ବିଏସଏନଏଲ୍ ନିଜ ଗ୍ରାହକଙ୍କୁ ଭେଟି ଦେଉଛି ୮ଗୁଣା ଅଧିକ ଡାଟା

26

ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଏକ ପ୍ରକାରେ ଅଂଟା ଭିଡି ଦେଇଛି । ସେଥିପାଇଁ ତ ନିକଟରେ ଘୋଷଣ କରିଥିବା ପ୍ଲାନକୁ ବଦଳାଇ ଗ୍ରାହକଙ୍କୁ ଭେଟି ଦେଇଛି ପୁଣି ଏକ ଦମଦାର ଅଫର । ଯେଉଁଥିରେ ଗ୍ରାହକଙ୍କୁ ମିଳିବ ପାଖାପାଖି ୮ଗୁଣା ଲାଭ । ତେବେ ବିଏସଏନଏଲର ଏହି ପ୍ଲାନରେ ରହିଛି ଡାଟା ସହିତ ଅତିରିକ୍ତ ଡାଟାର ସୁବିଧା । ଯାହା କେବଳ ବିଏସଏନଏଲର ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ।

ବିଏସଏନଲର ଏହି ନୁଆ ପୋଷ୍ଟପେଡ୍ ପ୍ଲାନରେ ଯଦି ଆପଣ ୯୯ ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ଏଥିରେ ଆପଣଙ୍କୁ ମିଳିବ ପାଖାପାଖି ୨୫୦ ଏମବିର ଡାଟା । ଯେବେକି ପୂର୍ବରୁ ଏହି ପ୍ଲାନ ସହିତ କୌଣସି ଡାଟା ମିଳୁନଥିଲା । ଏହାଛଡା ୨୨୫ ଟଙ୍କିଆ ପ୍ଲାନରେ ପୂର୍ବରୁ ଯେଉଁଠି ୨୦୦ ଏମବି ଡାଟା ମିଳୁଥିଲା ସେଠାରେ ଏଣିକି ମିଳୁଛି ୧ ଜିବିର ଡାଟା ।

ଏହାବ୍ୟତୀତ, ୩୨୫ ଟଙ୍କିଆ ପ୍ଲାନରେ ୨୫୦ ଏମବି ଜାଗାରେ ୨ ଜିବି ଡାଟା ମିଳୁଛି । ୫୨୫ ଟଙ୍କାରେ ୫୦୦ ଏମବି ସ୍ଥାନରେ ୩ ଜିବି ଏବଂ ୭୨୫ ଟଙ୍କିଆ ପ୍ଲାନରେ ୧ଜିବି ସ୍ଥାନରେ ୫ଜିବି ଡାଟାର ସୁବିଧା ମିଳୁଛି । ଯଦିଓ ୭୯୯ ଟଙ୍କା, ୧୧୨୫ ଟଙ୍କା ଏବଂ ୧୫୨୫ ଟଙ୍କା ଥିବା ପ୍ଲାନରେ ଗ୍ରାହକଙ୍କୁ କୌଣସି ବି ଅତିରିକ୍ତ ଡାଟା ଦିଆଯାଇନାହିଁ । ଅର୍ଥାତ୍ ଏହି ପ୍ଲାନ ଉପରେ କ୍ରମଶଃ ୧୦ ଜିବି, ୨୦ ଜିବି ଏବଂ ୩୦ ଜିବି ଡାଟା ମିଳିବ ।

ବିଏସଏନଏଲର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଏହି ଅତିରିକ୍ତ ଡାଟା ଅଫର୍ ୧ ଜୁଲାଇଠାରୁ ଲାଗୁ କରିଦିଆଯାଇଛି । ତେବେ ସବୁଠାରୁ ବଡ କଥା ହେଲା ଯେଉଁ ଗ୍ରାହକମାନେ ଏହି ଅଫରଟିର ଲାଭ ଉଠାଇବେ ସେମାନଙ୍କୁ ଏଥିସହିତ ମାଗଣ କଲିଂ ସହ ମେସେଜ ଭଳି ସୁବିଧା ମଧ୍ୟ ପାଇବେ ।

ଏହାସହ ମଧ୍ୟ ପଢନ୍ତୁ- ଜିଏସଟି ଦଣ୍ଡ ! ଏଣିକି ୧୦୦ ଟଙ୍କାର ରିଚାର୍ଜ ଉପରେ ମିଳିବ ମାତ୍ର ଏତିକି ବାଲାନ୍ସ