ମହଙ୍ଗା ପଡିଲା ଧୋକ୍କା ! ପ୍ରେମିକ ମୁହଁରେ ଏସିଡ୍ ଢାଳିଲେ ପ୍ରେମିକା

40

ବେଙ୍ଗାଲୁରର ବିଜୟନଗରୀ ଅଂଚଳରେ ଦେଖିବାକୁ ମିଳିଛି ଏକ ଲୋମ ହର୍ଷଣକାରୀ ଘଟଣା । ବିବାହ ପାଇଁ ରାଜି ନହେବାରୁ ଜଣେ ଯୁବତୀ ତାର ପ୍ରେମିକଙ୍କ ଉପରକୁ କରିଛି ମରଣାନ୍ତକ ଆକ୍ରମଣ । ବର୍ତ୍ତମାନ ଆହତ ପ୍ରେମିକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ, ଜଣେ ୨୬ ବର୍ଷୀୟ ଯୁବତୀ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ଉପରେ କରିଛି ମରଣାନ୍ତକ ଆକ୍ରମଣ । ପ୍ରେମିକ ଜଣକ ହେଲେ ଜୟକୁମାର । ସେ ପେଶାରେ ଜଣେ ବ୍ୟବସାୟୀ ଅଟନ୍ତି । ତେବେ ଜୟକୁମାର ଏକ ଡାକ୍ତରଖାନାରେ କାମ କରୁଥିବା ଅଭିଯୁକ୍ତ ଯୁବତୀଙ୍କୁ ପ୍ରେମ କରୁଥିଲେ । ମାତ୍ର ସେ ତାଙ୍କୁ ବିବାହ କରିବାକୁ ସିଧାସଳଖ ମନା କରିଦେଇଥିଲେ ଖାଲି ସେତିକି ନୁହେଁ ସେ ଆଉ କେବେ ସେହି ଯୁବତୀଙ୍କ ସହ କୌଣସି ସଂପର୍କ ମଧ୍ୟ ନରଖିବାକୁ ମନା କରିଦେଇଥିଲେ । ଯେଉଁଥି ପାଇଁ କି ଯୁବତୀଙ୍କ କ୍ରୋଧର କୌଣସି ସୀମା ରହି ନଥିଲା ।

ଯୁବତୀ ଜଣକ ପ୍ରତିଶୋଧର ନିଆଁରେ ଏକ ପ୍ରକାର ଜଳିବାକୁ ଲାଗିଥିଲେ । ଆଉ ଏଥିପାଇଁ ପ୍ରେମିକ ଜୟକୁମାରଙ୍କୁ ଏକ ନିଛାଟିଆ ଜାଗାକୁ ଡାକିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବଚସା ହୋଇଥିଲା ଓ ପରେ ଯୁବତୀ ଜଣକ ଉତ୍ କ୍ଷିପ୍ତ ହୋଇ ପ୍ରେମିକଙ୍କ ଉପରକୁ ଏସିଡ୍ ଫିଙ୍ଗି ଥିଲେ କେବେଳ ସେତିକିରେ ଯୁବତୀଙ୍କ ରାଗ ଶାନ୍ତ ହୋଇ ନଥିଲା ଏକ ଧାରୁଆଁ ଅସ୍ତ୍ରରେ ପ୍ରେମିକ ଜୟକୁମାରଙ୍କ ଉପରକୁ କରି ଚାଲିଥିଲେ ଆକ୍ରମଣ ପରେ ଆକ୍ରମଣ ।

ଅନ୍ୟପଟେ ପୋଲିସ ଏହି ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି । ତେବେ ଜୟକୁମାରଙ୍କ ଉପରକୁ ଫିଙ୍ଗା ଯାଇଥିବା ତରଳ ପଦାର୍ଥଟି ପ୍ରକୃତରେ ଏସିଡ୍ କି ନୁହେଁ ତାହା ନେଇ ପୋଲିସ ବର୍ତ୍ତମାନ କୌଣସି ସ୍ପଷ୍ଟୀକରଣ ଦେଇପାରିନାହାଁନ୍ତି କାରଣ ଜୟକୁମାରଙ୍କ ଶରୀରରେ ସେଭଳି କିଛି ଜଳାପୋଡାର କ୍ଷତ ଦେଖିବାକୁ ମିଳିନାହିଁ ।