ମୋବାଇଲ୍ ହଜିଲେ ଚିନ୍ତା ନାହିଁ ! ଯଦି ଚୋରି କିମ୍ବା ଭାଙ୍ଗି ଯାଏ ଆପଣଙ୍କ ସ୍ମାର୍ଟଫୋନ, ତେବେ କଂପାନୀ ଦେବ କ୍ଷତିପୂରଣ ହେଲେ ଗୋଟିଏ ସର୍ତ୍ତରେ

119

ଯଦି ଆପଣ ପାର୍ବଣ ଋତୁରେ ସ୍ମାର୍ଟଫୋନ କିଣିବାକୁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ଫୋନକୁ କିଭଳି ସୁରକ୍ଷିତ କରି ରଖିବେ ତାର ଉପାୟ ମଧ୍ୟ ଜାଣି ରଖନ୍ତୁ । କାରଣ ମୋବାଇଲ ଅଥବା ସ୍ମୋର୍ଟଫୋନ ଚୋରି ହେବା ଏବେ ଏକ ସାଧାରଣ ପ୍ରସଙ୍ଗ ପାଲଟି ଯାଇଛି । ହେଲେ ଆପଣ ଚୋରି କିମ୍ବା କୌଣସି କାରଣରୁ ସ୍ମାର୍ଟଫୋନ ଡ୍ୟାମେଜ ହେବା ଭଳି କ୍ଷତିରୁ ବର୍ତ୍ତିବା ପାଇଁ ଏକ ପଦକ୍ଷେପ ଉଠାଇପାରିବେ । ଯାହାଦ୍ୱାରା ଆପଣଙ୍କୁ କୌଣସି ପ୍ରକାରର କ୍ଷତି ସହିବାକୁ ପଡିବ ନାହିଁ ।

ଚଳିତ ବର୍ଷ ଦୀପାବଳିରେ ଯଦି ଆପଣ କୌଣସି ମହଙ୍ଗା ମୋବାଇଲ କିଣିବାକୁ ଇଚ୍ଛା ରଖିଛନ୍ତି ତେବେ ଏଥିପାଇଁ ଆପଣ ‘ମୋବାଇଲ ଇନସ୍ୟୁରାନ୍ସ’ ମଧ୍ୟ କରନ୍ତୁ । ଏହି ଇନସ୍ୟୁାରନ୍ସ ଆପଣଙ୍କ ମୋବାଇଲ ଚୋରି ହେବା ଦ୍ୱାରା ନା ଖାଲି ଆପଣଙ୍କ କ୍ଷତି କମ୍ କରିବ ବରଂ ଆପଣଙ୍କ ସ୍ମାର୍ଟଫୋନଟି ଯଦି କୌଣସି କାରଣରୁ ଖରାପ କିମ୍ବା ଭାଙ୍ଗି ବି ଯାଏଁ , ତେବେବି ଆପଣଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରାଯିବ ।

ମୋବାଇଲ ଇନସ୍ୟୁରାନ୍ସ କଣ?

ଅନ୍ୟ ବୀମା ଉତ୍ପାଦଗୁଡିକ ଭଳି ଏହି ଇନସ୍ୟୁରାନ୍ସରେ ବି ଆପଣଙ୍କୁ ମୋବାଇଲ ଫୋନ ପାଇଁ କିଛି ରିକ୍ସ ବଦଳରେ କଭର ମିଳିଥାଏ । ଏହି ଇନସ୍ୟୁରାନ୍ସ ଆପଣଙ୍କ ଫୋନ ଚୋରି ହୋଇଗଲେ କିମ୍ବା ହଜି ଗଲେ କିମ୍ବା ଖରାପ ତଥା ଭାଙ୍ଗି ଗଲେ ମିଳିଥାଏ ।

କେବେ କିଣିବେ?

ମୋବାଇଲ ପାଇଁ ଇନସ୍ୟୁରାନ୍ସ ଆପଣ ବିଲିଂ କରିବା ଦିନ ହିଁ କିମ୍ବା କିଣିବାର ୫ଦିନ ଭିତରେ କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରିମିୟମ କେତେ ଭରିବାକୁ ପଡିବ , ତାହା ଫୋନର ଦାମ ଉପରେ ନିର୍ଭର କରେ । ତେବେ ଯେତେ ଅଧିକ ଆପଣଙ୍କର ଫୋନର ଦାମ ଥିବ, ତାର ପ୍ରିମିୟମ ବି ସେତେ ଅଧିକ ରହିବ ।

କେତେ ସମୟ ପାଇଁ ମିଳିଥାଏ ବୀମା?

ଏହି ବୀମା କଭର ଆପଣଙ୍କୁ ସାଧାରଣତଃ ବର୍ଷକ ପାଇଁ ମିଳିଥାଏ । ନିକଟରେ ଏଭଳି ଅନେକ କଂପାନୀ ରହିଛନ୍ତି, ଯେଉଁମାନେ କି ବର୍ଷକରୁ ଅଧିକ ସମୟ ପାଇଁ ବି ବୀମା ପ୍ରଦାନ କରିଥାନ୍ତି ।

କେଉଁ କେଉଁ ପରିସ୍ଥିତିରେ ହୋଇଥାଏ କଭର?

ମୋବାଇଲ ବୀମା ଯେତେବେଳେ ଆପଣ ନେଉଚନ୍ତି, ତେବେ ନିମ୍ନରେ ଦିଆଯାଇଥିବା ପ୍ରସଙ୍ଗରେ କଭର କରିଥାଏ …

• ଫୋନ ଭାଙ୍ଗିଗଲେ

• ଫୋନ ହଜିଗଲେ

• ଫୋନ ଚୋରି ହୋଇଗଲେ

• କୌଣସି ଦଙ୍ଗାରେ ହଜିଗଲେ

• ଭୁଲ ଇନଷ୍ଟଲେସନ କାରଣରୁ ହୋଇଥିବା କ୍ଷତି ସମେତ ଅନ୍ୟାନ୍ୟ ଅସୁବିଧା ବି ସାମିଲ ରହିଛି ।