ମାତ୍ର ୧୦ ହଜାର ଟଙ୍କାରେ ଚଢିପାରିବେ ନିଜ ମନପସନ୍ଦର ବାଇକ୍ । ଆପଣଙ୍କ ଘରେ ଆସି ଗାଡି ଦେଇଯିବେ କଂପାନୀ, ଜାଣନ୍ତୁ ବୁକିଂ କରିବାର ପୂରା ପ୍ରକ୍ରିୟା

49

ସୁପରବାଇକ୍ ଏବଂ ଦାମୀ ବାଇକ୍ ପ୍ରତି ସଉକ ରଖୁଥିବା ଲୋକଙ୍କର ଆମ ଦେଶରେ କୌଣସି ଅଭାବ ନାହିଁ । କିଛି ଲୋକ ଅଛନ୍ତି, ଯେଉଁମାନେ କି ନିଜର ଏହି ସଉକକୁ ପୂରଣ କରିବା ପାଇଁ ବିଦେଶରୁ ବି ମଗାଇବାକୁ ପଛାଉ ନାହାଁନ୍ତି । ସେହିପରି କିଛି ଲୋକ ଏଭଳି ବି ଅଛନ୍ତି, ଯେଉଁମାନେ କି ଏଭଳି ବାଇକ ଚଢିବାକୁ ସବୁବେଳେ ସ୍ୱପ୍ନ ଦେଖିଥାନ୍ତି ହେଲେ ଟଙ୍କାକୁ ଭୟ କରି ନିଜର ଏହି ଇଚ୍ଛାକୁ ମାରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏବେ ଆପଣଙ୍କୁ ଆଉ ଏହି ଇଚ୍ଛାକୁ ମନ ଭିତରେ ମାରିବାକୁ ପଡିବନି କାରଣ ବର୍ତ୍ତମାନ ଆପଣ ସ୍ୱପ୍ନରେ ନୁହେଁ ବରଂ ଅସଲିରେ ସୁପରବାଇକ୍ ଦେଖିବା ଏବଂ ଚଲାଇବାର ମଜା ଉଠାଇପାରିବେ ।

ଆଜ୍ଞା ହଁ ! ମାତ୍ର ୧୦ ହଜାର ଟଙ୍କା ଦେଇ ଆପଣ ୧୪ ଲକ୍ଷ ଟଙ୍କାର ବାଇକ୍ ଚଲାଇପାରିବେ । ଯେଉଁଥିରେ ଡୁକାଟି ଏବଂ ଟ୍ରାୟମ୍ଫ ବୁଲେଟ୍ ଭଳି ନାମୀଦାମୀ ବାଇକ ଆଦି ସାମିଲ ରହିଛି ।

ସୂଚନା ମୁତାବକ, ଦିଲ୍ଲୀରେ ଅମିତ ସୈନି ଏବଂ କୁଳଦୀପ ଶର୍ମା ନାମକ ଦୁଇ ଜଣ ଯୁବକ ମିଶି ଏକ ଷ୍ଟାର୍ଟ ଆରମ୍ଭ କରିଛନ୍ତି । ଯେଉଁଥିରେ ଏଭଳି ସୁବିଧା ସାଧାରଣ ଲୋକମାନଙ୍କ ପାଇଁ ଉପଲବ୍ଧ କରାଯାଉଛି । ତେବେ ଅମିତଙ୍କ କହିବା କଥା ହେଲା କି, ସୁପର ବାଇକ୍ କିଣିବା ତଥା ରାଇଡ୍ କରିବା ଜଣେ ସାଧାରଣ ବ୍ୟକ୍ତି ପ୍ରତି ଅସମ୍ଭବ ହୋଇପଡିଛି । ଆଉ ଲୋକଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆମେ ଏହି କନସେପ୍ଟ ଆରମ୍ଭ କରିଛୁ । ଯେଉଁଥିରେ କୌଣସି ବି ସୁପରବାଇକର ଥ୍ରିଲର ମଜା ସାଧାରଣ ଲୋକେ ଉଠାଇପାରିବେ ।

ହୋମ୍ ଡେଲିଭରୀ

• ବାଇକ ହାୟର କରିବା ପାଇଁ ଆପଣ ସର୍ବପ୍ରଥମେ ଲେଟ୍ସ ସାଇଡ୍ େଓବସାଇଟକୁ ଯାଆନ୍ତୁ ।

• ଏହାପରେ ଏଠାରେ ନିଜ ମନପସନ୍ଦର ବାଇକ ସିଲେକ୍ଟ କରନ୍ତୁ ।

• ବୁକିଂ ଡେଟ୍ ଏଂଟର କରି ପେମେଂଟ ଅପସନକୁ ଯାଆନ୍ତୁ ।

• ଏଠାରେ ଆପଣଙ୍କୁ ୧୧୦୦ରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପରଡେ ଉପରେ ବାଇକ୍ ମିଳିଯିବ ।

• ଏହି ବାଇକ୍ ଦାମ ଅନୁସାରେ ଏହାର ସିକ୍ୟୁରିଟି ମନି ମଧ୍ୟ ରହିଛି ।

• ଏଠାରେ ୫ ହଜାରୁ ଆରମ୍ଭ କରି ୬୦ ହଜାର ପର୍ଯ୍ୟନ୍ତ ସିକ୍ୟୁରିଟି ମନି ରଖାଯାଇଛି । ଯାହା ଆପଣଙ୍କୁ ଟ୍ରିପ୍ ଶେଷ କରିବା ପରେ ଫରେସ୍ତ କରାଯିବ ।

• ବାଇକ୍ ବୁକ୍ କରିବା ପରେ ଆପଣଙ୍କୁ ଉଭୟ ହୋମ ଡେଲିଭରୀ ଏବଂ ପିକଅପ ଦୁଇଟି ଯାକର ଅପସନ ମିଳିବ ।