ଡ୍ରାଇଭିଂ ଲାଇସେନ୍ସ ସହିତ ‘ଆଧାର’ ଯୋଡ଼ାଯିବ

50

ପାନକାର୍ଡ, ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ଆଦି ପରେ ଏବେ ଡ୍ରାଇଭିଂ ଲାଇସେନ୍ସ ସହିତ ଆଧାର ନମ୍ବରକୁ ଯୋଡ଼ାଯିବ । ଡ୍ରାଇଭରଙ୍କ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ।

ତେବେ କେବେସୁଦ୍ଧା ଏହାକୁ ସଂଯୋଗ କରାଯିବ ସେ ନେଇ କିଛି କୁହାଯାଇନାହିଁ । ଆଧାର ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଉଲ୍ଲଂଘନ କରୁଛି କି ନାହିଁ ସେ ନେଇ ସୁପ୍ରିମକୋର୍ଟ ଏ ପର୍ଯ୍ୟନ୍ତ ରାୟ ଦେଇନାହାନ୍ତି । ଆସନ୍ତା ନଭେମ୍ବରରେ ଏସଂକ୍ରାନ୍ତ ରାୟ ପ୍ରକାଶ ପାଇବାର ଅଛି । ଏହାପୂର୍ବରୁ ସୁପ୍ରିମକୋର୍ଟ ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର ବୋଲି ଗତମାସରେ ରାୟ ଦେଇ ସାରିଛନ୍ତି । ଆଧାର ନମ୍ବରକୁ ଡ୍ରାଇଭିଂ ଲାଇସେନ୍ସ ସହିତ ଯୋଡ଼ାଯିବା ଏଜେଣ୍ଡା ସରକାରଙ୍କର ରହିଥିଲେ ମଧ୍ୟ ଏହାକେତେଦୂର କାର୍ଯ୍ୟକାରୀ ହୋଇପାରିବ ତାହା ଆଗାମୀ ଦିନରେ ସୁପ୍ରିମକୋର୍ଟ ହିଁ ନିର୍ଦ୍ଧାରଣ କରିବେ ।

ତେବେ ଗତକାଲି ଡିଜିଟାଲ ହରିୟାନା ସମ୍ମିଳନୀ-୨୦୧୭ରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଏହି ପ୍ରସଙ୍ଗରେ ସେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହିତ ଆଲୋଚନା କରିଛନ୍ତି । ଡିଜିଟାଲ ପରିଚୟପତ୍ର ହିଁ ଲୋକଙ୍କୁ ବାସ୍ତବ ପରିଚିତି ଦେବ ।

ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ମଧ୍ୟ ଆଧାରକାର୍ଡକୁ ନେଇ ଅନେକ ସରକାରୀ ଜନ କଲ୍ୟାଣ ଯୋଜନା ପାଇ ବାଧ୍ୟତାମୂଳକ ଭାବେ ଘୋଷଣା କରାଯାଇଛି । ଯେଉଁ ମାମଲାର ଶୁଣାଣିର ଶେଷ ତାରିଖକୁ ସୁପ୍ରିମକୋର୍ଟ ୩୧ ଡିସେମ୍ବର ଯାଏଁ ବୃଦ୍ଧି କରିଦେଇଛନ୍ତି । ତେବେ ପୂର୍ବରୁ ଏହି ସମୟସୀମା ୩୦ ସେପ୍ଟେମ୍ବର ଯାଏଁ ଧାର୍ଯ୍ୟ କରାଯାଇଥିଲା ।

ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିବାର ଶେଷ ତାରିଖକୁ ୩୧ ଡିସେମ୍ବର ୨୦୧୭କୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ଏବେ ଏହାର ଡେଡଲାଇନ୍ ୩୦ ସେପ୍ଟେମ୍ବର ପରିବର୍ତ୍ତେ ୩୧ ଡିସେମ୍ବର ୨୦୧୭ ଯାଏଁ ରହିଛି ।

କୋର୍ଟ କହିବା ଅନୁସାରେ, ଏହି ମାମଲାକୁ ଚ୍ୟାଲେଂଜ ଦେଇଥିବା ଅଭିଯୋଗପତ୍ର ଉପରେ ଏବେ ଶୁଣାଣି କରାଯିବା ଜରୁରୀ ନୁହେଁ ବୋଲି । ତେଣୁ ନଭେମ୍ବର ମାସର ପ୍ରଥମ ସପ୍ତାହରେ ହିଁ ଏହା ଉପରେ ଶୁଣାଣି କରାଯିବ ।

ଏହାପୂର୍ବରୁ ସୁପ୍ରିମକୋର୍ଟର ଏକ ୯ ଜଣିଆ ଖଣ୍ଡପୀଠ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ମୌଳିକ ଅଧିକାର ଭାବେ ବିଚାର କରିଥିଲେ ଆଉ କେନ୍ଦ୍ର ସରକାର ସେହି ସମୟରେ କହିଥିଲେ କି, ଜନ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯିବା ଏବଂ ଏଥିପାଇଁ ଜନତାଙ୍କୁ ୩୦ ସେପ୍ଟେମ୍ବର ଯାଏଁ ସମୟ ଦିଆଯାଇଥିଲା କି ଯେଉଁମାନଙ୍କର ଆଧାରକାର୍ଡ ନାହିଁ ସେମାନେ ଏହି ସମୟସୀମା ଭିତରେ ନିଜର ଆଧାରକାର୍ଡ ତିଆରି କରିବାଦେବାକୁ । ଯାହାର ଅର୍ଥ ହେଲା, ଯଦି ଆପଣ ୩୦ ସେପ୍ଟେମ୍ବର ଭିତରେ ଆଧାର କାର୍ଡ ତିଆରି ବନେଇନାହାଁନ୍ତି ତେବେ ଆପଣ ସରକାରର ଦ୍ୱାରା ପ୍ରଦତ ବିଭିନ୍ନ ଜନ କଲ୍ୟାଣଯୋଜନାର ଆପଣ ଲାଭ ଉଠାଇପାରିବେ ନାହିଁ ।