ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଁ ରାଜ୍ୟସଭାରେ ଦାବି ଉଠାଇଲେ ସାଂସଦ ଅନୁଭବ ମହାନ୍ତି

52

କନକ ବ୍ୟୁରୋ : ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି ଦୋହରାଇଲା ବିଜେଡି । ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଆବଶ୍ୟକ କରୁଥିବା ଅଧିକାଂଶ ମାନଦଣ୍ଡ ଓଡ଼ିଆ ପୁରଣ କରୁଥିଲେ ସୁଦ୍ଧା ଓଡିଶାକୁ କାହିଁକି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଉ ନାହିଁ ବୋଲି ବିଜେଡି ସାଂସଦ ପ୍ରଶ୍ନ କରିଛନ୍ତି । ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ତୁଳନାରେ କମ, ଏସସିଏସଟିଙ୍କ ସଂଖ୍ୟା ଏବଂ ରାଜ୍ୟରେ ପାହାଡ଼ିଆ ଅଂଚଳ ବହୁତ ଥିବା ସତ୍ୱେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବାରେ କଣ ଅସୁବିଧା ରହିଛି ବୋଲି ପ୍ରଶ୍ନ କରିଛନ୍ତି। ଯେଉଁ ସବୁ ମାପଦଣ୍ଡ ଦେଖି ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ବିଚାର ବିମର୍ସ ଚାଲିଛି । ସେହି ସମାନ ମାନଦଣ୍ଡ ମାନ ଓଡ଼ିଶା ପୂରଣ କରୁଥିଲେ ସୁଦ୍ଧା ଓଡ଼ିଶା କଥା ବିଚାର କରାଯାଉ ନାହିଁ କାହିଁ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।