୪ ମିନିଟରେ ବୁଡିଗଲା ୪ ମହଲା ଜାହାଜ: ସୋସିଆଲ ମିଡିଆରେ ଭାଇରାଲ୍ ହେଲା କଲମ୍ବିଆରେ ବୁଡି ଯାଉଥିବା ଜାହାଜର ଦୃଶ୍ୟ

37

ସମୁଦ୍ରରେ ବୁଡିଗଲା ଜାହାଜ । ୪ମିନିଟ୍ ମଧ୍ୟରେ ସମୁଦ୍ରରେ ବୁଡିଗଲା ୪ମହଲା ବିଶିଷ୍ଟ ଜାହାଜ । କଲମ୍ବିଆରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା ଏହି ଜାହାଜ । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ଜଣ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ଜାହାଜରେ ପ୍ରାୟ ୧୫୦ ପର୍ଯ୍ୟଟକ ଥିଲେ ବୋଲି ସୂଚନା ମିଳିଛି ।

ଜାହାଜଟି ମେଡେଲିନଠାରୁ ପ୍ରାୟ ୪୫କିଲୋମିଟର ଦୂର ସମୁଦ୍ର ଭିତରେ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ୪ମହଲା ବିଶିଷ୍ଟ ଏହି ଜାହାଜଟି ବୁଡି ଯାଉଥିବା ଦେଖି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ଆଖପାଖରେ ଥିବା ଡଙ୍ଗାର ଯାତ୍ରୀମାନେ । ଏହି ଜାହାଜ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଦେଖୁ ଦେଖୁ ପାଣି ଭିତରେ ବୁଡି ଯାଇଛି ୪ମହଲା ବିଶିଷ୍ଟ ଜାହାଜ । କେତେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ କେତେକ ପର୍ଯ୍ୟଟକ ନିଜେ ପାଣିରେ ପହଁରି ଅନ୍ୟ ଡଙ୍ଗାକୁ ଆସୁଥିବା ଦେଖିବାକୁ ମିଳିଛି । ତେବେ ଜାହାଜଟି ପାଣିରେ ବୁଡି ଯିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଦେଖନ୍ତୁ ଏହି ଭିଡିଓ –