ବଜାରକୁ ଆସିଲା ଚାଟ୍ ସିମ୍ ! ଗ୍ରାହକଙ୍କୁ ମିଳିବ ଅସୀମ ଇଂଟରନେଟ୍ ସହିତ ମେସେଜ୍ ଓ କଲିଂର ସୁବିଧା, ଲାଗିବ ନାହିଁ କୌଣସି ଚାର୍ଜ

44

ଟେଲିକମ ଜଗତରେ ରିଲାଏନ୍ସ ଜିଓ ପାଦ ଥାପିବା ପରେ ପରେ, ସତେ ଯେପରି ଲାଗୁଛି ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଯାଇଛି । କାରଣ ଜିଓ ଭଳି ଏବେ ବାକି କଂପାନୀମାନେ ଲୋକମାନଙ୍କୁ ନିଜ ପ୍ରତି ଆକୃଷ୍ଠ କରିବା ଉଦ୍ଦେଶ୍ୟରେ ଅନେକ ନୂଆ ନୂଆ ଆକର୍ଷଣୀୟ ଅଫସମାନ ଯେଉଁ ଲଂଚ କରିବାରେ ଲାଗିଛନ୍ତି । ଇତି ମଧ୍ୟରେ ବଜାରରେ ଏକ ନୂଆ କଂପାନୀ ମୁଣ୍ଡ ଟେକିଛି ଯିଏ କି ଏକ ସିମ୍ ଲଂଚ କରିଛି ଆଉ ଏହି ସିମର ନାଁ ରହିଛି ଚାଟ୍ ସିମ୍-୨ ।

ସୂଚନା ମୁତାବକ, ନିକଟରେ ଇଟାଲୀରେ ଲଂଚ ହୋଇଛି ଚାଟ୍ ସିମ-୨ । ଏହି ସିମ ଜରିଆରେ ଆପଣ ଅସୀମ ଇଂଟରନେଟ୍ ସପିଂ ଏବଂ ମେସେଜ କରିପାରିବେ । ବଡ କଥା ହେଲା, ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ଚାର୍ଜ ଦେବାକୁ ପଡିବ ନାହିଁ କି ଏହାର କୌଣସି ବୈଧତା ନାହିଁ । ତେବେ ଚ୍ୟାଟ ସିମର ବର୍ଷିକୀୟା ପ୍ଲାନ ଅନୁସାରେ, ଏହି ସିମ ଜରିଆରେ ୟୁଜର୍ସ ପାଖାପାଖି ୧୬୫ ଦେଶକୁ ମେସେଜ ପଠାଇବାର ବ୍ୟବସ୍ଥା ରହିଛି । ଏଥିସହିତ ‘ଚାଟ ସିମ-୨’ରେ ଅନଲିମିଟେଡ୍ ପ୍ୟାକ୍ ଜିରୋ ରେଟିଂ କନସେପ୍ଟ ଆଧାରରେ ଚାଲିବ । ତେବେ ଏଠାରେ ଆପଣଙ୍କୁ କହି ରଖୁଛୁ, ଏହା ପୂର୍ବରୁ ବି କମ୍ପାନୀ ଚାଟ ସିମ ଲଂଚ କରିଥିଲା । କୌଣସି ଅସୁବିଧା କାରଣକୁ ତାକୁ କିଛିଦିନ ପରେ ବନ୍ଦ କରିଦିଆଯାଇଥିଲା ।

ଏହାକୁ ବ୍ୟବହାର କରିବାକୁ ହେଲେ ୟୁଜର୍ସଙ୍କୁ ଫଟୋ, ଭିଡିଓ ଓ ଭଏସ କଲିଂ କରିବା ପାଇଁ କିଛି ମଲ୍ଟିମିଡିଆ କ୍ରେଡିଟର୍ସଙ୍କୁ କିଣିବାକୁ ପଡୁଥିଲା । କିନ୍ତୁ ଚାଟ ସିମ-୨କୁ ନେଇ କମ୍ପାନୀର ଦାବି ରହିଛି କି, ୟୁଜର୍ସ ମୂଳ ପ୍ଲାନ ଅନ୍ତର୍ଗତରେ ହିଁ ଇଂଟରନେଟ୍ ସଫିଂ ଓ ମୋବାଇର ଅନ୍ୟ ଆପ୍ଲିକେସନକୁ ବ୍ୟବହାର କରିପାରିବେ । କମ୍ପାନୀର ମତାନୁସାରେ, ଚାଟ୍ ସିମ ଦୁନିଆର ୨୫୦ ଟେଲିକମ ଅପେରେଟର୍ସଙ୍କ ସହ କାମ କରିବ, ଏହା ପାଖାପାଖି ୧୬୫ ଦେଶରୁ ଅଧିକ ଦେଶରେ କାର୍ଯ୍ୟକାରୀ ହେବ । ସିମ କାର୍ଡ ସହ ଜଡିତ ପ୍ଲାନରେ ଲୋକେ କିଛି ପସନ୍ଦିଆ ଆପ ଜରିଆରେ ହିଁ ଅନଲିମିଟେଡ ଚାଟ କରିପାରିବେ, ଯେଉଁଥିରେ ହ୍ୱାଟସଆପ, ଫେସବୁକ ମେସେଂଜର, ଭି-ଚାଟ, ଟେଲିଗ୍ରାମ, ଆପ୍ସ ଲାଇକ ଲାଇନ ଓ ହାଇକ ଆଦି ସାମିଲ ରହିଛି । ତେବେ ଏହି ସିମଟି ଆଇଫୋନ ଅପରେଟିଂ ସିଷ୍ଟମ, ଆଣ୍ଡ୍ରଏଡ ଓ ୱିଣ୍ଡୋ ଫୋନର ଟ୍ୟାବଲେଟଗୁଡକରେ କାମ କରିବ । ହେଲେ ଭାରତରେ ଏହାର ଦାମ କେତେ ରହିବ, ତାହା ନେଇ ଏଯାବତ୍ କୌଣସି ସୂଚନା ମିଳିପାରିନାହିଁ ।