କେନ୍ଦ୍ର ସରକାରଙ୍କ ଚେତାବନୀ ! ଫୋନରୁ ତୁରନ୍ତ ହଟାନ୍ତୁ ଏହି ଆପ୍, ନଚେତ୍ ଭାରତ ପାଇଁ ସୃଷ୍ଟି କରିପାରେ ବଡ ବିପଦ

76

ସରକାର ନିକଟରେ ଜାରି କରିଥିବା ହାଇ ଆଲର୍ଟ ମଧ୍ୟରେ କିଛି ଆପ୍ସ ଅନ୍ତର୍ଭୁକ୍ତ । ଯାହାକୁ ତୁରନ୍ତ ଆପଣଙ୍କ ମୋବାଇଲରୁ ହଟାଇବାକୁ ପଡିବ । ତେବେ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଯଦି ଆପଣ ମଧ୍ୟ ଏସବୁ ଆପକୁ ଆପଣଙ୍କ ମୋବାଇଲ ଫୋନରେ ବ୍ୟବହାର କରୁଛନ୍ତି ତେବେ ସେଗୁଡିକୁ ଯଥାଶୀଘ୍ର ଅନଇନଷ୍ଟଲ କରି ଦିଅନ୍ତୁ । କାରଣ ଏହି ଆପଗୁଡିକ ଜାସୁସି ଆପ ଅଟେ । ଯାହାଦ୍ୱାରା ଦେଶ ପାଇଁ ବିପଦ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ଗୃହମନ୍ତ୍ରାଳୟ ଯେଉଁ ୪ଟି ଆପକୁ ସ୍ମାର୍ଟଫୋନରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ସେଗୁଡିକ ହେଲା,ଟପ୍ ଗନ (ଗେମ୍ ଆପ୍), ଏମପିଜୁଙ୍କ (ମ୍ୟୁଜିକ ଆପ), ଭିଡିଜୁଙ୍କ (ଭିଡିଓ ଆପ୍) ଏବଂ ଟ୍ରାକିଂ ଫ୍ରଗ (ଏଂଟରଟେନମେଂଟ ଆପ୍ ) ।

ଗୁଇନ୍ଦା ବିଭାଗରୁ ଏନେଇ ସୂଚନା ମିଳିବା ପରେ ଗୃହମନ୍ତ୍ରାଳୟ କହିଛି କି, ଏହି ଆପଗୁଡିକ ମାଧ୍ୟମରେ ପାକିସ୍ତାନ ଏକ ବିଶାଳ ସାଇବର ବିପତି ଦେଶରେ ଘଟାଇ ପାରେ । ଯେଉଁଥି ପାଇଁ ସେଗୁଡିକୁ ମୋବାଇଲରୁ ହଟାଇବା ନିହାତି ଆବଶ୍ୟକ ।