ସ୍ତ୍ରୀଠାରୁ ଏତିକି ଟଙ୍କାରୁ ଅଧିକ କ୍ୟାସ୍ ନେଇପାରିବେନି ସ୍ୱାମୀ ! ଜେଲଦଣ୍ଡ ସହ ଗଣିବାକୁ ପଡିପାରେ ମୋଟା ଅଙ୍କର ଜରିମାନା

2,334

ଆଜିର ଦିନର ପ୍ରତିଟି ବ୍ୟକ୍ତି ନିଜ ବ୍ୟବସାୟ ଏବଂ ଅନ୍ୟାନ୍ୟ କାମଧନ୍ଦା ପାଇଁ ସଂପର୍କୀୟ କିମ୍ବା ବନ୍ଧୁମାନଙ୍କ ନିକଟରୁ ଟଙ୍କା ଉଧାର ନେଇଥାନ୍ତି । ବେଳେ ବେଳେ ଦରକାର ପଡିଲେ ପତ୍ନୀଙ୍କଠାରୁ ବି ଟଙ୍କା ନେବାକୁ ପଡିଥାଏ । ଯଦି ଆପଣ କୌଣସି ସଂପର୍କୀୟା କିମ୍ବା ବନ୍ଧୁ କିମ୍ବା ପତ୍ନୀଙ୍କଠାରୁ ୨୦ ହଜାରରୁ ଅଧିକ ନଗଦ ଟଙ୍କା ନିଅନ୍ତି ତେବେ ଏଥିପାଇଁ ଆପଣ କୌଣସି ବଡ ଅସୁବିଧାରେ ପଡିପାରନ୍ତି ।

ସୂଚନା ମୁତାବକ, କେନ୍ଦ୍ରୟୀ ପ୍ରତ୍ୟେକ୍ଷ କର ବୋର୍ଡ (Central Board of Direct Taxation)ତଥା ସିବିଡିଟି ତରଫରୁ ମନି ଲ୍ୟାଣ୍ଡରିଂ ଏବଂ କଳାଧନ ଉପରେ ଲଗାମ କଷିବାକୁ ଆୟକର ଆକ୍ଟରେ ଅନେକ ସଂଶୋଧନ କରାଯାଇଛି । ଏହି ସଂଶୋଧନ ପରେ ଆୟକର ଆକ୍ଟର ଧାରା ୨୬୯ଏସଏସ ଅନୁସାରେ, ୨୦ ହଜାରରୁ ଅଧିକ କ୍ୟାସ ଟ୍ରାନଜାକସନକୁ ସଂପୂର୍ଣ୍ଣ ରୂପେ ଅବୈଧ ଘୋଷଣା କରାଯାଇଛି । ଯେଉଁଥିରେ ବନ୍ଧୁ, ସଂପର୍କୀୟା କିମ୍ବା ପତ୍ନୀଙ୍କ ନିକଟରୁ କରଜ ଆଧାରରେ ନିଆଯାଉଥିବା  ଟଙ୍କା ବି ସାମିଲ ରହିଛି ।

ଯଦି କୌଣସି ବ୍ୟକ୍ତି ୨୦ ହଜାରରୁ ଅଧିକ କ୍ୟାସ ଦେଣନେଇ କରନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆୟକର ଆକ୍ଟର ଧାରା ୨୭୧ଡି ଅନୁସାରେ, ଦୋଷୀ କରାଯାଇ ଜରିମାନା ଆଦାୟ କରାଯିବ । ଏହି ଧାରା ଅନୁସାରେ, ଆୟକର ବିଭାଗ ୨୦ ହଜାରରୁ ଅଧିକ କ୍ୟାସ ଟ୍ରାନଜାକ୍ସନର ବରାବର ଜରିମାନା ଆଦାୟ କରିଥାଏ । ଏହି ନିୟମ ଉଭୟ କରଜ ତଥା ଋଣ ନେଇଥିବା ଏବଂ ଦେଇଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଲାଗୁ ହୋଇଥାଏ ।

ଜମି କିଣା-ବିକାରେ ବି କରିପାରିବେନି କ୍ୟାସ୍ ଟ୍ରାନଜାକ୍ସନ

ସିବିଡିଟିର ନିୟମ ଅନୁସାରେ, ଅଚଳ ସଂପତି ଅର୍ଥାତ୍ ଜମି କିଣାବିକାରେ ବି ୨୦ ହଜାରରୁ ଅଧିକ ନଗଦ କ୍ୟାସ୍ ଟ୍ରାନଜାକ୍ସନ କରିପାରିବେ ନାହିଁ । ତେବେ ଏଭଳି ପରିସ୍ଥିତିରେ ଆୟକର ବିଭାଗ ଉଭୟ କ୍ରେତା ଏବଂ ବିକ୍ରେତାଙ୍କ ବିରୋଧରେ ନୋଟିସ୍ ଜାରି କରିପାରେ ।

୧୦ ହଜାରରୁ ଅଧିକ ଟଙ୍କା କରିପାରିବେ ବି ବ୍ୟୟ

ସିବିଡିଟିର ନିୟମ ଅନୁସାରେ, କୌଣସି ବି ବ୍ୟକ୍ତି କରଜ ବ୍ୟତୀତ ଅନ୍ୟ କାମକାର୍ଯ୍ୟ ପାଇଁ ପ୍ରତିଦିନ ୨ଲକ୍ଷ ଟଙ୍କାର ନଗଦ ଦେଣନେଇ କରିପାରିବେ । ଏଥିରେ କୌଣସି ବି ବ୍ୟବସାୟୀଙ୍କଠାରୁ ସୁନା ଅଳଙ୍କାର କିମ୍ବା ଅନ୍ୟ ସାମଗ୍ରୀ ଆଦିର କିଣାକିଣି ସାମିଲ । ତେବେ ବ୍ୟବସାୟରେ ହେଉଥିବା ବ୍ୟୟ ସଂପର୍କିତ ନିୟମ ବହୁତ କଡାକଡି କରାଯାଇଛି । ଯାହାଦ୍ୱାରା କୌଣସି ବି ବ୍ୟବସାୟୀ ଗୋଟିଏ ଦିନରେ ଏବଂ ଗୋଟିଏ ଟ୍ରାନଜାକ୍ସନରେ ୧୦ ହଜାର ରୁ ଅଧିକ କ୍ୟାସ ଟ୍ରାନଜାକ୍ସନ କରିପାରିବେ ନାହିଁ । ଉଲ୍ଲେଖ ଥାଉ କି, ଅନେକ ବ୍ୟବସାୟୀ ନଗଦ ଦେଣନେଣ ନାଁ ନେଇ କରଛାଡ କରିବାକୁ ଦାବି କରୁଛନ୍ତି । ଯେଉଁ କାରଣରୁ ଆୟକର ବିଭାଗ ତରଫରୁ ଏଭଳି କଠୋର ନିଷ୍ପତି ନିଆଯାଇଛି ।