ବିରାଟଙ୍କ ବିରାଟ ଭୁଲ ! ରାଷ୍ଟ୍ରୀୟ ସଙ୍ଗୀତକୁ ଅବମାନନା କରି ସମାଲୋଚନାର ଶିକାର ହେଲେ କୋହଲି

33

ବିଶ୍ୱ କ୍ରିକେଟରେ ବିରାଟ କୋହଲିଙ୍କର ଯେଉଁ ଭୂମିକା ରହିଛି ହୁଏତ ଏପରି ଖୁବ୍ କମ୍ ଖେଳାଳିଙ୍କ ଭାଗ୍ୟରେ ଥାଏ । ବିରାଟ ବର୍ତ୍ତମାନ ସମୟରେ ଦେଶର ଯୁବ ସମାଜ ପାଇଁ ପ୍ରେରଣା ଅଟନ୍ତି । ବିଶ୍ୱବ୍ୟାପୀ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି । ମାତ୍ର ତାଙ୍କର ଏଭଳି କାର୍ଯ୍ୟ ପ୍ରଶଂସକ ମାନେ ଶୁଣି ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ବିରାଟ କୋଲକତା ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରୀୟ ସଂଗୀତ ସମୟରେ ଯେଉଁ କାର୍ଯ୍ୟ କରିଥିଲେ ତାହା ତାଙ୍କ ପାଖରୁ ଆଶା କରାଯାଇନଥିଲା ।

ସମସ୍ତ ଭାରତୀୟ ମ୍ୟାଚ ପୂର୍ବେ ରାଷ୍ଟ୍ର ସଂଗୀତ ବାଜିଥାଏ । କୋଲକାତାର ଇଡେନ ଗାର୍ଡ଼େନରେ ହୋଇଥିଲା ଟେଷ୍ଟ ମ୍ୟାଚ ଏବଂ ଏହି ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରସଂଗୀତ ବଜାଯାଇଥିଲା । ଯେଉଁଥିରେ ଏକ କ୍ୟାମେରାରେ ବିରାଟ କିଛି ଚୋବାଉଥିବା ପରିଷ୍କାର ଭାବେ ନଜର ଆସିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ବିରାଟ ଜଣେ ଭାରତୀୟ ହୋଇ ବି ଜାତୀୟ ସଂଗୀତକୁ ଏଭଳି ଅପମାନ କରିବେ । ତେବେ ଅନ୍ୟ ମାନଙ୍କଠାରୁ କ’ଣ ଆଉ ଆଶା କରାଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆଗରୁ ମଧ୍ୟ କ୍ରିକେଟର ପରବେଜ ରସୁଲ ଏହିଭଳି କିଛି କାରନାମା କରିବା କାରଣରୁ ଲୋକମାନଙ୍କ ସମାଲୋଚନାର ଶିକାର ହୋଇଥିଲେ ।