ୍ କରିପାରିବେ । ଆପଣଙ୍କୁ ଏଥିପାଇଁ www.epfindia.gov.inକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ‘Our Services’ରେ ଯାଇ ‘For Employees’ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଏଠାରେ ଏକ ପେଜ ଖୋଲିବ ଯେଉଁଥିରେ ଆପଣଙ୍କୁ ପାସବୁକର ବିକଳ୍ପ ଚୟନ କରିବାକୁ ହେବ ।

ଏହି କାମ ଆପଣ ସେତେବେଳେ ଯାଇ କରିପାରିବେ ଯଦି ଆପଣଙ୍କର ୟୁଏଏନ ନମ୍ବର ଆକ୍ଟିଭେଟ୍ ହୋଇଥିବ ଏବଂ ଆପଣଙ୍କର ପିଏଫ ଖାତା ସହିତ ଲିଙ୍କ ହୋଇଥିବ । ନୂଆ ପେଜ ଖୋଲିବା ପରେ ଆପଣଙ୍କୁ ଏଠାରେ ଆପଣଙ୍କର ୟୁଏଏନ ନମ୍ବର ଏବଂ ପାସୱାର୍ଡ ଦେବାକୁ ହେବ ଏବଂ ଏହାପରେ ଆପଣ ଆପଣଙ୍କର ବାଲାନ୍ସ ଜାଣିପାରିବେ ।

ଆପ ଜରିଆରେ

ମୋବାଇଲ ଜରିଆରେ ଆପଣ ମଧ୍ୟ ଆପଣଙ୍କର ପିଏଫ ବାଲାନ୍ସ ଚେକ୍ କରିପାରିବେ । ଏଥିପାଇଁ ଆପଣ ଏମ-ଇପିଏଫ ଆପ ଡାଉନଲୋଡ କରିପାରିବେ । ଏହାବ୍ୟତୀତ ଏବେ ଆପଣ ‘ଉମଙ୍ଗ ଆପ’ ଜରିଆରେ ମଧ୍ୟ ଆପମଙ୍କର ପିଏଫ ବାଲାନ୍ସର ସୂଚନା ପାଇପାରିବେ ।

ଆପ ଜରିଆରେ ବାଲାନ୍ସ ଜାଣିବା ପାଇଁ ହେଲେ ଆପଣଙ୍କୁ ଏହି ଆପରେ ମେମ୍ବର ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଆପଣଙ୍କୁ ବାଲାନ୍ସ/ପାସବୁକ୍ ଉପରେ କ୍ଲିକ୍ କରିବାକୁ ହେବ । ଏଠାରେ କ୍ଲିକ୍ କରିବା ପରେ ଆପଣଙ୍କୁ ଆପଣଙ୍କର ୟୁଏଏନ ନମ୍ବର ଏବଂ ମୋବାଇଲ ନମ୍ବର ଦେବାକୁ ହେବ । ଏଥିସହିତ କିଛି ତଥ୍ୟ ମଧ୍ୟ ଦେବାକୁ ପଡିବ । ଏହାପରେ ଆପଣ ଆପଣଙ୍କର ବାଲାନ୍ସ ଚେକ୍ କରିପାରିବେ ।

ମିସଡ କଲ ଜରିଆରେ

ଆପଣ ଚାହିଁବେ ତ ମିସଡ କଲ ଦେଇ ବି ଆପଣଙ୍କର ପିଏଫ ବାଲାନ୍ସ ଚେକ୍ କରିପାରିବେ । ଏଥିପାଇଁ ୦୧୧-୨୨୯୦୧୪୦୬ ନମ୍ବର ମିସଡ କଲ କରିବାକୁ ହେବ । ଆପଣଙ୍କୁ ପିଏଫ ବାଲାନ୍ସର ସୂଚନା ମିଳିଯିବ ।

ଏସଏମଏସ ଜରିଆରେ

ପିଏଫ ବାଲାନ୍ସ ଜାଣିବାର ଅନ୍ୟ ଏକ ତରିକା ହେଉଛି ଏସଏମଏସ । ଆପଣଙ୍କୁ ଇପିଏଫଓ ସହ ରେଜିଷ୍ଟର ମୋବାଇଲ ନମ୍ବରରୁ ୭୭୩୮୨୯୯୮୯୯ରେ ମେସେଜ କରିବାକୁ ହେବ । ଏଥିସହିତ ଆପଣଙ୍କୁ ଏଥିରେ ଇପିଏଫଓଏଚଓ ୟୁଏଏନ ଇଏନଜି ଲେଖଇବାକୁ ହେବ । ଶେଷରେ ଚିନୋଟି ଶଦ୍ଦ ଇଏନଜିର ଭାଷା ଅଟେ । ଯଦି ଆପଣ ତିନୋଟି ଶଦ୍ଦ ଦେବେ ତେବେ ଆପଣଙ୍କୁ ଇଂରାଜୀରେ ବାଲାନ୍ସର ସୂଚନା ମିଳିବ । ଏହାପରେ ଆପଣ ଆପଣଙ୍କର ବାଲାନ୍ସ ଚେକ୍ କରିପାରିବେ ।

ମାତ୍ର ଧ୍ୟାନ ରଖିବେ କି ୟୁଏଏନ ସ୍ଥାନରେ ଆପଣଙ୍କୁ ଆପାଣଙ୍କର ୟୁଏଏନ ନମ୍ବର ଦେବେନାହିଁ । ଏହାକୁ କେବଳ ୟୁଏଏନ ଲେଖି ଛାଡା ଦେବେ । ଆପଣଙ୍କର ମୋବାଇଲ ନମ୍ବର ଇପିଏଫଓ ନିକଟରେ ରେଜିଷ୍ଟର ହେବା ଦ୍ୱାରା ଆପଣଙ୍କର ପିଏଫ ଆକାଉଂଟର ଜରୁରୀ ସୂଚନା ମିଳିଯିବ । ଏଥିପାଇଁ ଆପଣଙ୍କୁ ସବୁବେଳେ ରେଜିଷ୍ଟର ମୋବାଇଲ ନମ୍ବରରୁ ହିଁ ମେସେଜ କରିବା ଆବଶ୍ୟକ ।