‘ଲଭ୍ ପାଇଁ କୁଛଭି କରେଗା’ ! ସୋସିଆଲ ମିଡିଆରେ ଏବେ ଏପରି ପ୍ରେମୀ ଯୁଗଳଙ୍କୁ ନେଇ ଚର୍ଚ୍ଚା

47

ଭାବୁଥିବେ ଏଠାରେ ଆମେ କୌଣସି ସିନେମାର ନାଁ କିମ୍ବା କାହାଣୀ କହିବାକୁ ଯାଉଛୁ । କିନ୍ତୁ ପ୍ରେମ ପାଇଁ ଯେ ମଣିଷ କଣ ନକରି ପାରେ ତାହା ଏହି ଉଦାହରଣରୁ ଆପଣ ସ୍ପଷ୍ଟ ହୋଇଯିବେ । ଜଣେ ପ୍ରେମିକ ନିଜର ପ୍ରେମ ନିବେଦନ ପାଇଁ ଆଗ୍ନେୟଗିରିର ଶୀର୍ଷକୁ ଚୟନ କରିଛି ଉପଯୁକ୍ତ ସ୍ଥାନ ଭାବରେ ।

ଖାଲି ସେତିକି ନୁହେଁ ଏହି ଆଗ୍ନେୟଗିରିକୁ ପାଇବା ପାଇଁ ପ୍ରେମୀ ଯୁଗଳ ପାଖାପାଖି ୬ ମାସ ସମୟ ଲାଗିଥିଲା । ଆଉ ଏଥିପାଇଁ ସେ ଏସିଆର ପ୍ରତିଟି କୋଣ ଅନୁକୋଣ ଖୋଜି ବୁଲିଥିଲେ । ଶେଷରେ ସେମାନେ ପାଇଥିଲେ ସେମାନଙ୍କ ପ୍ରେମକୁ ମେମୋରେବୁଲ କରିବାକୁ ମନ ପସନ୍ଦର ସ୍ଥାନଟିଏ । ସେମାନଙ୍କ ପ୍ରେମକୁ କିଛି ଖାସ୍ କରିବାକୁ ସେମାନେ ଏହାକୁ ହିଁ ଉପଯୁକ୍ତ ସ୍ଥାନ ବୋଲି ସ୍ଥିର କରିଥିଲେ ।

ତେବେ ଆମେ ଏଠାରେ କହି ରଖୁଛୁ ଏହି ଆଗ୍ନେୟଗିରି ରହିଛି ଇଣ୍ଡୋନେସିଆର ଉତ୍ତର ଇଲାକାରେ । ଯେଉଁଠି ପହଂଚିବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଥାଏ । ସେମାନେ ନିର୍ଣ୍ଣୟ କରିଥିଲେ ସେମାନେଙ୍କ ପ୍ରେମକୁ ହାସଲ କରିବାକୁ ଅସାଧ୍ୟକୁ ସାଧ୍ୟ କରିପାରବେ । ଆଉ ଏଥିପାଇଁ ନିର୍ବନ୍ଧ ପାଇଁ ମୁଦି ସବୁବେଳେ ପାଖରେ ଧରି ବୁଲୁଥିଲେ । ଯାହା ଆଗ୍ନେୟଗିରିର ଶାର୍ଷରେ ପହଂଚିବା ପରେ କାମରେ ଆସିଛି ।