ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି କି ? ତେବେ ଜାଣି ରଖନ୍ତୁ କିଛି ନିୟମ, ଦୁର୍ଘଟଣା ସମୟରେ କେଉଁମାନଙ୍କୁ ଓ କିପରି ମିଳିବ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ

61

ଆପଣ ଯଦି ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କଂପାନୀ ତରଫରୁ ଦିଆଯାଉଥିବା ଏଭଳି କିଛି ସୁବିଧା ସଂପର୍କରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ ଯାହା ଦୁର୍ଘଟଣା ସମୟରେ ଆପଣଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ପୂରଣ ବାବଦକୁ ମିଳିପାରେ । ତେବେ ଏହା କେମିତି ସମ୍ଭବ, ସେ ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବେ ଆଲୋଚନା କରିଛୁ ।

ଏକଥା ବହୁତ କମ୍ ଲୋକଙ୍କୁ ଜଣା ଥିବ କି, ଏଲପିଜି କନେକ୍ସନ ଉପରେ ଆପଣଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସ୍ୟୁରାନ୍ସ କ୍ଲେମ ମିଳିଥାଏ । ଯାହାକି କୌଣସି ବି ଦୁର୍ଘଟଣା ଘଟିବା ଦ୍ୱାରା କାମରେ ଆସିଥାଏ । ବଡ କଥା ହେଲା, ଏଥିପାଇଁ ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ପ୍ରିମିୟମ ମଧ୍ୟ ଭରିବାକୁ ପଡିନଥାଏ । ଏଥିରେ ଉପଭୋକ୍ତା ସିଧା ସଳଖ ଭାବରେ ୪୦ ଲକ୍ଷ ଏବଂ ଅନ୍ୟାନ୍ୟ ଅବସ୍ଥାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ କରିପାରିବେ ।

ଏଲପିଜିର ଡିଷ୍ଟ୍ରିବ୍ୟୁଟର ଆସୋସିଏସନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଯଦି କୌଣସି ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ସିଲିଣ୍ଡର ଫାଟିବା କାରଣରୁ ଘଟେ ତେବେ ଏହା ଉପରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ କରାଯାଇପାରିବ । ହେଲେ ଦୁର୍ଘଟଣା ପାଇଁ ୪୦ ଲକ୍ଷ ଟଙ୍କାର କ୍ଲେମ ହିଁ କରାଯାଇପାରିବ । ସେହିପରି ପୀଡିତ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦକୁ ମିଳିବ । ତେଣୁ ଏଥିପାଇଁ ଆପଣଙ୍କୁ ସର୍ବ ପ୍ରଥମେ ପୁଲିସ ଏବଂ ଇନସ୍ୟୁରାନ୍ସ କଂପାନୀଙ୍କୁ ସୂଚିତ କରିବାକୁ ପଡିବ । ଏଫଆଇଆର ଦାଖଲ ହେବା ପରେ ଆପଣ ଏହାର କପିକୁ ଦାୟିତ୍ୱ ସହକାରେ ରଖିବାକୁ ପଡିବ । କାରଣ ଯେପର୍ଯ୍ୟନ୍ତ ଆପଣ କଂପାନୀରେ ଇନସ୍ୟୁରାନ୍ସ କ୍ଲେମ ନକରିଛନ୍ତି ସେପର୍ଯ୍ୟନ୍ତ ଆପଣଙ୍କୁ ଟଙ୍କାଟିଏ ବ ମିଳିବ ନାହିଁ । ତେଣୁ ଏସଂପର୍କରେ ଆପଣ ଏଜେନ୍ସି ସଂଚାଳକଙ୍କ ସହିତ ସଂପର୍କ କରିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଏହି ବୀମା ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ । ଯେଉଁଥିରେ ଗୋଟିଏ କଂପାନୀ ତରଫରୁ ହୋଇଥିବା ବେଳେ ଅନ୍ୟଟି ଉପଭୋକ୍ତାଙ୍କ ପକ୍ଷରୁ ହୋଇଥାଏ । ଏଥିରେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ମଧ୍ୟ ଦିଆଯାଇଥାଏ । ଏଜେନ୍ସିଙ୍କୁ ବି ପ୍ରତ୍ୟେକ ଉପଭୋକ୍ତାଙ୍କ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ କରିବାକୁ ହୋଇଥାଏ । ତେବେ ଦୁର୍ଘଟଣାରେ ହୋଇଥିବା କ୍ଷତିକୁ ଆଧାର କରି ବୀମାର ପେମେଂଟ କରାଯାଇଥାଏ ।