ଗାଡି ଚାଳକ ସାବଧାନ ! ଏଣିକି ଡ୍ରାଇଭିଂ ସମୟରେ ଗୁଗଲ ମ୍ୟାପ ଦେଖିଲେ ହଜାରେ ଟଙ୍କା ଗଣିବା ସହିତ ତିନିମାସ ପାଇଁ ରଦ୍ଦ ହୋଇଯିବ ଲାଇସେନ୍ସ

36

ପ୍ରଥମ କରି କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଗୁଗଲ ମ୍ୟାପ ଏକ ବନ୍ଧୁ ଭଳି ସହାୟତା କରିଥାଏ । ଯାହାଦ୍ୱାରା ଅତି ସହଜରେ ଆମେ ଆମର ଗନ୍ତବ୍ୟସ୍ଥଳରେ ପହଂଚିପାରିଥାଉ । ଆଉ ଏହି କାରଣରୁ ହିଁ ଗୁଗଲ ମ୍ୟାପର ଲୋକପ୍ରିୟତା ଏବେ ବୃଦ୍ଧିପାଇଛି । ହେଲେ ଏବେ କିନ୍ତୁ ଏହି ଗୁଗଲ ମ୍ୟାପ ଲୋକଙ୍କ ପାଇଁ କାଳ ସାଜିଛି । କାରଣ ଏଥିପାଇଁ ଅନେକ ସଡକ ଦୁର୍ଘଟଣା ଘଟିଥିବା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକୁ ଦୃଷ୍ଟିରେ ରଖି ଚଣ୍ଡିଗଡ ପୋଲିସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗୁଗଲ ମ୍ୟାପ କାରଣରୁ ଘଟୁଥିବା ଦୁର୍ଘଟଣାକୁ ଆଖି ଆଗରେ ରଖି ଚଣ୍ଡିଗଡ ପୋଲିସ ପକ୍ଷରୁ କଠୋର ନିଷ୍ପତି ନେଇଛି । ତେବେ ଏହି ନିଷ୍ପତି ଅନୁସାରେ ଯଦି କୌଣସି ବ୍ୟକ୍ତି ଗାଡି ଚଲାଉଥିବା ସମୟରେ ଗୁଗଲ ମ୍ୟାପ ବ୍ୟବହାର କରୁଥିବାର ନଜର ଆସନ୍ତି ତେବେ ଆଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦିଆଯିବ । ଏପରିକି ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଏଥିପାଇଁ ମୋଟା ରକମର ଜରିମାନା ଦେବା ସହତି ତାଙ୍କର ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯାଇପାରେ । ତେବେ ଏହି ନିମୟ ଯାତ୍ରୀବାହୀ ଗାଡ଼ି ଓ ତଳସ୍ତର ଡ୍ରାଇଭର ଉପରେ ମଧ୍ୟ ଲାଗୁ କରାଯିବ ।

ଚଣ୍ଡିଗଡ଼ର ଟ୍ରାଫିକ ପୁଲିସଙ୍କ କହିବାନୁସାରେ, ତାଙ୍କୁ ଟ୍ରାଫିକ ହେଲ୍ପଲାଇନରେ ଅନେକ ଅଭିଯୋଗ ମିଳିଛିି, ଯେଉଁଥିରେ ଡ୍ରାଇଭିଂ କରିବା ସମୟରେ ଗୁଗଲ ମ୍ୟାପ ଦେଖିବା ଆଇନ ବିରୋଧ ବୋଲି ଅଭିଯୋଗ ଆସିଛି । ରିପୋର୍ଟ ଅନୁସାରେ, ଡ୍ରାଇଭିଂ ସମୟରେ ମୋବାଇଲ କଥାବାର୍ତ୍ତା ହେଲେ ଟ୍ରାଫିକ୍ ପୁଲିସ ସେମାନଙ୍କ ଠାରୁ ଚାଲାଣ କାଟିବା ସହିତ ଜରିମାନା ମଧ୍ୟ ଆଦାୟ କରିବେ । ତେଣୁ ଏଣିକି ଯଦି କୌଣସି ବ୍ୟକ୍ତି ଗାଡ଼ି ଚଲାଉଥିବା ସମୟରେ କଥାବର୍ତ୍ତା ହେଉଥିବାର ନଜର ଆସନ୍ତି ତେବେ ତାଙ୍କୁ ୧୦୦୦ ଟଙ୍କା ଚାଲାଣ କାଟିବା ସହ ତିନିମାସ ପାଇଁ ତାଙ୍କର ଲାଇସେନ୍ସ ରଦ୍ଦ କରିଦିଆଯିବ ।