ନମ୍ବର ଡାଏଲ କରି ଜାଣନ୍ତୁ ଆପଣ କିଣୁଥିବା ସ୍ମାର୍ଟଫୋନଟି ଭଲ ନା ଖରାପ . . .

45

ହୋଲିର ରଙ୍ଗରେ ସେତେବେଳେ ବେରଙ୍ଗ ହୋଇଯାଏ ଯେତେବେଳେ ହୋଲି ଖେଳିବା ସମୟରେ ଆପଣଙ୍କର ଦାମୀ ସ୍ମାର୍ଟଫୋନରେ ପାଣି ଟିକିଏ ପସିଯାଏ । ତେବେ ଏଭଳି ପରିସ୍ଥିତିରେ ହୋଲି ପୂର୍ବରୁ ଆପଣ ବଜାରରେ ଉପଲବ୍ଧ ବିଭିନ୍ନ ପ୍ରକାରର ପ୍ରୋଟେକ୍ଟିଭ ପାଉଡର ଏବଂ କଭରର ବ୍ୟବହାର କରି ଆପଣଙ୍କର ମୂଲ୍ୟବାନ ମୋବାଇଲକୁ ପାଣି ଦାୟରୁ ସୁରକ୍ଷିତ ରଖିପାରିବେ । ହେଲେ ଆପଣ ଜାଣିଛନ୍ତି କି, ଯେଉଁ ସ୍ମାର୍ଟଫୋନକୁ ଆପଣ ପାଣିରୁ ରକ୍ଷା କରିବାକୁ ଚାହୁଁଛନ୍ତି, ହୋଇଥାଇପାରେ ସେ ପୂର୍ବରୁ ହିଁ ୱାଟରପ୍ରୁଫ୍ ହୋଇଥିବ । କିନ୍ତୁ ଏକଥା ଆପଣ ଜାଣିବେ କିପରି । ତେବେ ଆଜି ଆମେ ଆପଣଙ୍କୁ ଏସଂପର୍କରେ ଜଣାଇବୁ . . .

ସାଧାରଣତଃ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ସ୍ମାର୍ଟଫୋନ ତ କିଣିପକାନ୍ତି ହେଲେ ଫୋନଟିର ଫିଚର ଏବଂ ସ୍ପେସିଫିକେସନ ସଂପର୍କରେ ଅଧିକ କିଛି ଜାଣିନଥାନ୍ତି । ଏଭଳି ପରିସ୍ଥିତିରେ ଯଦି ସ୍ମାର୍ଟଫୋନଟି ସଂପୂର୍ଣ୍ଣ ଭାବରେ ୱାଟର ଏବଂ ଡଷ୍ଟ ପ୍ରୁଫ୍ ହୋଇଥିବ ତେବେ ଆପଣଙ୍କୁ ଆଉ କୌଣସି କଥାକୁ ନେଇ ଚିନ୍ତା କରିବାକୁ ପଡିନପାରେ ।

ଆଇପି ରେଟିଂ ଜଣାଇଥାଏ ସ୍ମାର୍ଟଫୋନର ୱାଟରପ୍ରୁଫ କାପାବିଲିଟି

ପାଣି ଭିତରେ କୌଣସି ସ୍ମାର୍ଟଫୋନ କେତେ ମାତ୍ରାରେ ପାୱରଫୁଲ ଅଟେ ତାର ଅନ୍ଦାଜ୍ ,ସେଥିରେ ଥିବା ଆଇପି ରେଟିଂରୁ ହିଁ ଜଣାପଡିଥାଏ । ଆଇପି ୬୭ ଏବଂ ଆଇପି ୬୮ ଥିବା ସ୍ମାର୍ଟଫୋନ ହିଁ ୱାଟରପ୍ରୁଫ ହୋଇଥାଏ । ଯାହା ଉପରେ ପାଣିର କୌଣସି ବି ପ୍ରଭାବ ପଡିନଥାଏ ।

ଆଇପି ୬୭ କଣ ?

ଯଦି ଆପଣଙ୍କର ମୋବାଇଲ ଆଇପି୬୭ ରେଟିଂରୁ କମ ହୋଇଥାଏ ତେବେ ତାହା ପାଣି ଭିତରେ ଏକ ମିଟର ଗଭୀରତା ପର୍ଯ୍ୟନ୍ତ ୩୦ ମିନିଟ୍ ଯାଏଁ ଆରାମରେ ରହିପାରେ ।

ଆଇପି୬୮ କଣ ?

ସେହିପରି ଯଦି ଆପଣଙ୍କର ସ୍ମାର୍ଟଫୋନ ଆଇପି୬୮ ରେଟିଂରୁ କମ ହୋଇଥାଏ ତେବେ ତାହା ସ୍ମାର୍ଟଫୋନ ପାଣ ଭିତରେ ପାଖାପାଖି ୧.୫ ଗଭୀରତା ପର୍ଯ୍ୟନ୍ତ ୩୦ ମିନିଟ୍ ଯାଏଁ ଆରାମରେ ରହିପାରିବ ।

ତେଣୁ ଏବେ ଯେତେବେଳେ ବି କୌଣସି ମୋବାଇଲ୍ କିଣିବାକୁ ବଜାରକୁ ଯାଉଛନ୍ତି ତେବେ ସେତେବେଳେ ଆପଣ ଆଦୌ କର୍ମଚାରୀଙ୍କ କଥାରେ ପଡି ମୋବାଇଲକୁ ୱାଟରପ୍ରୁଫ ଭାବି କିଣିପକାନ୍ତୁ ନାହିଁ ବରଂ ନିଜେ ଏହି ଆଇପି କୋଡ ଦେଖି ହିଁ ମୋବାଇଲ କିଣନ୍ତୁ ।