୭ଟଙ୍କାରେ ୫୦୦ଏମବି ଡାଟା ଓ ୬୦ ଟଙ୍କାର ଟକଟାଇମ । ଜାଣନ୍ତୁ କେଉଁ କଂପାନୀ କରୁଛି ଏହି ଅଫର ବର୍ଷା ।

36

ଆରକମ ଏବଂ ଟାଟା ଡୋକମର ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଦେଶର ସମସ୍ତ ଘରୋଇ ଟେଲିକମ କଂପାନୀମାନେ ଏକପ୍ରକାରେ ଲାଗିପଡିଛନ୍ତି ଆଉ ଏଭଳି ପରିସ୍ଥିତିରେ ବିଏସଏନଏଲ ମଧ୍ୟ ବାଦ ପଡିନି । ସେଥିପାଇଁ ତ ଏହି ଦୁଇ କଂପାନୀର ଗ୍ରାହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଭେଟି ଦେଇଛି ଶସ୍ତାଠାରୁ ଆହୁରି ଶସ୍ତା ପ୍ଲାନ । ଯେଉଁଥିରେ ମାତ୍ର ୭ ଟଙ୍କା ରିଚାର୍ଜ କଲେ ମିଳିବ ୬୦ଟଙ୍କାର ଟକଟାଇମ ସହିତ ୫୦୦ଏମବିର ଡାଟା ।

ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏହି ପ୍ଲାନ କେବଳ ସେହି ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେକି ଏମଏନପି ଜରିଆରେ ବିଏସଏନଏଲର ନେଟୱର୍କରେ ସାମିଲ ହେବାକୁ ଇଚ୍ଛା ରଖିଛନ୍ତି । ଏହି ପ୍ଲାନ୍ ଆଧାରରେ ମାତ୍ର ୭ ଟଙ୍କା ରିଚାର୍ଜ କଲେ ୬୦ ଟଙ୍କାର ଟକଟାଇମ ସହିତ ୫୦୦ ଏମବିର ଡାଟା ମିଳିବ । ତେବେ ଏହି ପ୍ଲାନର ବୈଧତା ରହିଛି ୨୮ ଦିନ ।

ସବୁଠାରୁ ବଡ କଥା ହେଲା କି, ଏହି ପ୍ଲାନଟିକୁ କେବଳ ମୋବାଇଲ ନମ୍ବର ପୋର୍ଟେବିଲିଟ୍ ଜରିଆରେ ବିଏସଏନଏଲରେ ସାମିଲ ହୋଇଥିବା ଗ୍ରାହକମାନଙ୍କ ପାଇଁ ବିଧେୟ, ନା କି ବିଏସଏନଏଲ ବ୍ୟବହାର କରୁଥିବା ସମସ୍ତ ନୂଆ ଗ୍ରାହକମାନଙ୍କ ପାଇଁ ।

ସୌଜନ୍ୟ: ଅମର ଉଜାଲା