ଆପଣଙ୍କ ମୋବାଇଲ ସିଗନାଲ୍ ବାରମ୍ବାର କଟୁଛି କି ? ତେବେ ଆପଣାନ୍ତୁ ଏହି ସହଜ ଉପାୟ

58

ଆପଣଙ୍କୁ କୌଣସି ଜରୁରୀ କଲ୍ କରିବାରେ ଅଛି ମାତ୍ର ଆପଣଙ୍କ ମୋବାଇଲରେ ସିଗନାଲ୍ ନାହିଁ । କିମ୍ବା ଆପଣ କାହା ସହିତ କଥା ହେଉଛନ୍ତି ଆଉ ଏହି ସମୟରେ ଖରାପ ସିଗନାଲ୍ କାରଣରୁ ଆପଣଙ୍କ କଲ୍ ବାରମ୍ବାର କଟି ଯାଉଛି । ତେବେ ଏହି ପ୍ରରିପେକ୍ଷୀରେ କଣ କରିବେ ସେ ସଂପର୍କରେ ଆଜି ଆମେ ଜଣାଇବୁ ୫ଟି ସହଜ ତରିକା । ଆସନ୍ତୁ ଜାଣିବା ।

ସୁଇଚ୍ ଅଫ୍ କରି ଅନ୍ କରନ୍ତୁ

ଯଦି ଆପଣଙ୍କ ମୋବାଇଲରେ ବାରମ୍ବାର ସିଗନାଲ୍ ସମସ୍ୟା ଦେଖାଦେଉଛି ତେବେ ନିଜ ମୋବାଇଲ୍ ସୁଇଚକୁ ଅଫ୍ କରି ତାକୁ ପୁଣି ଥରେ ଅନ୍ କରନ୍ତୁ । ଏପରି କରିବାଦ୍ୱାରା ମୋବାଇଲଟି ଅନ୍ୟ କୌଣସି ଟାୱାର ସହିତ ସଂଯୋଗ ହୋଇଥାଏ ।

ମୋବାଇଲକୁ ଚାର୍ଜ କରାନ୍ତୁ

ଯଦି ଆପଣଙ୍କ ମୋବାଇଲ ବ୍ୟାଟ୍ରିରେ ଚାର୍ଜ କମ୍ ରହିଛି । ତେବେ ଏପରି ବି ହୋଇପାରେ ଆପଣଙ୍କ ମୋବାଇଲ୍ ପାୱାର ସେଭିଂ ମୋଡରେ ଚାଲି ଯାଇଛି । ଏହାଦ୍ୱାରା ମୋବଇଲ୍ ସିଗନାଲକୁ କମ୍ ପାୱାର ଟ୍ରାନ୍ସମିଟ୍ ହୋଇଥାଏ । ତେଣୁ ମୋବାଇଲକୁ ଚାର୍ଜ କରାନ୍ତୁ । ଯଦି ଚାର୍ଜ କରିବା ସମ୍ଭବ ନହୁଏ ତେବେ ଏହାର ପାୱାର ସେଭିଂ ମୋଡ ବନ୍ଦ କରି ରଖନ୍ତୁ ।

ମୁଭମେଂଟ୍ କରାନ୍ତୁ

ନିଜ ଫୋନକୁ କିପରି ଭାବେ ଧରିଛନ୍ତି, ତାହା ମଧ୍ୟ ଏହି ସମସ୍ୟାର କାରଣ ହୋଇଥାଇପାରେ । ଯଦି ଆପଣ ମୋବାଇଲର ସିଗନାଲ୍ ଖୁଂଟିକୁ କଭର କରୁଛନ୍ତି ତେବେ ଏହାଦ୍ୱାରା ନିଶ୍ଚୟ ରୂପେ ସିଗନାଲ ଦୁର୍ବଳ ହୋଇଥାଏ । ଏଥିପାଇଁ ନିଜ ଏରିୟାକୁ ବଦଳାଇବାକୁ ଚେଷ୍ଟା କରନ୍ତୁ । ଆଉ ଜାଣିବାକୁ ଚେଷ୍ଟା କରନ୍ତୁ ମୋବାଇଲ ସିଗନାଲର ଆଂଟିଣା କେଉଁ ଦିଗରେ ରହିଛି ।ଯଦି ଆପଣ ଘର ଭିତରେ ଅଛନ୍ତି ତେବେ ବାହାରକୁ ଚାଲି ଯାଆନ୍ତୁ । ଏପରି ବି ହୋଇପାରେ ଆପଣ ମୋବାଇଲ ଟାୱାରଠାରୁ ବହୁତ ଦୁରରେ ରହିଛନ୍ତି । ଯେଉଁଥିପାଇଁ ଆପଣଙ୍କ ମୋବାଇଲ୍ ସିଗନାଲ୍ ଠିକ୍ ରୂପେ ଆସୁନାହିଁ । ଏଥିପାଇଁ ଯଦି ଆପଣ ରାସ୍ତାରେ ଅଛନ୍ତି ତେବେ ସବୁଠାରୁ ଭଲ ଅପ୍ସନ ହେଲା କୌଣସି ଉଚ୍ଚ ସ୍ଥାନକୁ ଚାଲି ଯାଆନ୍ତୁ ।

ଭଲ ମୋବାଇଲ ବ୍ୟବହାର କରନ୍ତୁ

ଯଦି ଆପଣ କୌଣସି ମୋବାଇଲର ଖରାପ ତଥା ଦୁର୍ବଳ ସିଗନାଲଠାରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ଏକ ନୁଆ ଏବଂ ଭଲ କଂପାନୀର ମୋବାଇଲ୍ ବ୍ୟବହାର କରନ୍ତୁ ।

ଭଲ ସିମ୍ ଚୟନ କରନ୍ତୁ

ସିଗନାଲ୍ ସମସ୍ୟା କେବଳ ମୋବାଇଲର ହୋଇ ନଥାଏ ବରଂ ଆପଣ ଯେଉଁ ସିମ୍ ବ୍ୟବହାର କରୁଛନ୍ତି ତା’ର ନେଟୱର୍କ ବହୁତ ଦୁର୍ବଳ ହୋଇଥାଇପାରେ । ଏଣୁ ଲୋକେସନ ଅନୁଯାୟୀ ସିମ୍ ବ୍ୟବହାର କରନ୍ତୁ ।

ଏହାସହ ମଧ୍ୟ ପଢନ୍ତୁ-ଆପଣଙ୍କର ଏହି ଗୋଟିଏ ଭୁଲ ପାଇଁ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଂଟ !