ବେଙ୍ଗଲୁରୁ ଟ୍ରାଫିକ୍ ସବ୍ ଇନ୍ସପେକ୍ଟରଙ୍କୁ ସାବାସୀ ! ଅଟକାଇଲେ ରାଷ୍ଟ୍ରପତିଙ୍କ ଗାଡି, ଛାଡିଲେ ଆମ୍ବୁଲାନ୍ସ

64

ସାଧାରଣତଃ ରାଜନେତା ବା ଭିଭିଆଇପିଙ୍କ ଗାଡି କାରଣରୁ ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥାଏ । ଯାହାର ଦଶା ଭୋଗିବାକୁ ପଡିଥାଏ ସାଧାରଣ ଜନତାଙ୍କୁ । ଖାଲି ସେତିକି ନୁହେଁ ଅନେକ କ୍ଷେତ୍ରରେ ଭିଭିଆଇପିଙ୍କ ଗସ୍ତ ସମୟରେ ସେଠାରେ ମୁତୟନ ହୋଇଥିବା ପୁଲିସ କର୍ମୀ ସାଧାରଣ ଲୋକଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ପଛାଇନଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ସଂପର୍କରେ ଜଣାଇବାକୁ ଯାଉଛୁ ତାକୁ ଶୁଣିଲେ ଆପଣଙ୍କ ମନରେ ନିଶ୍ଚୟ ପୁଲିସମାନଙ୍କ ପ୍ରତି ଏକ ପ୍ରତିକୂଳ ମନୋଭାବ ସୃଷ୍ଟି ହେବ । ତେବେ ଆସନ୍ତୁ ଜାଣିବା ।

କର୍ଣ୍ଣାଟକର ଚ୍ରାଫିକ୍ ପୁଲିସ୍ ସବଇନ୍ସପେକ୍ଟର ଏମ୍ ଏଲ୍ ନିଜଲିଙ୍ଗପ୍ପା ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ । କୌଣସି ଛୋଟ୍ ମୋଟ ନେତା ନୁହଁନ୍ତି, ଦେଶର ପ୍ରଥମ ନାଗରିକ ଅର୍ଥାତ୍ ରାଷ୍ଟ୍ରପତିଙ୍କ ଗାଡି ପୂର୍ବରୁ ଏକ ଆମ୍ବୁଲାନ୍ସକୁ ଯିବାକୁ ସୁଯୋଗ ଦେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି ପଦକ୍ଷେପ ଯୋଗୁଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ଗତ ଶନିବାର ଦିନ । ନମା ମେଟ୍ରୋର ଗ୍ରୀନ ଲାଇନକୁ ଉଦଘାଟନ କରିବା ଲାଗି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବେଙ୍ଗାଲୁରୁ ଯାଇଥିଲେ । ନିଜଲିଙ୍ଗପ୍ପା ସେଠାକାର ଟ୍ରିନିଟି ସର୍କଲରେ ମୁତୟନ ହୋଇଥିବାବେଳେ ରାଷ୍ଟ୍ରପତିଙ୍କ ଗାଡି ସେହି ବାଟ ଦେଇ ରାଜଭବନ ଯିବାର ଥିଲା ।

ଅଚାନକ୍ ନିଜଲିଙ୍ଗପ୍ପା ଦେଖିଲେ ଯେ, ଗୋଟିଏ ଆମ୍ବୁଲାନ୍ସ ସେଠାରୁ ଏକ ଘରୋଇ ହସ୍ପିଟାଲ୍ ଦିଗରେ ବାହାରିବାକୁ ଉଦ୍ୟମ କରୁଛି । ଏହା ଦେଖି ସେ ପ୍ରଥମେ ଆମ୍ବୁଲାନ୍ସଟିକୁ ଯିବାକୁ ଦେଇଥିଲେ । ତେବେ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ବେଙ୍ଗାଲୁର ପୁଲିସ ତାଙ୍କୁ ପୁରସ୍କୃତ କରିବା ଲାଗି ମଧ୍ୟ ଘୋଷଣା କରିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ଜିଓ ମାଲିକଙ୍କ ଅଜବ ସଉକ୍ ! ଜାଣନ୍ତୁ କେଉଁ ବ୍ରାଣ୍ଡ ଓ କେତେ ଦାମର ଫୋନ ବ୍ୟବହାର କରନ୍ତି ଅମ୍ବାନୀ