ସର୍ଭିସ ଚାର୍ଜ ଆଳରେ ଲୋକଙ୍କୁ ଲୁଟିପାରିବେନି କୌଣସି ବି ହୋଟେଲ ମାଲିକ ! ଜାଣି ରଖନ୍ତୁ ସେବା ଶଳ୍କ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ

78

ଯଦି ଆପଣଙ୍କଠାରୁ କୌଣସି ବି ହୋଟେଲ କିମ୍ବା ରେଷ୍ଟୁରାଂଟରେ ଖାଇବା ସମୟରେ ବିଲ ସହିତ ସର୍ଭିସ ଚାର୍ଜ ମାଗନ୍ତି ତେବେ ଏହା ଆପଣଙ୍କ ଇଚ୍ଛା ଉପରେ ନିର୍ଭିର କରିବ କି ଆପଣ ଏହି ଚାର୍ଜ ଦେବାକୁ ଚାହୁଁଛନ୍ତି କିମ୍ବା ନୁହେଁ । ଯଦି କୌଣସି ରେଷ୍ଟୁରାଂଟ ମାଲିକ ଆପଣଙ୍କର ବିନା ସହମତିରେ ସର୍ଭିସ ଚାର୍ଜ ନିଅନ୍ତି ତେବେ ଏହା ବେଆଇନ ଅଟେ । ତେବେ ଏକଥା ଆମେ କହୁନାହିଁ ବରଂ ନିକଟରେ ଏଭଳି ହିଁ ଏକ ମାମଲାରେ ଗ୍ରାହକଙ୍କଠାରୁ ଜବରଦସ୍ତ ସର୍ଭିସ ଚାର୍ଜ ନେବା ଦ୍ୱାରା କୋର୍ଟ ପକ୍ଷରୁ ରେଷ୍ଟୁରାଂଟ ମାଲିକକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଉଲ୍ଲେଖ ଥାଉ କି, ସର୍ଭିସ ଚାର୍ଜକୁ ନେଇ ଭାରତ ସରକାର ୨୧ ଏପ୍ରିଲ ୨୦୧୭କୁ ଜାରି କରିଥିବା ଗାଇଡଲାଇନରେ ସ୍ପଷ୍ଟ କରି କୁହାଯାଇଥିଲା କି, କୌଣସି ବି ହୋଟେଲ କିମ୍ବା ରେଷ୍ଟୁରାଂଟ ମାଲିକ ଗ୍ରାହକଙ୍କୁ ସର୍ଭିସ ଚାର୍ଜ ଦେବାକୁ ବାଧ୍ୟ କରିପାରିବେ ନାହିଁ । ଏହା ଗ୍ରାହକଙ୍କ ଇଚ୍ଛା ଉପରେ ନିର୍ଭର କରେ ।

ତେବେ ଜିଏସଟି ଲାଗୁ ହେବା ଦ୍ୱାରା ହୋଟେଲ କିମ୍ବା ରେଷ୍ଟୁରାଂଟରେ ଖାଇବାଦ୍ୱାରା ଲୋକଙ୍କୁ ବିଲ୍ ସହିତ ଜିଏସଟି ଚାର୍ଜ ମଧ୍ୟ ଦେବାକୁ ପଡିଥାଏ । ଯଦି ଆପଣଙ୍କୁ ଏସଂପର୍କିତ ସଠିକ୍ ତଥ୍ୟ ନାହିଁ ତେବେ ଆପଣ ନିଶ୍ଚୟ ରୂପେ ଠକାମିର ଶିକାର ହୋଇପାରନ୍ତି । କାରଣ, ଏବେବି ଅନେକ ହୋଟେଲ ଏବଂ ରେଷ୍ଟୁରାଂଟ ରହିଛି ଯେଉଁମାନେକି ନିଜ ଇଚ୍ଛା ଅନୁସାରେ ଟ୍ୟାକ୍ସ ଚାର୍ଜ କରିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

ସେବାଶୁଳ୍କ

କୌଣସି ବି ରେଷ୍ଟୁରାଂଟରେ ସେବାଶୁଳ୍କ ଦେବା ବାଧ୍ୟତାମୂଳକ ନୁହେଁ । ଖାଲି ସେତିକି ନୁହେଁ ଗ୍ରାହକମାନେ ଚାହିଁଲେ ବି ସେବାଶୁଳ୍କ ଦେବାକୁ ମନାକରିବାର ଅଧିକାର ମଧ୍ୟ ରହିଛି । କାରଣ ଏହାକୁ ସରକାର ଦ୍ୱାରା ଲଗାଯାଇନାହିଁ ।

ହୋଟେଲ କିମ୍ବା ରେଷ୍ଟୁରାଂଟକୁ ଯାଇଛନ୍ତି ତାହା ଜିଏସଟି ଯୋଗ୍ୟ କି ନୁହେଁ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ସବୁ ରେଷ୍ଟୁରାଂଟ ବା ହୋଟଲ ଜିଏସଟି ଅର୍ନ୍ତଭୁକ୍ତ ନୁହେଁ । ଚାର୍ଜ ତେବେ ବିନା ପଂଜିକରଣ ଥିବା ବ୍ୟବସାୟଗୁଡିକରେ ଜିଏସଟିକୁ ଶୁଳ୍କ ଲଗାଇବାର ଅନୁମତି ଦିଆଯାଇନାହିଁ । ତେଣୁ ଆପଣ ଯେଉଁ ରେଷ୍ଟୁରାଂଟକୁ ଯାଇଛନ୍ତି ତାହା ପଂଜିକୃତ କି ନୁହେଁ ତାହା ଜାଣିବା ପାଇଁ ବିଲରେ ଦିଆଯାଇଥିବା ଜିଏସଟି ନମ୍ବରର ଯାଂଚ କରିପାରିବେ ।