ଏଣିକି ପରିଶ୍ରା କରିବା ପାଇଁ ଆଉ ଖୋଜିବାକୁ ପଡିବନି ଶୌଚାଳୟ ! ବଜାରକୁ ଆସିଲା ଏଭଳି ବ୍ୟାଗ, ଯାହାକୁ ପିନ୍ଧି କେବେବି କେଉଁଠି ବି କରିପାରିବେ ଟଏଲେଟ୍

ଗୋଟିଏ ପ୍ୟାକେଟରେ ୩ଟି ୟୁରିନ ବ୍ୟାଗ ରହିଥାଏ ଆଉ ଏହି ବ୍ୟାଗର ଦାମ ହେଉଛି ମାତ୍ର ୯୯ ଟଙ୍କା ।

596

ଯଦି ଆପଣ କୌଣସି ଲମ୍ବା ଯାତ୍ରାରେ ଯାଉଛନ୍ତି ଏବଂ ଆପଣଙ୍କର ଭୟ ରହିଛି କି ଯଦି ଯାତ୍ରା ସମୟରେ ବାଟରେ ପରିଶ୍ରା ଲାଗେ ଆଉ ସେଠାରେ ସେଭଳି କୌଣସି ସୁବିଧା ନଥିବ ତେବେ କଣ କରିବେ । ହେଲେ ଏଥିପାଇଁ ଆପଣଙ୍କୁ ଆଉ ବ୍ୟସ୍ତ ହେବାକୁ ପଡିବନି । କାରଣ ଆପଣଙ୍କର ଏହି ଚିନ୍ତାକୁ ଦୂର କରିବା ପାଇଁ ବଜାରକୁ ଆସିଛି ଏଭଳି ଏକ ବ୍ୟାଗ ଯାହା ଆପଣଙ୍କୁ ଏଭଳୁ ଧର୍ମ ସଂକଟରୁ ତୁରନ୍ତ ରକ୍ଷା କରିବ ।

ଆଜ୍ଞା ହଁ ! ଆଇଆଇଏମ ଅହମଦାବାଦର ଏକ ଷ୍ଟାର୍ଟଅପ କଂପାନୀ ଏକ ଖାସ୍ ବ୍ୟାଗ ପ୍ରସ୍ତୁତ କରିଛି । ଏହି ବ୍ୟାଗ ଏଭଳି ପ୍ରସ୍ତୁତ ହୋଇଛି ଯାହାକୁ ପିନ୍ଧି ଆପଣ ଯେଉଁଠି ଆଉ ଯେତେବେଳେ ବି ପରିଶ୍ରା କରିପାରିବେ ଆଉ ବ୍ୟବହାର କରିସାରିବା ପରେ ସୁବିଧା ଅନୁସାରେ ଫିଙ୍ଗି ବି ପାରିବେ । Peeschuteନାମକ ଏହି Disposable Urine Bagsରେ ଏକ ସ୍ୱତନ୍ତ୍ର ଧରଣର ଜେଲ ବ୍ୟବହାର କରାଯାଇଛି । ଯାହା ୟୁରିନକୁ କଠିନ ପଦାର୍ଥରେ ବଦଳାଇ ଦେଇଥାଏ । ଏଥି ସହିତ ହିଁ ଦୁର୍ଗନ୍ଧକୁ ମଧ୍ୟ ରୋକି ଥାଏ । ଏଥିରେ ପରିଶ୍ରା କରିବା ପରେ ଆପଣ ଏହାକୁ କେଉଁଠି ବି ଡଷ୍ଟପିନରେ ଫିଙ୍ଗି ଦେଇପାରିବେ ।

ଅହମଦାବାଦ ଆଇଆଇଏମCentre for Innovation Incubation and Entrepreneurshipରେ ପ୍ରସ୍ତୁତ ହୋଇଥିବା ଷ୍ଟାର୍ଟଅପ ଡିସପୋଜାଲ ୟୁରିନ ବ୍ୟାଗ ପ୍ରସ୍ତୁତ କରିଛି । ଏହି ବ୍ୟାଗକୁ ତିଆରି କରିଥିବା କଂପାନୀର କହିବା ଅନୁସାରେ, ଏହି ବ୍ୟାଗକୁ ବିଶେଷ କରି ମହିଳାମାନଙ୍କ ପାଇଁ ବେଶ୍ ଫଳପ୍ରଦ ପ୍ରମାଣିତ ହେବ । କାହିଁକି ନା ଅଧିକାଂଶ ସମୟରେ ମହିଳାମାନେ ବାଥରୁମ ନ ମିଳିବା ଚକ୍କରରେ ୟୁରିନକୁ ଚାପି ରଖିଥାନ୍ତି , ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏହାଛଡା ବୃଦ୍ଧ ତଥା ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଲୋକମାନଙ୍କ ପାଇଁ ଏହି ବ୍ୟାଗ କାମ ଦେବ । ତେବେ ଏହି ବ୍ୟାଗକୁ ଉଭୟ ମହିଳା ଏବଂ ପୁରୁଷମାନେ ବ୍ୟବହାର କରିପାରିବେ । ଗୋଟିଏ ପ୍ୟାକେଟରେ ୩ଟି ୟୁରିନ ବ୍ୟାଗ ରହିଥାଏ । ଆଉ ଏହି ବ୍ୟାଗର ଦାମ ହେଉଛି ମାତ୍ର ୯୯ ଟଙ୍କା । ଏହାକୁ ଆପଣ ଆମାଜନରୁ କିଣିପାରିବେ ।