ବେରୋଜଗାର ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ସେନାରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି ଯଦି ତୁରନ୍ତ କରନ୍ତୁ ଆବେଦନ

68

ଯଦି ଆପଣ ସେନାରେ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ସୂବର୍ଣ୍ଣ ସୁଯୋଗ । ହେଲେ ଆପଣଙ୍କୁ ଏଥିପାଇଁ କିଛି ଦିଗ ଉପରେ ଧ୍ୟାନ ରଖିବାକୁ ପଡିବ । ୟୁଥ ଫାଉଣ୍ଡେସନ ତରଫରୁ ଦେହରାଦୁନ ଏବଂ ପୌଡିଠାରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି । ଯେଉଁଥିରେ ଦେହରାଦୁନ୍, ହରିଦ୍ୱାର ଏବଂ ପୌଡିର ଯୁବକମାନେ ଭାଗନେଇପାରିବେ । ଯାହାକି ମଙ୍ଗଳବାର ତଥା ଆଜିଠୁ ଆରମ୍ଭ ହୋଇଛି । ଏହି ନିଯୁକ୍ତି ମେଳାରେ ଯୁବଗୋଷ୍ଠୀଙ୍କୁ ସେନାରେ ଭର୍ତ୍ତି ହେବା ପୂର୍ବରୁ ପ୍ରଶିକ୍ଷଣ ଦିଆଯିବ ।

ୟୁଥ ଫାଉଣ୍ଡେସନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ପୌଡି, ଦେହରାଦୁନ ଏବଂ ହରିଦ୍ୱାରର ଆଶାୟୀପ୍ରାର୍ଥୀମାନେ ଫାଉଣ୍ଡେସନର ଟ୍ରେନିଂ କ୍ୟାମ୍ପକୁ ଆସି ଯୋଗ ଦେଇପାରିବେ । ସେ ଆହୁରୀ ବି କହିଛନ୍ତି କି, ଦେହରାଦୁନ ସ୍ଥିତ କ୍ୟାମ୍ପ ଏଭେରେଷ୍ଟ , ଲାନ୍ଧା ରୋଡ ରୁଦ୍ରପୁର ଏବଂ କ୍ୟାମ୍ପ ଡେଲ୍ଟା ସରଦାର ଭଗବାନ ସିଂହ ଇଜିନିୟରିଂ କଲେଜକୁ ଆସି ସାମିଲ ଯୋଗ ଦେଇପାରିବେ । ତେବେ ଏହି ନିଯୁକ୍ତି ମେଳାର ଏକମାତ୍ର ଉଦ୍ଦେଶ୍ୟ ହେଲା, ବେକାରୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ।

ଦେବାକୁ ପଡିବ ନିମ୍ନ ଲିଖିତ ଦସ୍ତାବିଜ

• ହାଇସ୍କୁଲ/ ଦ୍ୱାଦଶ ଶ୍ରେଣୀ ପାସ କରିଥିବା ପ୍ରମାଣପତ୍ର ଏବଂ ମାର୍କସିଟ୍

• ଜିଲ୍ଲାଧିକାରୀ କିମ୍ବା ଏସଡିଏମ ଦ୍ୱାରା ପ୍ରଦତ ପୈତୃକ ପ୍ରମାଣପତ୍ର ତଥା ସ୍ଥାୟୀ ନିବାଶ ପ୍ରମାଣପତ୍ର ଫଟୋ ଲଗା ଯାଇଥିବା

• ଜିଲ୍ଲାଧିକାରୀ କିମ୍ବା ଏସଡିଏମ ଦ୍ୱାରା ପ୍ରଦତ ଜାତିଗତ ପ୍ରମାଣ ପତ୍ର

ନିଯୁକ୍ତି ମେଳାର ସମୟ ସାରଣୀ- ଦେହରାଦୁନ

ତାରିଖ- ୬ ଫେବୃଆରୀ

ସ୍ଥାନ – ମିନି ଷ୍ଟାଡିୟମ, ତ୍ୟୁନି

ତାରିଖ- ୭ ଫେବୃଆରୀ

ସ୍ଥାନ – ଡିଗ୍ରୀ କଲେଜ ଗ୍ରାଉଣ୍ଡ, ନବୀନ ଚକରତା

ତାରିଖ- ୮ ଫେବୃଆରୀ

ସ୍ଥାନ – ଡିଟିଏମ କଲେଜ, ବିକାଶନଗର

ତାରିଖ- ୯ ଫେବୃଆରୀ

ସ୍ଥାନ – ପରେଡ ଗ୍ରାଉଣ୍ଡ, ଦେହରାଦୁନ

ତାରିଖ- ୧୦ ଫେବୃଆରୀ

ସ୍ଥାନ – ମହିନ୍ଦ୍ରା ଗ୍ରାଉଣ୍ଡ, ଗଡି କ୍ୟାଂଟ, ଦେହରାଦୁନ

ତାରିଖ- ୧୧ ଫେବୃଆରୀ

ସ୍ଥାନ -ମହାରାଣା ପ୍ରତାପ ସ୍ପୋର୍ଟସ କଲେଜ ରାୟପୁର ଦେହରାଦୁନ

ତାରିଖ- ୧୨ ଫେବୃଆରୀ

ସ୍ଥାନ – ମେଳା ଗ୍ରାଉଣ୍ଡ ଲଚ୍ଛିୱାଲା

ସମୟ- ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ।

ନିଯୁକ୍ତି ମେଳାର ସମୟ ସାରଣୀ- ପୌଡି

ତାରିଖ- ୬ ଫେବୃଆରୀ

ସ୍ଥାନ – ରାଜକୀୟ ଇଂଟର କଲେଜ ଧୁମାକୋଟ

ତାରିଖ- ୭ ଫେବୃଆରୀ

ସ୍ଥାନ – ରାଜକୀୟ ଇଂଟର କଲେଜ ତ୍ରିପାଲିସୈନ

ତାରିଖ- ୮ ଫେବୃଆରୀ

ସ୍ଥାନ – ରାମଲିଳା ମଇଦାନ ପୌଡି

ତାରିଖ- ୯ ଫେବୃଆରୀ

ସ୍ଥାନ – କନ୍ୟା ବିଦ୍ୟାଳୟ ସତପୁଲି

ତାରିଖ- ୧୦ ଫେବୃଆରୀ

ସ୍ଥାନ – ରାଜକୀୟ ଇଂଟର କଲେଜ କୀର୍ତ୍ତିଖାଲ

ତାରିଖ- ୧୧ ଫେବୃଆରୀ

ସ୍ଥାନ – ରାଜକୀୟ ଇଂଟର କଲେଜ ମୋତାଧାଙ୍ଗ, କୋଟଦ୍ୱାର

ସମୟ- ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ।