ଆଉ ଦୌଡିବାକୁ ପଡିବ ନାହିଁ କୌଣସି ବ୍ୟାଙ୍କ କି ଏଟିଏମ ! ଆପଣଙ୍କର କେବଳ ଗୋଟିଏ ଫୋନ କଲରେ ଟଙ୍କା ଆଣି ଘରେ ଦେଇଯିବେ ବ୍ୟାଙ୍କ ଅଧିକାରୀ, ଜାଣନ୍ତୁ କେବେଠୁ ମିଳିବ ଏହି ସୁବିଧା

41

ଆସନ୍ତା ମାସ ପହିଲାରୁ ହିଁ ସବୁ ଗାଁ ଗହଳୀମାନଙ୍କ ବସବାସ କରୁଥିବା ଜନସାଧାରଣଙ୍କୁ ଟଙ୍କା କାରବାର ପାଇଁ ଆଉ କୌଣସି ବ୍ୟାଙ୍କୁ ଦୌଡିବାକୁ ପଡିବ ନାହିଁ । କାରଣ ଖୋଦ ଡାକବାଲା ଆସି ଘରେ ଘରେ ବୁଲି ଟଙ୍କା ପହଂଚେଇଦେବ । ତେଣୁ ଏଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ ତାହା ଆମେ ନିମ୍ନରେ ବିସ୍ତାର ରୂପେ ଆଲୋଚନା କରିଛୁ ।

ଆଇବିଆରଏସ ଯୁକ୍ତ ଟୋଲ ଫ୍ରି ନମ୍ବରରେ କଲ କରି ଗାଁ ଲୋକେ ନିଜ ଘରେ ଥାଇ ଟଙ୍କା ଜମା କରିବା ସହିତ ଉଠାଇ ମଧ୍ୟ ପାରିବେ । ତେବେ ଗ୍ରାମବାସୀମାନଙ୍କର ଏହି ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି ଆଉ ଏହା ଆସନ୍ତା ମାସ ତଥା ଏପ୍ରିଲ ୧ରୁ ଇଣ୍ଡିଆନ ପୋଷ୍ଟ ତତ୍ୱାବଧାନରେ ଆରମ୍ଭ ହେଉଛି । ଅର୍ଥାତ୍ ଦେଶର ସବୁଠାରୁ ବଡ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଆଇପିପିବି ଜରିଆରେ କାର୍ଯ୍ୟକାରୀ ହେବ ।

ମିଳିଥିବା ସୂଚନା, ଦେଶରେ ପାଖାପାଖି ୫୦ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟ ଆଧାରରେ ଆରମ୍ଭ ହେବାକୁ ଥିବା ଏହି ବ୍ୟାଙ୍କ ଉତ୍ତରାଖଣ୍ଡରରେ ଥିବା ଡାକଘରମାନଙ୍କରେ ଖୋଲିବାକୁ ଯାଉଛି । ଡାକବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଅନ୍ୟ ବ୍ୟାଙ୍କ ଭଳି ପୋଷ୍ଟ ଅଫିସଗୁଡିକରେ ମଧ୍ୟ ଆଇପିପିହି ଚଲାଇବାର ଲାଇସେନ୍ସ ଫାଇନାନ୍ସ ମିନିଷ୍ଟ୍ରିଙ୍କଠାରୁ ମିଳିସାରିଛି । ଯାହାକୁ ଏପ୍ରିଲ ୧ରୁ ଉତ୍ତରାଖଣ୍ଡର ପାଖାପାଖି ୯୩ ଡାକଘରମାନଙ୍କରେ କାର୍ଯ୍ୟକାରୀ କରାଯିବ । ପେମେଂଟ ବ୍ୟାଙ୍କ ଭଳି ଲକ୍ଷେ ଟଙ୍କାର ସେଭିଂ ଆକାଉଂଟ ଖୋଲାଯାଇପାରିବ । ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ରାଶି ଉପରେ ସାଢେ ୪ ପ୍ରତିଶତ ଏବଂ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ରାଶି ଉପରେ ୫ ପ୍ରତିଶତ ଏବଂ ଏହାଠାରୁ ଅଧିକ ତଥା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରାଶି ଉପରେ ସାଢେ ୫ ପ୍ରତିଶତ ସୁଧ ମିଳିବ । ସେହିପରି ଦେଶର ବାକି ବ୍ୟାଙ୍କମାନଙ୍କର ନିଜର ଏଟିଏମ କାର୍ଡ ଏବଂ ଇଂଟରନେଟ୍ ବ୍ୟାଙ୍କିଂ ପାଇଁ ଶୁଳ୍କ ନେଇଥାନ୍ତି ମାତ୍ର ପୋଷ୍ଟ ଅଫିସ ପେମେଂଟ ବ୍ୟାଙ୍କରୁ ଏଟିଏମ ନେବା ଦ୍ୱାରା କୌଣସି ପ୍ରକାରର ଚାର୍ଜ ଦେବାକୁ ପଡିବ ନାହିଁ । ଏଥିସହିତ ମୋବାଇଲ ଆଲର୍ଟ ପାଇଁ ବି ବ୍ୟାଙ୍କ ପକ୍ଷରୁ କୌଣସି ଚାର୍ଜ ଆଦାୟ କରାଯିବ ନାହିଁ ।

ତେବେ ଏଭଳି ଭାବରେ ବିନା ବ୍ୟାଙ୍କ ଯାଇ ଟଙ୍କା କାରବାର କରିପାରିବେ । ଅଧିକାରୀଙ୍କ କହିବାନୁସାରେ, ଏଯାବତ ଲୋକେ ଟଙ୍କା ଉଠାଇବା କିମ୍ବା ଜମା କରିବାକୁ ବ୍ୟାଙ୍କକୁ ଦୌଡିବାକୁ ପଡୁଥିଲା ମାତ୍ର ଆଇପିପିବି ମାଧ୍ୟମରେ ଉପଭୋକ୍ତା କେବଳ ଗୋଟିଏ ଫୋନ କଲ କରିବାକୁ ପଡିବ । ଆଉ କେତେ ଟଙ୍କା ଜମା କିମ୍ବା ଉଠାଇବେ ତାହା କହିବା କ୍ଷଣି ଡାକ ବିଭାଗର ଅଧିକାରୀ ଉପଭୋକ୍ତାଙ୍କ ଘରକୁ ଆସି ଟଙ୍କା ଧରି ଏବଂ ଇଲୋକ୍ଟ୍ରନିକ୍ ଡିଭାଇସ ଧରି ପହଂଚିଯିବେ ।ଏହି ଇଲୋକ୍ଟ୍ରନିକ୍ ଡିଭାଇସରେ ଥମ୍ବ ଇମ୍ପ୍ରେସନ ନେଇ ଉପଭୋକ୍ତାଙ୍କୁ ଅର୍ଥରାଶି ପ୍ରଦାନ କରାଯିବ ।