ଏକ ନିଆରା ମନ୍ଦିର ! ଗୋଟିଏ ଖୁମ୍ବ ଉପରେ ଛିଡା ହୋଇଥିବା ମନ୍ଦିରକୁ ନେଇ ଚର୍ଚ୍ଚା

43

ସମସ୍ତେ ମନ୍ଦିର ଯାଆନ୍ତି ଠାକୁରଙ୍କ ଦର୍ଶନ ପାଇଁ ,ହେଲେ ଏଠାରେ ପର୍ଯ୍ୟଟକଙ୍କ ନିଜର ଠାକୁରଙ୍କ ଉପରେ ନୁହେଁ ବରଂ ମନ୍ଦିର ଉପରେ ରହିଥାଏ । ବିଶେଷ କରି ମନ୍ଦିରର ଗଠନ ଶୈଳୀ ପର୍ଯ୍ୟଟକଙ୍କୁ କରିଥାଏ ଆକୃଷ୍ଟ । ନହେବ ବା କେମିତି ଏହା ବିଶ୍ୱର ଏମିତି ଏକ ମନ୍ଦିର ଯାହା ମାତ୍ର ଗୋଟିଏ ପିଲର୍ ବା ଖୁମ୍ବ ଉପରେ ଛିଡା ହୋଇଛି ।

ଚୀନର ଦକ୍ଷିଣ-ପଶ୍ଚିମ ପାହାଡିଆ ଅଂଚଳରେ ପ୍ରାୟ ୧୧୪୬ରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରଟି ଭୂଭାଗଠାରୁ ୨୬୦ ଫୁଟ୍ ଉଚ୍ଚରେ ରହିଛି । ଏହି ମନ୍ଦିରର ନାଁ ଗଁଲୁ ମନ୍ଦିର । ମାନ୍ୟତା ଅନୁସାରେ ଯେଉଁ ଦମ୍ପତିଙ୍କର ସନ୍ତାନସନ୍ତତି ନାହାନ୍ତି ,ଭଗବାନ ବୁଦ୍ଧଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଖୁବ୍ ଶୀଘ୍ର ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ମନ୍ଦିରରେ ଭଗବାନ ବୃଦ୍ଧଙ୍କ ପୂଜା କରାଯାଉଥିଲେ ହେଁ ଏଠାକୁ ପର୍ଯ୍ୟଟକମାନେ ଭଗବାନଙ୍କୁ ଦେଖିବାକୁ ଯେତିକି ନଆସନ୍ତି ତାଠାରୁ ବେଶୀ ଆସନ୍ତି ଉଚ୍ଚ ଖୁମ୍ବଟିକୁ ଦେଖିବାକୁ ,ଯେଉଁଥ ମନ୍ଦିରଟି ଛିଡାହୋଇଛି ।
ବହୁ ପୁରାତନ ଏହି ମନ୍ଦିରକୁ ୟେ ଜୁକିଆ ନାମକ ବ୍ୟକ୍ତି ତାଙ୍କ ମା’ଙ୍କ ଉର୍ଦ୍ଦେଶ୍ୟରେ ନିର୍ମାଣ କରିଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ହେଲା ଏହି ମନ୍ଦିରଟି କାଠର ଏହି ଖୁମ୍ବ ଉପରେ କିପରି ଛିଡା ହୋଇ ରହିଛି ।