ସନ୍ତାନ ଜନ୍ମ ଦେବେ ବ୍ରିଟିସ୍ ପୁରୁଷ ! ଯାହାକୁ ନେଇ ସୋସିଆଲ ମିଡିଆରେ ଜୋର୍ ଧରିଛି ଚର୍ଚ୍ଚା

44

ଏଭଳି ଏକ ଅଜବ ଘଟଣା ଶୁଣିବାକୁ ମିଳିଛି ବ୍ରିଟେନରେ । ଜଣେ ୨୦ ବର୍ଷୀୟ ଯୁବକଙ୍କ ଗର୍ଭଧାରଣ ଖବରକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କଥାଟା ଶୁଣି ଆପଣଙ୍କୁ ହୁଏତ ମିଛ ଲାଗୁଥାଇ ପାରେ ମାତ୍ର ଏହା କୌଣସି ମନଗଢା କାହାଣୀ ନୁହେଁ ବରଂ ନିରାଟ ସତ୍ୟ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାହାଣୀ ।

ନିକଟରେ, ବ୍ରିଟେନରେ ଶୁଣିବାକୁ ମିଳିଛିି ଏଭଳି ଏକ ଅବାସ୍ତବ ଖବର । ହେଡେନ୍ କ୍ରସ୍ ନାମକ ଜଣେ ଯୁବକ କରିଛନ୍ତି ଗର୍ଭଧାରଣ । ଏବେ ତାଙ୍କ ଗର୍ଭଧାରଣର ୧୬ ସପ୍ତାହ ବିତିଗଲାଣି । ତେବେ ଏହା କିପରି ସମ୍ଭବ ହୋଇପାରିଛି ତାହା ନେଇ ନିଶ୍ଚୟ ଆପଣଙ୍କ ମନରେ ପ୍ରଶ୍ନ ଉପୁଜିଥିବ । ଏଥର ଜାଣନ୍ତୁ ପ୍ରକୃତ ଘଟଣାଟି କଣ, କଥାଟି ହେଲା, ହେଡେନ୍ ଜଣେ କନ୍ୟା ଭାବେ ଜନ୍ମ ହୋଇଥିଲେ । କିଛି ବର୍ଷ ତଳେ ସେ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ନିଷ୍ପତ୍ତି ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ ।

ମାତ୍ର ତାଙ୍କର ହରମୋନ୍ ଚିକିତ୍ସା ଅଧାରେ ଅଟକି ଯାଇଥିଲା । କାରଣ ଡିମ୍ବାଣୁଗୁଡିକୁ ନଷ୍ଟ କରିବା ବାବଦରେ ଖର୍ଚ୍ଚ କରିବା ପାଇଁ ତାଙ୍କ ପାଖରେ ଆଉ ଟଙ୍କା ନଥଲା । ଏଭଳି ସ୍ଥିତିରେ ତାଙ୍କୁ ଜଣେ ଶୁକ୍ରାଣୁଦାତା ମିଳିଯାଇଥିଲେ । ଆଉ ସେ ଗର୍ଭଧାରଣ କରିବାକୁ ସ୍ଥିର କରିଥିଲେ । ଯଦି ସବୁ କିଛି ଠିକ୍ ଚାଲେ ,ତେବେ ହେଡେନ୍ ସନ୍ତାନ ଜନ୍ମ ଦେଇଥିବା ପ୍ରଥମ ପୁରୁଷ ବୋଲାଇବେ ।

ଏହା ସହ ପଢନ୍ତୁ – ହୋଟେଲରେ ମିଳୁଛି ମଣିଷ ମାଂସ ! ଯାହାକୁ ନେଇ ସୋସିଆଲ ମିଡିଆରେ ଜୋର୍ ଧରିଛି ଚର୍ଚ୍ଚା