ବିଏସଏନଏଲର ବାହୁବଳୀ ଅଫର! ୩୩୩ ଟଙ୍କାରେ ୨୭୦ ଜିବି ଡାଟା

62

ଜିଓକୁ ଟକ୍କର ଦେବାକୁ ଅଂଟା ଭିଡିଛି ବିଏସଏନଏଲ । କଂପାନୀ ପକ୍ଷରୁ ଘୋଷଣା କରାଯାଇଛି ତିନୋଟି ନୁଆ ଅଫର । ୩୩୩ ଟଙ୍କାରୁ ଆରମ୍ଭ କରି ୩୯୫ ଟଙ୍କା ମଧ୍ୟରେ ରହିଛି ସବୁ ଅଫର ।

୩୩୩ ଟଙ୍କାର ବିଏସଏନଏଲ ଟ୍ରିପଲ ଏସ ପ୍ଲାନରେ ୯୦ ଦିନ ପାଇଁ ଗ୍ରାହକ ଅନଲିମିଟେଡ ଡାଟା ବ୍ୟବହାର କରିପାରିବେ । ପ୍ରତିଦିନର ସୀମା ରହିବ ୩ ଜିବି । ଅର୍ଥାତ ୯୦ ଦିନରେ ୨୭୦ ଜିବିର ଡାଟା । ଗୋଟିଏ ଜିବି ଡାଟାର ଦାମ ୧ ଟଙ୍କା ୨୩ ପଇସା ପଡିବ । ହେଲେ ଏହି ପ୍ଲାନ କେବଳ ଥ୍ରୀ-ଜିରେ ସୀମିତ ।

୩୪୯ ଟଙ୍କାର ପ୍ଲାନ ରହିଛି ଦିଲ୍ ଖୋଲ୍ କେ ବୋଲ୍ । ନିଜ ସର୍କଲରେ ଗ୍ରାହକ ଅନଲିମିଟେଡ ଲୋକାଲ ଆଉ ଏସଟିଡି କଲ୍ କରିପାରିବେ । ପ୍ରତିଦିନ ୨ ଜିବିର ଥ୍ରୀ-ଜି ଡାଟା ଉପଲବ୍ଧ ହେବ । ତେବେ ଜିଓର ‘ଧନ୍ ଧନା ଧନ୍’ ଅଫରକୁ ମୁକାବିଲା ପାଇଁ ଏହା ଉଦ୍ଦିଷ୍ଟ ଥିବା ଚର୍ଚ୍ଚା ହେଉଛି ।

ସେହିଭଳି ‘ନେହଲେ ପେ ଦେହଲା’ ନାଁରେ ସୁପର୍ ଅଫର୍ ଦେଇଛି ବିଏସଏନଏଲ । ୩୯୫ ଟଙ୍କାରେ ବିଏସଏନଏଲ ନେଟୱାର୍କକୁ ୩ ହଜାର ମିନିଟ ଓ ଅନ୍ୟ ନେଟୱାର୍କକୁ ୧୮୦୦ ମିନିଟର ମଲ୍ କରିପାରିବେ । ସେହିଭଳି ପ୍ରତିଦିନ ୨ ଜିବିର ଥ୍ରୀ-ଜି ଡାଟା ମଧ୍ୟ ମିଳିବ । ୭୧ ଦିନ ଯାଏଁ ରହିଛି ଏହି ପ୍ଲାନର ଅବଧି ।

ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମୁକାବିଲା ପାଇଁ ବିଏସଏନଏଲର ଏହି ବାହୁବଳୀ ପ୍ଲାନ କେତେ ସଫଳ ହେଉଛି, ଦେଖିବାକୁ ବାକି ରହିଲା ।