ଅନ୍ୟ ରାଜ୍ୟରୁ ଗାଡି କିଣା ଭଲ ନା ଖରାପ ? ଜାଣନ୍ତୁ ଆପଣଙ୍କର ଲାଭ ହେବ ନା କ୍ଷତି

47

ଅଧିକାଂଶ ଲୋକଙ୍କର ଇଚ୍ଛା ରହିଥାଏ କି ସେମାନେ ଯଦି ଅନ୍ୟ କୌଣସି ରାଜ୍ୟରୁ କୌଣସି ସେକେଣ୍ଡ ହ୍ୟାଣ୍ଡ କାର ବା ଗାଡି କିଣନ୍ତି ତେବେ ତାର ଡଳ୍ୟୁମେଂଟର ବାବାଦକୁ କଣ ସବୁ ପ୍ରୋସେସ ରହିଛି । ଏହାଛଡା ଏପରି ବି ହୋଇଥାଏ କି ଦିଲ୍ଲୀ ଏନସିଆରରେ କାର ଟିକିଏ କମ ମୂଲ୍ୟରେ ମିଳିଥାଏ । ତେଣୁ ଏଭଳି ପରିସ୍ଥିତିରେ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଦିଲ୍ଲୀ-ଏନସିଆରରୁ କାର କିଣିବାକୁ ମନବଳେଇଥାନ୍ତି । ଯଦି ଆପଣ ବି ଅନ୍ୟ କୌଣସି ରାଜ୍ୟରୁ ଗାଡି କିଣିବାକୁ ଇଚ୍ଛା ରଖୁଛନ୍ତି ତେବେ କିଛି କଥା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ଅଟେ ।

• ସେକେଣ୍ଡ ହ୍ୟାଣ୍ଡ କାର କିଣିବା ସମୟରେ ଗାଡିର ଓନର୍ସିପ ଟ୍ରାନ୍ସଫର ଉପରେ ବେଶି ଗୁରୁତ୍ୱ ଦେବାକୁ । କାରଣ ଯଦି ଇନସ୍ୟୁରାନ୍ସର ଡକ୍ୟୁମେଂଟ ଆପଣଙ୍କ କିମ୍ବା ଆପଣଙ୍କ ପରିବାରରେ କୌଣସି ସଦସ୍ୟଙ୍କ ନାଁରେ ନରହିବ ତେବେ କ୍ଲେମ କରିବା ସମୟରେ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିବ ।

• ସେହିପରି ଯଦି ଆପଣ କାର ବିକ୍ରି କରୁଛନ୍ତି ତେବେ ଆପଣଙ୍କୁ ମଧ୍ୟ ଓନର୍ସିପ ଟ୍ରାନ୍ସଫର ଉପରେ ଧ୍ୟାନ ରହିବାକୁ ହେବ । କାହିଁକି ନା ପରବର୍ତ୍ତି ସମୟରେ ଯଦି କାର ଦ୍ୱାରା କୌଣସି ଆକ୍ସିଡେଟ ଘଟେ ତେବେ ଏହା କ୍ରିମିନାଲ ପରିସରରେ ଆସିଥାଏ । ଫଳରେ ପୁଲିସ ସର୍ବ ପ୍ରଥମେ ଆପଣଙ୍କୁ ହିଁ ବାନ୍ଧିବ ।

• ଆରଟିଓରେ ଆପଣଙ୍କୁ ରୋଡ ଟାକ୍ସ ମଧ୍ୟ ଦେବାକୁ ପଡିଥାଏ । ଏହି ରୋଡ ଟାକ୍ସ କାରର ବର୍ତ୍ତମାନ ମୂଲ୍ୟ ଅନୁସାରେ ଧାର୍ଯ୍ୟ କରାଯାଇଥାଏ । ଉଦାହରଣ ସ୍ୱରୂପ, ଯଦି ସେକେଣ୍ଡ ହ୍ୟାଣ୍ଡ କାରର ଦାମ ସାଢେ ୬ ଲକ୍ଷ ଟଙ୍କା ରହିଛି ତେବେ ଏହାର ପୁନଃରେଜିଷ୍ଟେସନ ପାଇଁ ୪୦ରୁ ୫୦ ହଜାର ଟଙ୍କା ଲାଗିଯିବ । ଏଭଳି ପରିସ୍ଥିତିରେ ଆମର ପରାମର୍ଶ ହେଉଛି କି ଯଦି ଆପଣଙ୍କୁ କୌଣସି ଭଲ ଡିଲ୍ ମିଳୁଛି ତେବେ ଯାଇ ଅନ୍ୟ ରାଜ୍ୟରୁ ଗାଡି କିଣନ୍ତୁ ।