ବିନା କୌଣସି ସର୍ତ୍ତରେ ମାଗଣାରେ ମିଳୁଛି ଡାଟା । ଜାଣନ୍ତୁ କେଉଁ କଂପାନୀ ଦେଉଛି ଏଭଳି ସୁବିଧା

38

ଗୋଟିଏ ପଟରେ ଯେଉଁଠି ଟେଲିକମ କଂପାନୀଗୁଡିକ ନୂଆବର୍ଷ ଅବସରରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଲଗାତର ଭାବେ ବିଭିନ୍ନ ଆକର୍ଷଣୀୟ ଅଫର୍ସମାନ ଲଂଚ କରିବାରେ ଲାଗିପଡିଛନ୍ତି । ଇତି ମଧ୍ୟରେ ଏକ କଂପାନୀ ରହିଛି, ଯିଏ କି ଶୁଳ୍କ ଫ୍ରିରେ ୨ ଜିବି ଡାଟା ଦେଇରଖୁଛି । ଯଦି ଆପଣ ମଧ୍ୟ ନୂଆ ବର୍ଷରେ ମାଗଣା ଡାଟାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଭାରତ ସଂଚାର ନିଗମ ଲିମିଟେଡ ତଥା ବିଏସଏନଏଲ ଆପଣଙ୍କ ପାଇଁ ସବୁଠାରୁ ବେଷ୍ଟ ଅଫର ଭେଟି ଦେଉଛି । ତେବେ ଆସନ୍ତୁ ଜାଣିବା ବିଏସଏନଏଲର ଏହି ପ୍ଲାନ ସଂପର୍କରେ ।

ସୂଚନା ମୁତାବକ, ବିଏସଏନଏଲର ଏହି ଅଫରଟି ଡିଜିଟାଲ ଇଣ୍ଡିଆ ଆଧାରରେ ଲଂଚ କରାଯାଇଛି । ଯେଉଁଥିରେ ୟୁଜର୍ସଙ୍କୁ ୨ ଜିବି ଡାଟା ମାଗଣାରେ ମିଳିବ ଏବଂ ଏହି ପ୍ଲାନର ବୈଧତା ରହିଛି ୩୦ ଦିନ । ମାତ୍ର ଏହିଥିପାଇଁ ୟୁଜର୍ସ ନିକଟରେ ୩ଜି ସପୋର୍ଟ ବିଶିଷ୍ଟ ସ୍ମାର୍ଟଫୋନ ରହିଥିବା ନିହାତି ଆବଶ୍ୟକ । ଏଠାରେ ଆମେ କହି ରଖୁଛୁ କି, ବିଏସଏନଏଲର ଏହି ପ୍ଲାନଟି ନୂଆ ଜିଏସଏମ ସିମ କାର୍ଡ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ।

ଉଲ୍ଲେଖ ଥାଉ କି, ପୂର୍ବରୁ ବି ବିଏସଏନଏଲ ଡିଟେଲ୍ ସହିତ ସହଭାଗିତା ହୋଇ ୪୯୯ ଟଙ୍କିଆ ଫୋନ ଲଂଚ କରିଥିଲା । ଯେଉଁଥିରେ କଂପାନୀ ଅନେକ ଅଫର୍ସ ମଧ୍ୟ ଦେଇରଖିଛି । ଏହି ଫୋନକୁ କିଣିବା ପରେ ୟୁଜର୍ସଙ୍କୁ ବର୍ଷକ ପାଇଁ ମାଗଣା କଲିଂର ସୁବିଧା ମିଳିବ । ଫୋନର ବିକ୍ରି ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ତେବେ ଡିଟେଲର ଏହି ଫୋନଟି ୪ଜି ନୁହେଁ ।