ଭାଙ୍ଗିଲା ମୋଦିଙ୍କ ଡିଜିଟାଲ ମିଡିଆର ସ୍ୱପ୍ନ ! ବନ୍ଦ ହେବ ଇ-ୱାଲେଟ୍ ସେବା, ତୁରନ୍ତ ଟଙ୍କା ଉଠାଇ ନେବାକୁ କଂପାନୀର ନିର୍ଦ୍ଦେଶ

42

ବର୍ତ୍ତମାନର ସମୟ ହେଉଛି ଡିଜିଟାଲର ସମୟ । ଛୋଟ ବ୍ୟବସାୟରୁ ଆରମ୍ଭ କରି ବଡ ବଡ ବ୍ୟବସାୟ ପାଇଁ ହେଉଥିବା ଆର୍ଥିକ କାରବାର ଏଣିକି ଡିଜିଟାଲ ମାଧ୍ୟମରେ ହେଉଛି । ମାତ୍ର ଇତି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ କିଛି ମୁହୂର୍ତ୍ତପାଇଁ ବ୍ୟତିବ୍ୟସ୍ତ କରିପାରେ । ଖବରଟି ହେଲା ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ଇ-ୱାଲେଟ୍ ସେବା । କିନ୍ତୁ ଏହା ସମସ୍ତ ଇ-ୱାଲେଟ୍ ସେବା ଉପରେ ଲାଗୁ ହୋଇନାହିଁ ବରଂ ଇ-କମର୍ସ କଂପାନୀ ‘ବୁକମାଇସୋ’ ନାମକ ତଥା ଇ-ୱାଲେଟ୍ କଂପାନୀ ନିଜର ସେବାକୁ ବନ୍ଦ କରିବାକୁ ଯାଉଛି ।

ସୂଚନା ମୁତାବକ, ବୁକମାଇସୋ ଖୁବ୍ ଶୀଘ୍ର ନିଜର ୱେବସାଇଟରୁ ଅନଲାଇନ ୱାଲେଟର ସେବା ବନ୍ଦ କରିବାକୁ ଯାଉଛି । Mumbai-based online ticket platform ବୁକମାଇସୋ ଆସନ୍ତା ମାସ ଶେଷ ସୁଦ୍ଧା ଇ-ୱାଲେଟ୍ ସର୍ଭିସ୍ ସଂପୂର୍ଣ୍ଣ ଭାବରେ ବନ୍ଦ କରିବ ବୋଲି ଘୋଷଣା କରିଛି । କଂପାନୀ ତରଫରୁ ମଧ୍ୟ ଗ୍ରାହକଙ୍କୁ ସୂଚିତ କରିଦିଆଯାଇଛି କି ସେମାନେ ନିଜର ଟଙ୍କାକୁ ତୁରନ୍ତ ଇ-ୱାଲେଟରୁ ଉଠାଇନେବାକୁ । ଏଥିସହିତ ୨୮ ଫେବୃଆରୀ ପୂର୍ବରୁ ଗ୍ରାହକମାନେ ନିଜର ଟଙ୍କାକୁ ବ୍ୟାଙ୍କ ଆକାଉଂଟରେ ଟ୍ରାନ୍ସଫର କରିଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ୨୦୧୬ ମଇ ମାସରେ ଆରବିଆଇ ଦ୍ୱାରା ଜାରି କରାଯାଇଥିବା ନିୟମାବଳି ଅନୁସାରେ, ଯେଉଁ ଡିଜିଟାଲ ୱାଲେଟ କଂପାନୀ ନିଜର ସେବାକୁ ବନ୍ଦ କରିବାକୁ ଚାହୁଛନ୍ତି ସେମାନେ ଗ୍ରାହକଙ୍କୁ ନୋଟିସ ଜାରି କରିବେ ଏବଂ ସୂଚିତ କରିବେ କି ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେମାନେ ସେମାନଙ୍କର ଟଙ୍କାକୁ ଖର୍ଚ୍ଚ କରିବାକୁ କିମ୍ବା ତାକୁ ବ୍ୟାଙ୍କକୁ ଟ୍ରାନ୍ସଫର କରିପାରିବାକୁ ।

ଅନ୍ୟପଟେ, କଂପାନୀ କହିଛି କି, ୨୮ ଫେବୃଆରୀ ସୁଦ୍ଧା ଉପଭୋକ୍ତାମାନଙ୍କୁ ନିଜ ଟଙ୍କା ଫେରସ୍ତ ନେବାକୁ ସେମାନେ ସମୟ ଦେଇଛନ୍ତି । ବର୍ତ୍ତମାନ କଂପାନୀ କେବଳ ନିଜର ଡିଜିଟାଲ ୱାଲେଟ ସେବା ହିଁ ବନ୍ଦ କରୁଛି , ତେବେ ବୁକମାଇସୋର ବାକି ସେବାଗୁଡିକ ପୂର୍ବ ଭଳି ଚାଲିୁ ରହିବ ବୋଲି କଂପାନୀ ତରଫରୁ ସୂଚିତ କରାଯାଇଛି ।