ବିଜେପିର ପ୍ରତିଶ୍ରୁତି , ମହିଳାଙ୍କୁ ଶସ୍ତାରେ ଋଣ, ସ୍ମାର୍ଟଫୋନ ଓ ମଙ୍ଗଳସୂତ୍ର । କର୍ଣ୍ଣାଟକ ଜିତିବାକୁ ଘୋଷଣାପତ୍ର

59

ନିର୍ବାଚନ ଆସିଲେ ରାଜୈନତିକ ଦଳ ମାନଙ୍କ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତିର ବନ୍ୟା ହୁଏ । ହେଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆଗରୁ ବିଜେପି ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ । କର୍ଣ୍ଣାଟକରେ ବିଜେପି କ୍ଷମତାକୁ ଆସିଲେ ମହିଳାଙ୍କୁ ଯୋଗାଇଦେବ ମଙ୍ଗଳସୂତ୍ର । ବିଜେପି ନିର୍ବାଚନୀ ଇସ୍ତାହାରରେ କିଛି ଏଭଳି ପ୍ରତିଶ୍ରୁତି ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଦାରିଦ୍ର ସୀମାରେଖା ତଳେ ଥିବା ମହିଳା ମାନଙ୍କୁ ବିବାହ ସମୟରେ ୩ ଗ୍ରାମର ମଙ୍ଗଳସୂତ୍ର ଯୋଗାଇଦିଆଯିବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ରହିଛି । ଏହା ଛଡା ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ରହିଛି ଅନେକ ବମ୍ପର ଅଫର । ବିପିଏଲ ପରିବାରର ସମସ୍ତ ମହିଳାଙ୍କୁ ମାଗଣାରେ ଯୋଗାଇଦିଆଯିବ ମାଗଣା ସ୍ମାର୍ଟ ଫୋନ ଦିଆଯିବ ବୋଲି ଇସ୍ତାହାରରେ କୁହାଯାଇଛି ।

କଣ ରହିଛି ବିଜେପିର ଘୋଷଣାପତ୍ରରେ

• ମରୁଡି ପ୍ରଭାବିତ ଅଂଚଳରେ ୨୦ ଳକ୍ଷ ଚାଷୀଙ୍କୁ୧୦ ହଜାର ଟଙ୍କା ଲେଖାଁଏ ସହାୟତା ଦିଆଯିବ

• ଜଳସେଚନ ଯୋଜନା ପାଇଁ ଦେଢ ଲକ୍ଷ କୋଟି ଟଙ୍କା

• ଚାଷୀଙ୍କୁ ୧୦ ଘଂଟା ପର୍ଯ୍ୟନ୍ତ ପାଣି ପମ୍ପ ଚଲାଇବାକୁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯିବ

• ଗୋହତ୍ୟା ରୋକିବାକୁ ପଦକ୍ଷେପ ନିଆଯିବ

• ମହିଳାଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧ ପ୍ରତିଶ୍ରତ ସୁଧରେ ଯୋଗାଇଦିଆଯିବ ଋଣ

• ବିପିଏଲ କାର୍ଡଧାରୀ ସମସ୍ତ ମହିଳାଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ

• ପଶୁପକ୍ଷୀଙ୍କ କଲ୍ୟାଣ ପାଇଁ ୩୦୦୦କୋଟି ଟଙ୍କା

• ବାର୍ଷିକ ୧ ରୁ ୨ ଲକ୍ଷ ପର୍ଯ୍ୟନ୍ତ ଆୟକାରୀ ମହିଳାଙ୍କ ପାଇଁ ଆରମ୍ଭ ହେବ ଭାଗ୍ୟଲକ୍ଷ୍ମୀ ସ୍କିମ

• ୩ଗ୍ରାମର ମଙ୍ଗଳସୂତ୍ର ସମସ୍ତ ବିପିଏଲ ପରିବାରର ମହିଳାଙ୍କ ପାଇଁ ସେମାନଙ୍କ ବିବାହ ଅବସରରେ ପ୍ରଦାନ କରାଯିବ

• ଚାକିରି ପାଇଁ ୨୫୦ କୋଟି ଟଙ୍କା

• ୩୦୦ରୁ ଅଧିକ ଅନ୍ନପୂର୍ଣ୍ଣା କ୍ୟାଂଟିନ

• ୪୦୦ଏସଟି ପିଲାଙ୍କୁ ବିଦେଶରେ ପଢିବାକୁ ସୁଯୋଗ

• ଏବିସି ବର୍ଗର ଲୋକମାନଙ୍କ ପାଇଁ ସୁବିଧାଘର, ୭୫୦୦ କୋଟି ଟଙ୍କାର ଆୟଅଟଳଳ

• ସମସ୍ତ ଛାତ୍ରଙ୍କୁ ମାଗଣାରେ ଉଚ୍ଚଶିକ୍ଷା ପ୍ରଦାନ

• ବିପିଏଲ ମହିଳା ଏବଂ ଯୁବତୀଙ୍କ ପାଇଁ ମାଗଣାରେ ସାଲିଟାଲି ନାପକିନ, ଅନ୍ୟ ମହିଳାଙ୍କୁ ମାତ୍ର ୧ଟଙ୍କାରେ ମିଳିବ ସାନିଟାରୀ ନାପକିନ

ଉଲ୍ଲେଖ ଥାଉ କି, ଆସନ୍ତା ୧୨ ତାରିଖରେ କର୍ଣ୍ଣାଟକରେ ବିଧାନସଭାରେ ନିର୍ବାଚନ ହେବ । ଏଥିପାଇଁ ପ୍ରଚାର ସରଗରମ ହୋଇଛି । ଏହି ନିର୍ବାଚନ କଂଗ୍ରେସ-ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ନିକଟରେ ମୋଦି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିବାବେଳେ ଖେଳିଛନ୍ତି କୃଷକ କାର୍ଡ । କର୍ଣ୍ଣାଟକ କୃଷକ ମୋର୍ଚାର କର୍ମକର୍ତାଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ, କେନ୍ଦ୍ର ସରକାର କୃଷକଙ୍କ କଲ୍ୟାଣ ପାଇଁ କାମ କରୁଛନ୍ତି । କିନ୍ତୁ ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ସିଦ୍ଧରମୈୟା ସରକାର ଯୋଗୁଁ ଯୋଜନାଗୁଡିକ ଆଗେଇପାରୁନାହି ାଁ କର୍ଣ୍ଣାଟକରେ ଏକ କୋଟିରୁ ଅଧିକ ଚାଷୀଙ୍କ ସମେତ ସାରା ଦେଶରେ ଚାଷୀଙ୍କୁ ହେଲଡ କାର୍ଡ ଦିଆଯାଇଛି । ରାଜ୍ୟରେ ୟେଦୁୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଆସିଲେ ହିଁ ଯୋଜନାଗୁଡିକ ଆଗକୁ ବଢିପାରିବ ବୋଲି ମୋଦି ଖୋଲାଖୋଲି ଭାବେ ଘୋଷଣା କରିଥିଲେ । ତେବେ କର୍ଣ୍ଣାଟକରେ ୧୫ ତାରିଖରେ ଭୋଗଣତି ହେବ । ୨୨୪ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ –ବିଜେପି ଓ ଧର୍ମନିରପେକ୍ଷ ଜନତା ଦଳ ମଧ୍ୟରେ ଟକ୍କର ହେଉଛି । ଝୁଲା ବିଧାନସଭା କ୍ଷେତ୍ରରେ ଧର୍ମନିରପେକ୍ଷ ଜନତା ଦଳ କିଙ୍ଗ ମେକର ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି ।