କୌଣସି ବି ମୁହୂର୍ତ୍ତରେ ଜଳିଯାଇପାରେ ଆପଣଙ୍କ ମୋବାଇଲ ! ଯଦି ଫୋନରେ ଦେଖାଦେଉଛି ଏଭଳି କିଛି ସମସ୍ୟା

138

ଆଜିର ଦିନରେ ମୋବାଇଲ ଫୋନ ଏକ ଅତ୍ୟାବଶକୀୟ ଜିନିଷ ହୋଇପଡିଛି । ଖାଦ୍ୟ ଭଳି ମୋବାଇଲ ଫୋନ ବି ମଣିଷ ପାଇଁ ଜରୁରୀ ହୋଇପଡିଛି । ଲୋକେ ମଣିଷ ଅପେକ୍ଷା ବେଶି ମୋବାଇଲ ଫୋନକୁ ଗୁରୁତ୍ୱ ଦେଉଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ସଭିଏଁ ଏବେ ମୋବାଇଲ ମାୟାରେ ବାୟା । ସେହିପରି ମୋବାଇଲର ଚାହିଦା ଯେପରି ଦିନକୁ ଦିନ ବଢିବାରେ ଲାଗିଛି, ଏହାକୁ ନେଇ ସୃଷ୍ଟି ହେଉଥିବା ଦୁର୍ଘଟଣା ମଧ୍ୟ ବଢିଚାଲିଛି । ଯାହାକି ଏବେ ଏକ ବଡ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ତେଣୁ ଗୋଟିଏ କଥା ଜାଣି ରଖିବା ଉଚିତ କି, ଫୋନର ବ୍ୟାଟେରୀରୁ କାହାର ବି ମୃତ୍ୟୁ ହୋଇପାରେ ତେବେ ସେ ବ୍ୟବହାର କରନ୍ତୁ କିମ୍ବା ନକରନ୍ତୁ ।

ତେବେ ଏହା ପୂର୍ବରୁ କାଳେ ବେଶି ବିଳମ୍ବ ହୋଇଯିବ, ଆପଣ ଆପଣଙ୍କ ମୋବାଇଲରେ ଏହିସବୁ ଗତିବିଧିକୁ ଆଦୌ ଅଣଦେଖା କରନ୍ତୁ ନାହିଁ ଏବଂ ଫୋନ ଫାଟିବାର ବାସ୍ତବ କାରଣ ସଂପର୍କରେ ପୂର୍ବରୁ ଅବଗତ ହୋଇଯାଆନ୍ତୁ । ଆସନ୍ତୁ ଜାଣିବା ଫୋନ ଫାଟିବାର ପ୍ରକୃତ କାରଣ ସଂପର୍କରେ…

ଫୋନ ଫାଟିବାର କାରଣ

ଭାଇରସ

କିଛି ଆଣ୍ଡ୍ରଏଡ ସ୍ମାର୍ଟଫୋନ ଫାଟିବା ପଛରେ ଭାଇରସର ହାତ ରହିଛି । ଏହି ଭାଇରସ ଫୋନରେ ଇଂଟରନେଟ ଜରିଆରେ କୌଣସି ବି ୱେବସାଇଟରୁ ଆସିପାରେ । ତେଣୁ ଏଭଳି ଭାଇରସରୁ ସବୁବେଳେ ନିଜ ଫୋନକୁ ଦୂରେଇ ରଖନ୍ତୁ ।

ଲୋକାଲ ପାର୍ଟସ

କିଛି ମୋବାଇଲ ଫୋନରେ ଶସ୍ତା ଏବଂ ନିମ୍ନମାନର ବୈଦ୍ୟୁତିକ ଉପକରଣ ବ୍ୟବହାର କରାଯାଇଥାଏ । ଯାହାଦ୍ୱାରା ମୋବାଇଲ ଫାଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଉପକରଣ ଏଥିପାଇଁ ଫାଟିବାର ବେଶି ସମ୍ଭାବନା ରହିଛି, କାରଣ ଏଥିରେ ଏବଂ ଫୋନର କମ୍ପାଟିବିଲିଟି ଖାପଖାଇନଥାଏ ଏବଂ ଫୋନ ବିସ୍ଫୋରଣ ହେବା ସ୍ଥିତିରେ ପହଂଚିଯାଇଥାଏ । ଏଭଳି ଲୋକାଲ ଚାର୍ଜର ବ୍ୟବହାର କରିବା ଦ୍ୱାରା ହୋଇପାରେ ।

ଚାର୍ଜିଂ

ଚାର୍ଜିଂ ଦ୍ୱାରା ଫୋନର ମଦରବୋର୍ଡ ଉପରେ ଚାପ ପଡିଥାଏ । ଯେଉଁ କାରଣରୁ ଫୋନର ପଛଭାଗ ଅଂଶ ଧିରେ ଧିରେ ଗରମ ହୋବାକୁ ଲାଗିଥାଏ । ଚାର୍ଜିଂ କରିବା ସମୟରେ ଫୋନ ବ୍ୟବହାର କରିବାଦ୍ୱାରା ଫୋନର ବ୍ୟାଟେରୀ ଫାଟିବାର ଭୟ ସବୁଠାରୁ ଅଧିକ ରହିଛି । ଚାର୍ଜିଂ ସମୟରେ ଫୋନ ବ୍ୟବହାର କରିବା ବ୍ୟାଟେରୀ ଫାଟିବାର ସବୁଠାରୁ ବଡ କାରଣ ଅଟେ । ଯଦି ଆପଣ କେବେ ନୋଟିସ କରିଥିବେ ତେବେ ଆପଣଙ୍କ ଫୋନ ମଧ୍ୟ ଅଧିକାଂଶ ସମୟରେ ଚାର୍ଜିଂ ସମୟରେ ଗରମ ହୋଇଯାଉଥିବ ।

ଇଂଟରନ୍ୟାସନାଲ ନମ୍ବରୁ କଲ

ଇଂଟରନ୍ୟାସନାଲ ନମ୍ବରୁ କଲ କିମ୍ବା ମିସଡକଲ ଆସିବା ଦ୍ୱାରା ମଧ୍ୟ ମୋବାଇଲ ଫୋନର ବ୍ୟାଟେରୀ ଫାଟିବାର ଭୟ ରହିଥାଏ । ଯଦି କେହି ଇଂଟରନ୍ୟାସନାଲ ନମ୍ବରରୁ କଲରେ କଥା ହୁଅନ୍ତି ଏବଂ ସେ କିଛି ସାମାନ୍ୟଠାରୁ ଅଧିକ ସମୟ ଧରି କଥା ହୁଅନ୍ତି ତେବେ ଏଭଳି ପରିସ୍ଥିତିରେ ଫୋନ ବ୍ଲାଷ୍ଟ ହେବାର ଭୟ ରହିଛି । ଏହା କୌଣସି ଗୁଜବ ନୁହେଁ ବରଂ ଏଭଳି ଅନେକ ବାର ଅନେକ ଦେଶରେ ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି । ଏପରି ବି ହୋଇପାରେ କି, ଆପଣଙ୍କ ଫୋନରେ ଯଦି କେହି କୌଣସି ଚିପ୍ ଲଗାଇ ଦେଇପାରନ୍ତି । ଯେଉଁ କାରଣରୁ ଆପଣଙ୍କ ଫୋନ ଏକ ୟୁନିକ୍ ନମ୍ବର ଉଠାଇବା ଉପରେ ବିସ୍ଫୋରଣ ହୋଇପାରେ ।

ତେବେ ଉପରେ ଆଲୋଚନା କରାଯାଇଥିବା ପ୍ରତିଟି କଥା ମୋବାଇଲରେ ବିସ୍ଫୋରଣ ଘଟିବାର ମୁଖ୍ୟ କାରଣ ଅଟେ । ତେଣୁ ଯଦି ଆପଣ ଏହିସବୁ କଥାକୁ ଗୁରୁତ୍ୱ ଦିଅନ୍ତି ତେବେ ଆପଣ ନିଜ ଜୀବନ ବଂଚାଇବା ସହିତ ବାକି ମାନଙ୍କର ବି ଜୀବନ ବଂଚାଇପାରିବେ ।