ସାଂସଦଙ୍କ ପାଦ ଧୋଇ ପାଣି ପିଇଲେ ବିଜେପି କର୍ମୀ ! ସାଂସଦ କହିଲେ, ଏହା ଆମ ସଂସ୍କୃତି

31

ଗୁରୁଜନଙ୍କ ପାଦ ଛୁଇଁବା, ସେମାନଙ୍କ ଆଗରେ ନତମସ୍ତକ ହୋଇ ଆର୍ଶୀବାଦ ଗ୍ରହଣ କରିବା ଭାରତୀୟ ପରମ୍ପରାରେ କାହିଁ କେଉଁ କାଳରୁ ଚାଲି ଆସିଛି । ହେଲେ କୌଣସି କ୍ଷମତାସୀନ ରାଜନେତାଙ୍କ କର୍ମୀ ପାଦ ଧୋଇବା ଓ ପାଦ ଧୁଆ ପାଣି ପିଇବା କଥା ଆପଣ କେବେ ଶୁଣିଛନ୍ତି କିମ୍ବା ଦେଖିଛନ୍ତି କି? ଯଦି ନୁହେଁ ତାହେଲେ ଦେଖନ୍ତୁ …

ଏ ମହାଶୟ ହେଉଛନ୍ତି ଝାଡଖଣ୍ଡର ଗୋଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଡା, ନୀଶିକାନ୍ତ ଦୁବେ । ଗୋଡାରେ କାଜିଆ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ରବିବାର ଦିନ ଯୋଗଦେଇଥିଲେ ନୀଶିକାନ୍ତ । କର୍ମୀ ଓ ସମର୍ଥକଙ୍କ ପ୍ରବଳ ଭିଡ ଭିତରେ ହଠାତ୍ ସତେ ଯେମିତି ଭଗବାନ ପାଲଟି ଯାଇଥିଲେ ସାଂସଦ । ଜଣେ କର୍ମୀ ତାଙ୍କ ଗୋଡ ଧୋଇ ପାଦ ଧୂଆ ପାଣି ସେବନ କରିଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟକଥା ହେଉଛି ନୀଶିକାନ୍ତ, କର୍ମୀଙ୍କୁ ଏଥିରୁ ବାରଣ କରିବା ତ ଦୂରର କଥା ବରଂ ତା’ର ଫଟୋ ଚିତ୍ର ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ବିଭିନ୍ନ ଆଡୁ ସମାଲୋଚନା କରାଯିବା ପରେ ନିଜ ସପକ୍ଷରେ ଓଲଟା ଯୁକ୍ତିବାଢିଛନ୍ତି ସାଂସଦ । କହିଛନ୍ତି, ସ୍ଥାନୀୟ ଅଂଚଳବାସୀଙ୍କ ସେତୁ ଦୀର୍ଘଦିନର ସ୍ୱପ୍ନ ଥିଲା । ଲୋକଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ କର୍ମୀ ଜଣକ ଭାବବିହ୍ୱଳ ହୋଇ ତାଙ୍କ ପାଦ ଧୋଇଥିଲେ । ମହାଭାରତରେ ଭଗବାନ କୃଷ୍ଣ କଣ ପାଦ ଧୋଇଦେଇନଥିଲେ କି ପ୍ରଶ୍ନ କରିଛନ୍ତି ?